Home ଜିଲ୍ଲା ପରିକ୍ରମା ‘ମୋନା’ପକ୍ଷରୁ ବିଦାୟୀ ଉପ-ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

‘ମୋନା’ପକ୍ଷରୁ ବିଦାୟୀ ଉପ-ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା

90

ବାଲେଶ୍ୱର, ୬ା୭ (ଓଡ଼ିଆ ପୁଅ/ଅଭୟ ଦାସ): ବାଳେଶ୍ୱର ଉପ-ଜିଲ୍ଲାପାଳ ପଦବୀରୁ ବଦଳି ହୋଇ ଅନ୍ୟତ୍ର ଯାଉଥିବା ନୀଲୁ ମହାପାତ୍ରଙ୍କୁ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’(ମୋନା) ବାଲେଶ୍ୱର ଶାଖା ପକ୍ଷରୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୀଳିଆବାଗସ୍ଥିତ ମୋନା କାର୍ଯ୍ୟାଳୟରେ ସଭାପତି ପ୍ରଭାକର ସାହୁ ଏହି ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିଲେ। ମୋନାର ସାଧାରଣ ସଂପାଦିକା ମମତା ମହାପାତ୍ର, ଉପଦେଷ୍ଟା ସୁବ୍ରତ କର, ଡ- କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲ କୁମାର ଦାସ, ସ୍ନେହଲତା ଦାସପତି, ବୀରେନ୍ଦ୍ର ନରାୟଣ ପ୍ରହରାଜ, ନିରଞ୍ଜନ ପରିଡ଼ା, ପ୍ରସନ୍ନ କୁମାର ପାଢ଼ୀ, କମଳାକାନ୍ତ ଦାଶ, ରାଧାକୃଷ୍ଣ ଆଚାର୍ଯ୍ୟ, ରବି କୁମାର ପାଣିଗ୍ରାହୀ, ବିରଞ୍ଜନ ପରିଡ଼ା, ସମରେନ୍ଦ୍ରନାଥ ଦାସ, ଗୟାଧର କର ଓ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଏଥିରେ ଯୋଗଦେଇ ବିଦାୟୀ ନୀଲୁ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜଣେ ସମ୍ବେଦନଶୀଳ ପ୍ରଶାସନିକ ଅଧିôକାରୀ ଭାବେ ଶ୍ରୀ ମହାପାତ ନିଜର କାର୍ଯ୍ୟଧାରା ପାଇଁ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ ବୋଲି ମୋନାର କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ। ତେବେ ଜିଲ୍ଲାର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଜିଲ୍ଲାବାସୀ ପ୍ରଶାସନକୁ ତଥା ତାଙ୍କୁ କରିଥିବା ସହଯୋଗ ତାଙ୍କର ସବୁଦିନେ ମନେ ରହିବ ବୋଲି ଶ୍ରୀ ମହାପାତ୍ର ସମ୍ବର୍ଦ୍ଧିତ ଅବସରରେ ପ୍ରକାଶ କରିଥିଲେ। ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.