Home ଓଡ଼ିଶା ଫେସ୍‌ବୁକ୍‌ ବ୍ୟାନ୍‌ : ହାଇକୋର୍ଟ ଗଲେ ବରିଷ୍ଠ ସେନା ଅଧିକାରୀ, ଦିଲ୍ଲୀ ହାଇକୋର୍ଟ କଲେ ମନା

ଫେସ୍‌ବୁକ୍‌ ବ୍ୟାନ୍‌ : ହାଇକୋର୍ଟ ଗଲେ ବରିଷ୍ଠ ସେନା ଅଧିକାରୀ, ଦିଲ୍ଲୀ ହାଇକୋର୍ଟ କଲେ ମନା

177

ନୂଆ ଦିଲ୍ଲୀ ୧୫-୭ (ଓଡ଼ିଆ ପୁଅ) ଫେସବୁକ ଏବଂ ଇନଷ୍ଟାଗ୍ରାମ ସମେତ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନେଇ, ଭାରତୀୟ ସେନାର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ଜଣେ ବରିଷ୍ଠ ସେନା ଅଧିକାରୀ।

ଏ ନେଇ ଅଧିକାରୀ ଜଣକ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ସେନା ଅଧିକାରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ କରିବାକୁ ମନା କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜୀବ ସାହାଏ ଏବଂ ଜଷ୍ଟିସ ଆଶା ମେନନଙ୍କ ଖଣ୍ଡପୀଠ, ଲେଫ୍ଟନାଣ୍ଟ କର୍ଣ୍ଣେଲ ପି.କେ.ଚୌଧୁରୀଙ୍କର ଆବେଦନକୁ ଗ୍ରହଣ କରିନାହାଁନ୍ତି।

ଲେଫ୍ଟନାଣ୍ଟ କର୍ଣ୍ଣେଲ ପି.କେ. ଚୌଧୁରୀ, ସଂକ୍ଷିପ୍ତ ଶୁଣାଣି ସମୟରେ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କ ଆକାଉଣ୍ଟ ସହ ଜଡିତ ସମସ୍ତ ଫେସବୁକ୍ ତଥ୍ୟ, ସମ୍ପର୍କ ଏବଂ ବନ୍ଧୁ ତାଲିକା ଥରେ ବିଲୋପ ହୋଇଗଲେ ତାହା “ଅପୂରଣୀୟ ଭାବରେ ହଜିଯିବ”।

ଏହାପରେ ଖଣ୍ଡପୀଠ କହିଥିଲେଯେ, ପରେ ନୂତନ ସୋସିଆଲ୍ ମିଡିଆ ଆକାଉଣ୍ଟ୍ କ୍ରିଏଟ୍ କରିପାରିବେ ଏବେ ଅଧିକାରୀଙ୍କୁ ଭାରତୀୟ ସେନାର ଆଦେଶ ପାଳନ କରିବାକୁ ପଡିବ।

କେନ୍ଦ୍ର ତରଫରୁ ଓକିଲ ଯୁକ୍ତି ବାଢ଼ିଥିଲେଯେ, ଯଦି ସେନା ଅଧିକାରୀ ଆମେରିକାରେ ତାଙ୍କ ପରିବାର ସହିତ ଯୋଗାଯୋଗ କରିବାକୁ ଚାହାଁନ୍ତି, ତେବେ ତାଙ୍କ ପାଇଁ ଅନ୍ୟାନ୍ୟ ଯୋଗାଯୋଗ ବିକଳ୍ପ ମଧ୍ୟ ଉପଲବ୍ଧ ଅଛି।

ଆବେଦନରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଚୌଧୁରୀ କହିଥିଲେ ଯେ, ଜୁନ୍ ୬, ୨୦୨୦ ରେ ଜାରି କରାଯାଇଥିବା ନୀତି, ଯେଉଁଥିରେ ୮୯ ଟି ଆପ୍ସ ଏବଂ ୱେବସାଇଟ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି, ତାହା ସମ୍ବିଧାନ ଅନୁଯାୟୀ ବିଭିନ୍ନ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି, ଯେଉଁଥିରେ ଅଭିବ୍ୟକ୍ତିର ଅଧିକାର ଏବଂ ଗୋପନୀୟତା ଅଧିକାର ଅନ୍ତର୍ଭୁକ୍ତ।

ସୂଚନାଯୋଗ୍ୟଯେ, ୱେବସାଇଟ୍ ଏବଂ ଆପ୍ସଗୁଡିକରୁ ନିଜସ୍ୱ ଆକାଉଣ୍ଟକୁ ଡିଲିଟ୍ କରିବାକୁ ଭାରତୀୟ ସେନା ତରଫରୁ ନିଜର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୁରକ୍ଷା ଚିନ୍ତା

ମିଲିଟାରୀ ଇଣ୍ଟେଲିଜେନ୍ସର ମହାନିର୍ଦ୍ଦେଶକ ସୁରକ୍ଷା ଚିନ୍ତା ଏବଂ ତଥ୍ୟ ଉଲ୍ଲଂଘନ ହେବାର ଆଶଙ୍କା ଦର୍ଶାଇଥିବା ବେଳେ ଲେଫ୍ଟନାଣ୍ଟ ଚୌଧୁରୀ ଯୁକ୍ତି ବାଢ଼ିଥିଲେଯେ, ଉପରୋକ୍ତ ସୁରକ୍ଷା ଚିନ୍ତା ଏବଂ କେବଳ ସୈନିକମାନଙ୍କ ପାଇଁ କେବଳ କାହିଁକି, “ସାଧାରଣ ପ୍ରଶାସନ ଏବଂ ରାଜନୈତିକ ଶ୍ରେଣୀର ଅନେକ ସଦସ୍ୟ ଅଛନ୍ତି, ଯେଉଁମାନେ ନିୟମିତ ସୈନିକମାନଙ୍କ ଅପେକ୍ଷା ଅଧିକ ଉଚ୍ଚ ସ୍ତରର ସମ୍ବେଦନଶୀଳତାର ସୂଚନା ରଖିଥାନ୍ତି ଏବଂ ଉକ୍ତ ବ୍ୟକ୍ତିଙ୍କ ଉପରେ କୌଣସି ପ୍ରତିବନ୍ଧକ ଲାଗୁ ହେବ ନାହିଁ କାହିଁକି”।,

ପୁନଶ୍ଚ ସୂଚନାଯୋଗ୍ୟଯେ, ଲେଫ୍ଟନାଣ୍ଟ କର୍ଣ୍ଣେଲ ଚୌଧୁରୀ ବର୍ତ୍ତମାନ ଜାମ୍ମୁ କାଶ୍ମୀରରେ ନିଯୁକ୍ତି ପାଇ କାର୍ଯ୍ୟରତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.