ନୟାଗଡ଼, ୨୧ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଯାଇଛି। ଯୋଗ, ପ୍ରାଣାୟକ ଓ ବ୍ୟାୟାମ ଶରୀରକୁ ନିରୋଗ ରଖିବାର ଏକମାତ୍ର ମାଧ୍ୟମ ବୋଲି କୁହାଯାଇଛି। କର୍ମମୟ ବ୍ୟସ୍ତ ଜୀବନ ଭିତରେ ମଣିଷ ଯୋଗ, ପ୍ରାଣାୟମକୁ ଭୁଲି ଯାଉଥିବାବେଳେ ଅକାଳ ବାର୍ଦ୍ଧକ୍ୟ ଜାଣିଶୁଣି ଡାକି ଆଣିବା ସହ ରୋଗଗ୍ରସ୍ତ ହେଉଛି। ଦୈନିକ ଯୋଗ କରିବା ଦ୍ୱାରା ମାନସିକ ଚାପ, ଅବସାଦ କମିବା ସହ ଅଣ ସଂକ୍ରାମକ ରୋଗର ନିୟନ୍ତ୍ରଣରେ ଯୋଗର ଯଥେଷ୍ଟ ଭୂମିକା ରହିଛି। କରୋନା ମହାମାରୀରୁ ରକ୍ଷା ପାଇବା ନିମନ୍ତେ ରବିବାର ସର୍ଟଡାଉନ ଯୋଗୁଁ ବହୁ ସରକାରୀ ଓ ବେସରକାରୀ କର୍ମଚାରୀ ଘରେ ରହିଥିବାବେଳେ ଆଜି ଯୋଗ ଉପରେ ବେଶୀ ମନୋନିବେଶ କରିଛନ୍ତି। ବହୁ ସ୍ଥାନରେ ଓ ବେଶୀ ସଂଖ୍ୟାରେ ଆଜି ଲୋକମାନେ ଯୋଗ, ପ୍ରାଣାୟମ ଓ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି। ଯୋଗ ପ୍ରାଣାୟକ ନିୟମିତ କରି ସୁସ୍ଥ ଜୀବନ ବିତାଇବା ପାଇଁ ପରାମର୍ଶ ଦିଆଯାଇଛି।