Home ଜିଲ୍ଲା ପରିକ୍ରମା ପରିଖିରେ ରକ୍ତଦାନ ଶିବିର

ପରିଖିରେ ରକ୍ତଦାନ ଶିବିର

51

ବାଲେଶ୍ୱର, ୬ା୭ (ଓଡ଼ିଆ ପୁଅ/ଅଭୟ ଦାସ): ଜୀବନ ବିନ୍ଦୁ ଅଭିଯାନ ସଦର ଶାଖା ପକ୍ଷରୁ ଏକ ସ୍ୱେଚ୍ଛାକତ ରକ୍ତଦାନ ଶିବିର ଆଜି ପରିଖିଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହିତ ଜୀବନବିନ୍ଦୁ କର୍ମକର୍ତ୍ତାଙ୍କ ସମେତ ପରିଖିର ଯୁବଗୋଷ୍ଠୀଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। କରୋନା ଭଳି ସଙ୍ଗୀନ ସ୍ଥିତିରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଅତି ସତର୍କତାର ସାମାଜିକ ଦୂରତା ରକ୍ଷା ସହ ଏଭଳି ଶିବିର ଆୟୋଜନ ବାସ୍ତବିକ୍ ଦୁଃସାହସିକ କାର୍ଯ୍ୟ ବୋଲି ସେ କହିଥିଲେ। ଜୀବନ ବିନ୍ଦୁ ଅଭିଯାନ ନଗର ସଂଯୋଜକ ସମାଜସେବୀ ସଲିମ୍ ରାଜାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରକୁ ସୁନୀଲ କୁମାର ସେଠୀ, ସଂଜୟ କୁମାର ଜେନା, ନମାନ୍ ଅଲଲି ଖାନ୍‌, ଶେଖ୍ ସିରାଜ୍‌, ସଦାନନ୍ଦ କର, ସମ୍ଭବ ଅଗସ୍ତି, ଜଗନ୍ନାଥ ଦଳେଇ, ବାପି ଭୂୟାଁ ପ୍ରମୁଖ ପରିଚାଳନା କରିଥିଲେ। ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା। ରକ୍ତଭଣ୍ଡାର କର୍ମଚାରୀମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.