Home ଜିଲ୍ଲା ପରିକ୍ରମା ଅଜଣା ଗାଡି ଧକ୍କାରେ ହେଲ୍ପରର ଶୋଚନୀୟ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ହେଲ୍ପରର ଶୋଚନୀୟ ମୃତ୍ୟୁ

139

ବଲାଙ୍ଗିର, ୧୪-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଲୋଇସିଂହା ଥାନା, ୨୬ ନମ୍ବର ଜାତୀୟ ରାଜପଥର ଫାସଡ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଟ୍ରକ ହେଲ୍ପରଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଅବୁ ତାଲିବ ମଲ୍ଲିକ। ଝାରଖଣ୍ଡ ରାଜ୍ୟ ରାମଗଡ ଜିଲ୍ଲା ବନ୍ଦା ଗାଁର ନୌସାଦ ମଲ୍ଲିକଙ୍କ ପୁଅ ଅବୁ ତାଲିବ ମଲ୍ଲିକ ରାଜଗାଙ୍ଗପୁରରେ ଏକ ଟ୍ରକରେ ହେଲ୍ପର୍ ଭାବେ କାମ କରୁଥିଲେ। ରାଜଗାଙ୍ଗପୁରରୁ ଟ୍ରକ ଯୋଗେ ସିମେଣ୍ଟ ନେଇ ଲୋଇସିଂହା ଆସୁଥିବା ବେଳେ ୧୨ ତାରିଖ ବଲାଙ୍ଗିର ଜିଲ୍ଲାରେ ସାପ୍ତାହିକ ସଟଡାଉନ ଥିବାରୁ ଟ୍ରକଟି ଲୋଇସିଂହା ଫାସଡ ଛକ ନିକଟରେ ଅଟକି ରହିଥିଲା।

ଆଜି ଅପରାହ୍ନରେ ହେଲ୍ପର୍ ଅବୁ ତାଲିବ ପାଖ ଦୋକାନରୁ ଜଳଖିଆ କିଣି ଟ୍ରକ୍ ପାଖକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଡାକ୍ତରଖାନାକୁ ଆଣିଥିଲେ। ତେବେ ବଲାଙ୍ଗିର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଟ୍ରକ୍ ମାଲିକ ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ ଦେବାପରେ ପୋଲିସ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.