Home ଓଡ଼ିଶା ବିପୁଳ କାଠ ଓ କାଠଚିରା ଯନ୍ତ୍ରାଂଶ ଜବତ ୨ ଗିରଫ

ବିପୁଳ କାଠ ଓ କାଠଚିରା ଯନ୍ତ୍ରାଂଶ ଜବତ ୨ ଗିରଫ

100

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୬- ନୟାଗଡ ଜିଲ୍ଲା ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଜୁନ୍ ୨୧ ତାରିଖ ସକାଳୁ ସଦଳବଳେ ବହୁ ଜାଗାରେ ଚଢାଉ କରିଥିଲେ । ସୁର୍କାବାଡି ଗ୍ରାମ ପଂଚାୟତ ଗଉଡିଆପଡାଠାରେ ଚଢାଉ କରି କାଠ ଚିରା କରତ ସହ ୨ଜଣ କାଠ ଚିରାଳିଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ହେଲେ ମର୍ଦାବାଡି ଗ୍ରାମର କାଶିନାଥ ବେହେରା ଓ ଘନଶ୍ୟାମ ବେହେରା ।

ମୁଖ୍ୟ ଅଭିଯୁକ୍ତ ମାଲିକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣା ପଡିଛି । ବନାଂଚଳ ଅଧିକାରୀଙ୍କ ସୁଚନା ଅନୁଯାୟୀ ଜବତ ଚିରା କାଠର ମୁଲ୍ୟ ୭୫ହଜାର ଟଙ୍କା ହେବ । ସେହିଭଳି ଭାବରେ ଅପରାହ୍ନ ୨ ଘଟିକା ସମୟରେ ରାଜ ଜଙ୍କିଆ ଗ୍ରାମ ପଂଚାୟତ ଅରଖପଦା ଗ୍ରାମ ନିକଟରୁ ଏକ କାଠଚିରା ମେସିନ୍ ସହ ଏକ ପାୱାର ଟିଲର ଜବତ କରିଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.