Home ଓଡ଼ିଶା ୧୯ଜଣ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଲୋକଙ୍କୁ ନିଜ ରାଜ୍ୟକୁ ପଠାଇଲା ବ୍ଲକ ପ୍ରଶାସନ

୧୯ଜଣ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଲୋକଙ୍କୁ ନିଜ ରାଜ୍ୟକୁ ପଠାଇଲା ବ୍ଲକ ପ୍ରଶାସନ

237

ହାଟଡିହି-୭ /୬, ହାଟଡିହି ବ୍ଲକରେ ଦୀର୍ଘ ମାର୍ଚ୍ଚ ୨୯ତାରିଖ ଠାରୁ ରହିଆସିଥିବା ୧୯ଜଣ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଲୋକଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି । କର୍ଣ୍ଣାଟକର ୮ଜଣ ବୟସ୍କ ଓ ୫ଜଣ ଶିଶୁ ଥିବାବେଳେ ମହାରାଷ୍ଟ୍ରର ୬ଜଣ ଥିଲେ । ସେମାନେ ଗାଁ ଗାଁ ବୁଲି ସାଇ ରଥ ପରିକ୍ରମା କରି ମାଗଣ ଯାଚଣ କରି ଚଳି ଆସୁଥିଲେ । ଲକଡାଉନ ଆରମ୍ଭ ହେବାରୁ ସେମାନେ ଗାଁ ଗଣ୍ଡା ବୁଲି ନପାରିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ହାଟଡିହି କଲେଜରେ ରଖାଯାଇ ସେମାନଙ୍କ ଖାଇବା ପିଇବାର ସମସ୍ତ ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କ ଅନଲାଇନ ପାସର ବ୍ୟବସ୍ଥା କରାଯିବାପରେ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଏକ ବସର ବ୍ୟବସ୍ଥା କରାଯାଇ ସେମାନଙ୍କୁ ଭୁବନେଶ୍ୱର ଓ ସେଠାରୁ ଟ୍ରେନ ଯୋଗେ ସେମାନଙ୍କ ରାଜ୍ୟକୁ ପଠାଯାଇଛି । ପିଇଓ ନରହରି ନାୟକ ଆଜି ସକାଳୁ ସେମାନଙ୍କର ଖାଇବା ପିଇବାର ସମସ୍ତ ବ୍ୟବସ୍ଥା କରାଇ ସେମାନଙ୍କୁ ବସରେ ବସାଇ ବିଦାୟ ଜଣାଇ ଥିବାବେଳେ ହାଟଡିହି ତହସିଲଦାର ସେମାନଙ୍କୁ ଟ୍ରେନ ଚଢ଼ାଇବା ପାଇଁ ଭୁବନେଶ୍ୱର ଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.