Home କନ୍ଧମାଳ ଫୁଲବାଣୀ ସହରର ଜବରଦଖଲ ଜମିପଟ୍ଟା ପ୍ରଦାନ ପାଇଁ ଜାଗ୍ରତ କନ୍ଧମାଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ଫୁଲବାଣୀ ସହରର ଜବରଦଖଲ ଜମିପଟ୍ଟା ପ୍ରଦାନ ପାଇଁ ଜାଗ୍ରତ କନ୍ଧମାଳ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

101

କନ୍ଧମାଳ, ୭/୭-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଫୁଲବାଣୀ ଜାଗ୍ରତ କନ୍ଧମାଳ ପକ୍ଷରୁ ଫୁଲବାଣୀ ସହରର ଜବରଦଖଲ ସରକାରୀ ଜମିପଟ୍ଟା ପ୍ରଦାନ ପାଇଁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ଏକ ସ୍ମାକରପତ୍ର ପ୍ରଦାନ କରାଯାଇଅଛି। ଜାଗ୍ରତ କନ୍ଧମାଳ, ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସଂଗଠନ ସଂପାଦକ ସତ୍ୟନାରାୟଣ ବେହେରା, ପୂର୍ବତନ କନ୍ଧମାଳ, ବିଜେପି ସଭାପତି, ଲିଙ୍ଗରାଜ ଦଳବେହେରା ଓ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ଆଲୋଚନା କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଫୁଲବାଣୀ ସହରର ଓ ଅନ୍ୟାନ୍ୟ ଅଞ୍ଚଳରୁ ଗରିବ, ଅସହାୟ ଓ ଭୂମିହୀନ ଲୋକ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ବର୍ଷଧରି ବସବାସ କରିଆସୁଅଛନ୍ତି। ବିଭିନ୍ନ ସମୟରେ ସଂଘ ପକ୍ଷରୁ ଜମିପଟ୍ଟା ପ୍ରଦାନ ପାଇଁ ଦାବି ହୋଇଆସୁଅଛି। ରାଜସ୍ୱ ବିଭାଗ ଚିଠି ନଂ- ୩୧୨୧୫ ତା- ୧୩-୦୭-୨୦୦୦ ରିଖ ସରକାରଙ୍କ ପ୍ରିନ୍ସିପାଲ୍ ସେକ୍ରେଟାରୀ ରାଜ୍ୟ ର୍ୟାଣ୍ଡ୍ ରେକର୍ଡସ୍ ଓ ସର୍ଭେବୋର୍ଡ ଅଫ୍ ରେଭିନ୍ୟୁ ଓଡିଶା, କଟକ, ନିର୍ଦ୍ଦେଶକଙ୍କୁ ଏ ନେଇ ଚିଠି ଲେଖିଥିଲେ। ସରକାର ସେଟେଲ୍ମେଣ୍ଟ୍ ଅପରେସନ୍ ରିଭିଜନ୍ କରି ଫାଇନାଲ୍ ରେକର୍ଡ ପ୍ରସ୍ତୁତ କରିବା ପାଇଁ ଅନୁମୋଦନ କରିଥିଲେ। କନ୍ଧମାଳ ଦଙ୍ଗାପରେ ଅନେକ ଗରିବ, ଅସହାୟ ଓ ଭୂମିହୀନ ଲୋକଆସି ଫୁଲବାଣୀ ସହରରରେ ବସବାସ କରୁଛନ୍ତି। ଫଳରେ ସରକାରୀ ଜମି ଜବରଦଖଲ ହୋଇଅଛି। ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ ସମୟଧରି ଲୋକେ ବସବାସ କରୁଥିଲେ ମଧ୍ୟ ସରକାର ପଦକ୍ଷେପ ନ ନେବାରୁ ଅସହାୟ ଲୋକେ ସ୍ଥାୟୀବାସିନ୍ଦା ପ୍ରମାଣପତ୍ର ପାଇବା ଓ ପ୍ରଜାସତ୍ତ୍ୱାଧିକାର ପ୍ରାପ୍ତିରୁ ବଞ୍ଚିତ ହୋଇ ଆର୍ଥିକ ଓ ମାନସିକ ଅଶାନ୍ତିରେ ଜୀବିକା ନିର୍ବାହ କରିଆସୁଛନ୍ତି। ଅନ୍ୟୁନ ୨୦ହଜାର ପରିବାର ବସବାସକରି ସେମାନଙ୍କର ଜୀବନ ଜୀବିକା ନିର୍ବାହ କରୁଛନ୍ତି। ଆଦିବୀସୀ, ହରିଜନ, ଓବିସି, ସାଧାରଣ ବର୍ଗର ଲୋକମଧ୍ୟ ଜବରଦଖଲ ଜମିରେ ରହିଆସୁଅଛନ୍ତି। ସମ୍ବିଧାନ ଧାରା ୨୧ ଅନୁଯାୟୀ ଆଶ୍ରୟ ଜନିତ ସମ୍ପର୍କରେ ନାଗରିକକୁ ଅଧିକାର ମିଳିଛି ରାଜ୍ୟ ସରକାରଙ୍କୁ ପ୍ରଶାସନ ପକ୍ଷରୁ ସୁପାରିସ କରିବାପାଇଁ “ଜାଗ୍ରତ କନ୍ଧମାଳ” ଅତିରିକ୍ତ ଜିଲ୍ଲାପାଳଙ୍କୁ ବିନମ୍ର ନିବେଦନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ “ଜାଗ୍ରତ କନ୍ଧମାଳ”ର କର୍ମକର୍ତ୍ତା ଙ୍କୁ ସୁପାରିଶ ପାଇଁ ପ୍ରତିଶୃତି ଦେଇଛନ୍ତି। ସଂଘ ପକ୍ଷରୁ ଜିଲ୍ଲାପାଳ ଡଃ- ବୃନ୍ଦା ଡି ଙ୍କର ଅନୁକମ୍ପା ଓ ଉଚିତ୍ ପଦକ୍ଷେପ ପାଇଁ କନ୍ଧମାଳ ବାସୀ ଓ ଫୁଲବାଣୀ ସହର ଲୋକେ ଓ ବସ୍ତିବାସିନ୍ଦା କୃତଜ୍ଞ ରହିବେ ବୋଲି ଆଶାପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.