Home ଓଡ଼ିଶା ଓଡଣୀ ରେ ଫାଶୀ ଲଗାଇ ଯୁବତୀର ଆତ୍ମହତ୍ୟା

ଓଡଣୀ ରେ ଫାଶୀ ଲଗାଇ ଯୁବତୀର ଆତ୍ମହତ୍ୟା

241

ମାଲକାନଗିରି,୭ା୭ (ଓଡିଆ ପୁଅ ) ମାଲକାନଗିରି ଥାନା ସ୍ଥ ରିକ୍ଲାମେସନ କଲୋନିର ଜଣେ ଯୁବତୀ ନିଜ ବେକରେ ଓଡଣୀବାନ୍ଧି ଫ୍ୟାନରେ ଫାସିଲଗାଇ ଆତ୍ମହତ୍ୟା କରିଛନ୍ତି । ରିକ୍ଲାମେସନ କଲୋନିର ଭୁବେନ ସୁନାଙ୍କ ଝିଅ ଡଲିସୁନା(୨୪) ଓ ତାଙ୍କ ପୁଅ ଜଗା ସୁନା(୨୦) ପୌରପରିଷଦ ନିକଟରେ ଥିବା ଶାନ୍ତି ବସ୍ତ୍ରାଳୟରେ ସେଲସ ମ୍ୟାନ ଭାବେ କାମକରୁଥିଲେ । ଗତ କାଲି ଜଗା ଲୁଗା ଦୋକାନକୁ କାମକରିବାକୁ ଯାଇଥିବା ବେଳେ ମୋ ଦେହ ଭଲନାହିଁ କହି ଭଉଣୀ ଡଲି ଘରେ ଅଟକିରହି ଯାଇଥିଲେ । ବାପା ଓ ମା ନିଜ ନିଜ କାମରେ ଅନ୍ୟତ୍ର ପଳାଇ ଗଲାପରେ ଏକାକି ଘରେ ରହିଥିବା ଡଲି କୌଣସି କାରଣ ଯୋଗୁ ଓଡଣୀ ନିଜବେକରେ ଭିଡି ଦେଇ ଘରେ ଫ୍ୟାନରେ ଫାସିଲଗାଇ ଦେଇଥିଲେ । ପରେ ପରିବାର ଲୋକେ ଘରକୁ ଆସି ଦେଖିଲା ବେଳକୁ ଡଲି ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଅଛି ,ତାଙ୍କୁ ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ହସପିଟାଲକୁ ଚିକିତ୍ସାନିମନ୍ତେ ନେଇ ଯାଇଥିଲେ । ହସପିଟାଲରେ ପହଁଚିଲାପରେ ଡାକ୍ତର ଡଲିଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏ ସଂପର୍କରେ ମାଲକନଗିରି ପୁଲିସ ଜାଣିବା ପରେ ହସପିଟାଲରେ ପହଁଚି ଡଲିଙ୍କ ମୃତ ଶରୀର ଜବତ କରି ଶବବ୍ୟବଛେଦ ପରେ ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି । ମାଲକାନଗିରି ଥାନା୍ କେସ ନମ୍ବର ୧୯/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୁଲିସ ତଦନ୍ତଚଳାଇ ଥିବାର ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.