Home ଓଡ଼ିଶା ଲକ୍‌ଡାଉନର ଆର୍ଥିକ ମାନ୍ଧାରେ ଚୋରଙ୍କ ଦୋକାନ ଉପରେ ମାଡ, ଆଜବେଷ୍ଟର୍ସ ଭାଙ୍ଗି ଦୋକାନରୁ ଚୋରି

ଲକ୍‌ଡାଉନର ଆର୍ଥିକ ମାନ୍ଧାରେ ଚୋରଙ୍କ ଦୋକାନ ଉପରେ ମାଡ, ଆଜବେଷ୍ଟର୍ସ ଭାଙ୍ଗି ଦୋକାନରୁ ଚୋରି

176

ଯୋଡା, ୨୫- ୬ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦିନକୁ ଦିନ ଯୋଡା ସହରରେ ଆଜବେଷ୍ଟର୍ସ ଭାଙ୍ଗି ଦୋକାନରୁ ଚୋରି କରିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ରାତ୍ରୀରେ ଏକକାଳିନ ୨ଟି ସ୍ଥାନରୁ ଏକା ପ୍ରକାରରେ ଚୋରି ହୋଇଥିବା ଘଟଣା ଦୋକାନୀମାନଙ୍କ ଚିନ୍ତା ବଢାଇଦେଇଛି । ଯୋଡା ବସ୍ ଷ୍ଟାଣ୍ଡ ନିକଟରେ ଥିବା କାଳିପୂଜା କମିଟିରେ ଥିବା ମନୋଜ ସାହୁଙ୍କ ହୋଲସେଲିଙ୍ଗ ଦୋକାନ ଘରୁ ଦୁର୍ବୁତ୍ତମାନେ ଆଜବେଷ୍ଟର୍ସ ଭାଙ୍ଗି ନଗଦ ପ୍ରାୟ ୫ ହଜାର ଟଙ୍କା ଏବଂ ବିସ୍କୁଟ, ସିଗାରେଟ, ସ୍ୟାମ୍ପୋ, ଦାମିକିଆ ପ୍ରସାଧନ ସାମଗ୍ରୀ ଲୁଟି ନେଇଥିବା ଯୋଡା ଥାନାରେ ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଏକ ଘଟଣାରେ ଡାକ୍ତର କେ.କେ. ଝାଙ୍କ ଏକାପ୍ରକାରରେ ଆଜବେଷ୍ଟର୍ସ ଭାଙ୍ଗି ତଳେ ଥିଲା ସିଲିଙ୍ଗ ଭାଙ୍ଗି ଦୁର୍ବୁତ୍ତମାନେ କ୍ଲିନିକ ମଧ୍ୟରେ ପସିଥିଲେ ମଧ୍ୟ ସେଠାରେ କିଛି ନଥିବାରୁ କିଛି ନେଇପାରିନାହାନ୍ତି । ସୂଚନା ଯୋଗ୍ୟ ଏହି ଲକ୍‌ଡାଉନ ସମୟରେ କାମ ଧନ୍ଦା ବନ୍ଦ ଥିବାରୁ ଯୋଡା ସହରର ବିଭିନ୍ନ ସ୍ଥାନରେ ଛୋଟ ବଡ ଚୋରି ଘଟଣା ଘଟୁଥିବା ପରିଲକ୍ଷିତ କରାଯାଉଛି । ତେବେ ଏହି ଦୁର୍ବୁତ୍ତମାନେ ସୁପରମାର୍କେଟକୁ ସବୁ ବେଳେ ଟାର୍ଗେଟ କରୁଥିବା ବେଳେ ବାରମ୍ବାର ଏହି ମାର୍କେଟରୁ ସବୁବେଳେ ଚୋରି ହେଉଥିବା ବେଳେ ପୁଲିସ ଚୋରକୁ ଧରିବାରେ ବିଫଳ ହୋଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.