Home କେନ୍ଦୁଝର ବାଙ୍ଗୋର ସରପଞ୍ଚଙ୍କୁ ମାଡ ଘଟଣାକୁ ନେଇ ଡିଜିଙ୍କୁ ଭେଟିଲା ବିଜେପି

ବାଙ୍ଗୋର ସରପଞ୍ଚଙ୍କୁ ମାଡ ଘଟଣାକୁ ନେଇ ଡିଜିଙ୍କୁ ଭେଟିଲା ବିଜେପି

322

ହାଟଡ଼ିହି, ୧୦/୬ : ହାଟଡିହି ବ୍ଲକ ବାଙ୍ଗୋର ସରପଞ୍ଚଙ୍କୁ ପୁଲିସ ଅଧିକାରୀଙ୍କ ମାଡ ଘଟଣାରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ପୁଲିସ ଡିଜିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଜେପି ବିଧାୟକ ମୋହନ ମାଝୀ, ଜିଲ୍ଲା ସଭାପତି ଅଂଶୁମାନ ସବୁଜ ବର୍ମା, ଆଲୋକ ସେଠୀ, ରାମଚନ୍ଦ୍ର ସାହୁ,ମମିତା ନାୟକ, ବାଙ୍ଗୋର ସରପଞ୍ଚ ସୁପ୍ରଭା ପ୍ରଧାନ, ସମିତିସଭ୍ୟ ବିବେକାନନ୍ଦ ରାଉତ, ପୁର୍ବତନ ଜିଲ୍ଲାପରିଷଦ ବିଜୟ ରାଉତ ପ୍ରମୁଖ ପୁଲିସ ଡିଜି ଅଭୟ , ଏଡିଜି କ୍ରାଇମ ସୌମେନ୍ଦ୍ର ପ୍ରୀୟଦର୍ଶୀ ପ୍ରମୁଖଙ୍କୁ ଭେଟି କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇବା ସହିତ ସାଧାରଣ ଜନତା ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ସେହିପରି ସୋସୋ ଥାନା ଅଧିକାରୀଙ୍କ ସରପଞ୍ଚଙ୍କୁ ମାଡ ଘଟଣା, ଫାଣ୍ଡି ଭଙ୍ଗାରୁଜା ଘଟଣାରେ କିପରି ସରପଞ୍ଚଙ୍କ ସ୍ୱାମୀ ଓ ସମ୍ପର୍କୀୟ ମାନଙ୍କ ନାମକୁ ଯୋଡାଯାଇ ମାମଲା ରୁଜୁ କରାଯାଇଛି, ଖାଦ୍ୟ ପୁଡିଆ ବାଣ୍ଟିବାକୁ ଯାଇଥିବା ଜଣେ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ କିପରି ଥାନାରେ ଦୀର୍ଘ ୮ଘଣ୍ଟା ଅଟକ ରଖାଯାଇଥିଲା ଆଦି ଘଟଣା ସମ୍ପର୍କରେ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.