ହାଟଡିହି-୭/୬, ହାଟଡିହି ବ୍ଲକ ସମଣା ପଞ୍ଚାୟତର ବି.ସି ହାଇସ୍କୁଲ ଠାରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସଙ୍ଗରୋଧରେ ରହିଥିବା ଭିନ୍ନଭିନ୍ନ ଗ୍ରାମର ୨୫ଜଣ ପ୍ରବାସୀ ଓଡିଆଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନାରେ ବିଦାୟ ଦିଆଯାଇଛି । କିଏ ୨୧ଦିନ ତ ଆଉ କିଏ ୧୮ଦିନ ଆଉ କିଏ ୧୪ଦିନ ସଙ୍ଗରୋଧରେ ରହି ଆଜି ଘରକୁ ଫେରିଛନ୍ତି । ଆଜି ଏହି ବିଦାୟବେଳେ ସମସ୍ତଙ୍କ ମଧ୍ୟରେ ଘରକୁ ଫେରିବାର ଆନନ୍ଦ ଓ ସଙ୍ଗରୋଧରେ ରହି ଗୋଟିଏ ପରିବାର ଭଳି ଚଳିଆସିଥିବା ଏହି ପ୍ରବାସୀ ମାନେ ନିଜ ନିଜ ଠାରୁ ଦୁରେଇ ଯାଉଥିବା ଦୁଃଖ ସମସ୍ତଙ୍କ ଠାରେ ପରିଷ୍ପୁଟ ହୋଇଥିଲା । ସେମାନେ ଯିବାବେଳେ ସରପଞ୍ଚ ପତିତ ପାବନ ନନ୍ଦ ଓ ତାଙ୍କର ଅନ୍ୟ ସମସ୍ତ ସହଯୋଗୀ ମାନଙ୍କୁ ପୁଷ୍ପମାଲ୍ୟ ଦେଇ ମିଠା ଖୁଆଇଥିଲେ । ସରପଞ୍ଚଙ୍କ ବ୍ୟବହାର ଓ କାର୍ଯ୍ୟଦକ୍ଷତାକୁ ନେଇ ସେମାନେ ବହୁ୍ ଖୁସିଥିବା କହିଥିଲେ । ସରପଞ୍ଚଙ୍କ ସମେତ ଜିଆରଏସ ବିଷ୍ଣୁ ଚରଣ ସାହୁ, ପଞ୍ଚାୟତ ବିଜେଡି ସଭାପତି ଧୁୁସାଶନ ବେହେରା, ସୁବାସ ଚନ୍ଦ୍ର ଦୋରା, ଅଜୟ ସାହା, ସମବାୟ ସମିତିର ସମ୍ପାଦକ ଅକ୍ଷୟ କୁମାର କବି, ଅଭୟ କୁମାର ସାହା, ଶିକ୍ଷକ ପ୍ରଦୀପ କୁମାର ସାହୁ, ହରେକୃଷ୍ଣ ସ୍ୱାଇଁ, କ୍ଷେତ୍ରବାସୀ ଦାସ, ଗୌରାଙ୍ଗ ପାଢ଼ୀ, ମଦନ ମହାନ୍ତି, ଦିଲୁ ରାଉତ ପ୍ରମୁଖ ପ୍ରବାସୀ ମାନଙ୍କୁ ଫୁଲତୋଡା, ଡିସଚାର୍ଜ ସାଟିଫିକେଟ, ମେଡିକାଲ ରିପୋର୍ଟ ପ୍ରଭୃତି ପ୍ରଦାନ କରି ସେମାନଙ୍କୁ ଅଟୋ ମାଧ୍ୟମରେ ନିଜ ନିଜ ଘରକୁ ପଠାଇଥିଲେ ।