Home ଓଡ଼ିଶା ବହୁ ପ୍ରତୀକ୍ଷାର ଅନ୍ତ ଆସନ୍ତାକାଲି ପ୍ରସ୍ତାବିତ ହଂସପାଳ ଫ୍ଲାଇ ଓଭରବ୍ରିଜ୍ ଭୂମିପୂଜନ କରିବେ ସାଂସଦ ଅପରାଜିତା

ବହୁ ପ୍ରତୀକ୍ଷାର ଅନ୍ତ ଆସନ୍ତାକାଲି ପ୍ରସ୍ତାବିତ ହଂସପାଳ ଫ୍ଲାଇ ଓଭରବ୍ରିଜ୍ ଭୂମିପୂଜନ କରିବେ ସାଂସଦ ଅପରାଜିତା

366

ଭୁବନେଶ୍ୱର / ବାଲିଅନ୍ତା ୭ା୬ (ଓଡ଼ିଆ ପୁଅ) : କଟକ-ଭୁବନେଶ୍ୱର ଜାତୀୟ ରାଜପଥର ହଂସପାଳ ଛକରେ ଫ୍ଲାଇ ଓଭରବିଜ୍ ନଥିବାରୁ ଟ୍ରାଫିକ୍ ସମସ୍ୟାରେ ଦୁର୍ଘଟଣାରେ ବହୁ ଧନଜୀବନ ହାନିହୋଇ ହଂସପାଳ ଛକ ମରଣଯନ୍ତା ପାଲଟି ଅଞ୍ଚଳବାସୀଙ୍କ ପାଇଁ ସବୁବେଳେ ଦୁର୍ଘଟଣା ଜନିତ ଆସନ୍ନ ମୃତ୍ୟୁକୁ ଆମନ୍ତ୍ରଣ କରୁଥିଲା। ଏ ସମ୍ପର୍କରେ ସ୍ଥାନୀୟ ନହରକଣ୍ଟା, ହରିଦାସପୁର, ରୁଦ୍ରପୁର, ସୁନ୍ଦରାପାଟଣା, ବଙ୍ଗୁଆରୀ, ହଂସପାଳ, ବାଲିଅନ୍ତା, ଭିଙ୍ଗାରପୁର ଅଞ୍ଚଳର ଜନସାଧାରଣ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ। ପୂର୍ବତନ ବିଧାୟକ ଭାଗୀରଥି ବଡ଼ଜେନା, ପ୍ରିୟଦର୍ଶୀ ମିଶ୍ର, ବିଧାୟକ ସୁଶାନ୍ତ କୁମାର ରାଉତ, ଡଃ ଅରବିନ୍ଦ ଢାଲି, ପୂର୍ବତନ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ବିଧାନସଭାରେ ଓ ପତ୍ର ମାଧ୍ୟମରେ କ୍ରମାଗତ ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ। ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଗତ ନିର୍ବାଚନ ସମୟରେ ଏଠାରେ ଫାଇ ଓଭରବ୍ରିଜ୍ ନିର୍ମାଣ ପାଇଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଓ ନିଜ ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କର୍ମକର୍ତ୍ତାଙ୍କୁ ଆଣି କ୍ଷେତ୍ର ପରିଦର୍ଶନ କରାଇ ଏ ବାବଦରେ ଅର୍ଥର ବ୍ୟୟ ବରାଦ କରାଇ ଆସନ୍ତାକାଲି ୮ ତାରିଖ ସକାଳ ୮ ଘଟିକା ସମୟରେ ନିରାଡ଼ମ୍ବରଭାବେ ସାମାଜିକ ଦୂରତା ଅବଲମ୍ବନ କରି ଭୂମିଭୂଜନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ଓ ସମସ୍ତ ଅଞ୍ଚଳବାସୀ ସାଂସଦଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।

ଆଉ ମଧ୍ୟ ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଦୁଇ ପାଶ୍ୱର୍ରେ ଥିବା ଜଳ ନିଷ୍କାସନ ପାଇଁ ଥିବା ଆବହମାନ କାଳର ନୟନଜୋରିକୁ ପୋତି ଜଳନିଷ୍କାସନ ପାଇଁ ବ୍ୟବସ୍ଥା ନ କରି ଜାତୀୟ ରାଜପଥ ପ୍ରାଧିକରଣ ତରଫରୁ ଅଣଯୋଜନାକୃତ ରାସ୍ତା ସମ୍ପ୍ରସାରଣ ଯୋଗୁଁ କୁଆଖାଇ- ପୁରୀ ମୁଖ୍ୟ କେନାଲ, ଜାତୀୟ ରାଜପଥ ୧୬, ପ୍ରାଚୀ ନଦୀ ଆଭ୍ୟନ୍ତରରେ ରୁଦ୍ରପୁର, ନହରକଣ୍ଟା, ହଂସପାଳ, ବଙ୍ଗୁଆରୀ, ହରିଦାସପୁର, ସୁନ୍ଦରାପାଟଣା, ନୂଆପାଟଣା, କୁଣ୍ଡିତରାପାଟଣା, ପାହାଳ ଅଞ୍ଚଳର ବର୍ଷା ଓ ବନ୍ୟାଜଳ ନିଷ୍କାସନ ହୋଇନପାରି ଜୁନ୍ ମାସରୁ ପୁଣି ଅପ୍ରେଲ୍ ମାସ ପର୍ଯ୍ୟନ୍ତ ଏହି ଗ୍ରାମଗୁଡ଼ିକ ଜଳବନ୍ଦୀ ହୋଇ ଲୋକେ ଯମଯନ୍ତ୍ରଣା ଭୋଗ କରୁଛନ୍ତି। ଜଳ ନିଷ୍କାସନ ହୋଇ ନପାରି ଏ ଅଞ୍ଚଳର ଲୋକଙ୍କ ଜୀବନ ଜୀବିକା ଚାଷ ମଧ୍ୟ ବିଲୋପ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ତରଫରୁ ଜାତୀୟ ରାଜପଥ ପାଶ୍ୱର୍ରେ ଡ୍ରେନ୍ ନିର୍ମାଣ ଅନୁମୋଦନ ପ୍ରସ୍ତାବ ଗତ ୨୦୧୯ ମସିହାରୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ନିକଟରେ ପଡ଼ିଥିଲେ ମଧ୍ୟ ସେମାନେ ଡ୍ରେନ୍ ପ୍ରସ୍ତାବ ଅନୁମୋଦନ କରୁନାହାନ୍ତି। ଯାହାପାଇଁ ଅଞ୍ଚଳବାସୀ ବର୍ଷସାରା ଦୂଷିତ ଜଳବନ୍ଦୀ ରହିବାକୁ ବାଧ୍ୟ ହେଉଛନ୍ତି। ଏହି ଜଳବନ୍ଦୀରୁ ମୁକ୍ତି ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଭାନୁମତୀ ବେହେରା ମାନ୍ୟବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ସଦୟ ଦୃଷ୍ଟି ଆକର୍ଷଣ କରିଛନ୍ତି। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.