Home ଜିଲ୍ଲା ପରିକ୍ରମା ପୁରୀ ଜିଲ୍ଲାରେ COVID19 ମହାମାରୀର ମୁକାବିଲା ନିମନ୍ତେ ଜୀବିକା ଉପାର୍ଜନ ଓ କର୍ମ ନିଯୁକ୍ତି ପାଇଁ...

ପୁରୀ ଜିଲ୍ଲାରେ COVID19 ମହାମାରୀର ମୁକାବିଲା ନିମନ୍ତେ ଜୀବିକା ଉପାର୍ଜନ ଓ କର୍ମ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତି ଆଲୋଚନା

96

ପୁରୀ ୧୩-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲାରେ COVID19 ମହାମାରୀର ମୁକାବିଲା ନିମନ୍ତେ ଜୀବିକା ଉପାର୍ଜନ ଓ କର୍ମ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରୀୟ ଯୋଜନା ପ୍ରସ୍ତୁତି ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିଡ଼ି ଡିଆରଡିଏ ଶ୍ରୀ ବିଶାଲ ସିଂ ଙ୍କ ସମେତ କୃଷି, ଯୋଗାଣ, ପଶୁ ଧନ ବିଭାଗ, ଉଦ୍ୟାନ ଓ ଗ୍ରାମ୍ୟ ଉନ୍ନୟନ ପ୍ରଭୁତି ବିଭାଗୀୟ ଅଧିକାରୀମାନେ ଯୋଗଦେଇ ନିଜ ନିଜ ବିଭାଗର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ପ୍ରବାସୀ ଶ୍ରମିକଙ୍କ ସ୍କିଲ ମ୍ୟାପିଂ ଏବଂ ସେ ଅନୁଯାୟୀ ତାଲିମ ପ୍ରଦାନ, ନରେଗାରେ ମୋ ପୋଖରୀ ଏବଂ ପୌଷ୍ଟିକ ଉଦ୍ୟାନ, ଚାଷୀଙ୍କୁ ପୁରୀ ନିମାପଡ଼ା ବ୍ୟାଙ୍କ ଜରିଆ ରେ ୨୨୦ କୋଟି ଟଙ୍କା ଋଣ ଯୋଗାଇବା ଏବଂ ଶସ୍ୟ ବୀମାକୁ ବ୍ୟବସ୍ଥିତ କରିବା ପ୍ରଭୃତି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.