ବଲାଙ୍ଗିର, ତା, ୧୩/୦୬(ଓଡ଼ିଆପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତୁଷୁରା ପୋଲିସ ଅଧିକାରୀ ଯଶୋବନ୍ତ ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମରେ ଚଢାଉ ରନ୍ଧା ଦେଶୀ ମଦ ସହ ବିଭିନ୍ନ ଉପକରଣ ସାମଗ୍ରୀ ଜବତ କରାଯାଇଛି। ଚଢାଉରେ ପ୍ରାୟ ଶହେରୁ ଉର୍ଦ୍ଧ ଲିଟର ମଦ ଏବଂ ଦେଶୀ ମଦ ରନ୍ଧା ପାଇଁ ବ୍ୟବହୃତ ସାମଗ୍ରୀ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ତୁଷୁରା ଥାନା ରେ ଏକ ମାମଲା ରୁଜୁ କରାଯିବା ସହ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯିବ ବୋଳି ଥାନାଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ତୁଷୁରା ଥାନା ଅନ୍ତର୍ଗତ ଥାଳବନ୍ଧ ଗ୍ରାମର ଚିତ୍ରସେନ ବାରିକ (୪୦ ବର୍ଷ) ଓ ଲମ୍ବୋଦର ବାରିକ (୪୫ ବର୍ଷ)ଙ୍କ ଘରେ ଚଢାଉ କରିଥିବା ବେଳେ ଉକ୍ତ ଦୁଇ ଜଣ ନିଜ ଘରର ପଛପଟେ ମାଟି ତଳେ ରନ୍ଧା ମଦକୁ ଲୁଚାଇ ରଖିଥିଲେ। ଉକ୍ତ ମଦକୁ ପୋଲିସ ଠାବ କରିବାରେ ସକ୍ଷମ ହୋଇଥିବା ବେଳେ ଏସଆଇ ତୁଲସୀ ରାମ ଶବର, ଏଏସଆଇ ଜୟଦେବ ପ୍ରଧାନ, ଏଏସଆଇ ମୁଲରୀଧର ସେଠୀ, କନେଷ୍ଟବଲ ବିଜୟ ମାଝୀ, ମଙ୍ଗଳା ମାଡକାମୀ, ପଞ୍ଚା ମଲ୍ଲିକ ଓ ନବୀନ ମିଶ୍ର ପ୍ରମୁଖ ଚଢାଉରେ ସାମିଲ ଥିଲେ। ଅନ୍ୟ ପକ୍ଷରେ ଏପରି ସଫଳତା ପାଇଁ ବଲାଙ୍ଗୀର ଏସପି ଟୁଇଟ କରି ପୋଲିସର ମନୋବଳ ବୃଦ୍ଧି କରାଇ ଇଛନ୍ତି।








