Home କେନ୍ଦୁଝର ରୋଗୀ ଦେଖିବାକୁ ଯିବା ବାଟରେ ଅଙ୍ଗନବାଡି ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ

ରୋଗୀ ଦେଖିବାକୁ ଯିବା ବାଟରେ ଅଙ୍ଗନବାଡି ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗ

415

ହାଟଡ଼ିହି, ୧୦/୬ : ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମରେ ରୋଗୀ ଚିକିତ୍ସା କରିବାକୁ ଯିବା ସମୟରେ ଅଙ୍ଗନବାଡି କର୍ମୀଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ସ୍ୱାମୀଙ୍କୁ ଭୁଜାଲିରେ ଆକ୍ରମଣ କରି ଆହତ କରିଥିବା ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଅଙ୍ଗନବାଡି କର୍ମୀ ସାବିତ୍ରୀ ଭୁତିଆ ତାଙ୍କ ସ୍ୱାମୀ ମକରଧ୍ୱଜ ଭୁତିଆଙ୍କ ବାଇକରେ ବସି ଅନ୍ତସତ୍ୱା ଥିବା ସୁମ୍ରିତା ବାରିକଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବଚଝିବାକୁ ତାଙ୍କ ଘରକୁ ଯାଉଥବବାବେଳେ ବାଟରେ ଛକି ବସିଥିବା ଗ୍ରାମର ଶରତ କୁମାର ଦାସ, ସୁଶାନ୍ତ ଦାସ, ଜୟନ୍ତ ଦାସ, ରଞ୍ଜନ ଭୁତିଆ ପ୍ରମୁଖ ବ୍ୟକ୍ତିମାନେ ତାଙ୍କୁ ଗାଳିଗୁଲଜ କରି ମଟର ସାଇକେଲରୁ ଘୋଷାରି ଆଣିଥିଲେ । ମକରଧ୍ୱଜ ଏହାକୁ ବିରୋଧ କରିବାରୁ ସେମାନେ ଏକ ଭୁଜାଲିରେ ହାଣି ତାଙ୍କୁ କ୍ଷତାକ୍ତ କରିଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଆକ୍ରମଣ ପରେପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାରକରି ଶାଳଣିଆଁ ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ଏହାକୁନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମନରେଗା ଯୋଜନା କାମ ବିବାଦକୁ ନେଇ ଏପରି ହୋଇଥିବା ଶୁଣିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.