ବଲାଙ୍ଗିର ୩୦-୫ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରାଜ୍ୟର ଏକ ଉତପ୍ତ ଅଞ୍ଚଳ ଭାବେ ପରିଚିତ। ଟିଟିଲାଗଡରେ ପ୍ରଚଣ୍ଡ ରୌଦ୍ରତାପ ସହ ବିଦ୍ୟୁତ୍ ସମସ୍ୟା ବୃଦ୍ଧି ପାଇବାକୁ ଲାଗିଛି। ଗତ କିଛିଦିନ ହେଲା ଟିଟିଲାଗଡ ର ତାପମାତ୍ରା ୪୫° ସେଲସିୟସରୁ ଅଧିକ ରହୁଥିବା ବେଳେ ଦିନ ରାତି ଅନବରତ ବିଦ୍ୟୁତ୍ କାଟ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ଥ ହୋଇପଡିଛି। ଏ ନେଇ ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ରାଜ୍ୟ ଶକ୍ତି ମନ୍ତ୍ରୀ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ଭବାନୀପାଟଣା ସ୍ଥିତ ଆବାସିକ କାର୍ଯ୍ୟାଳୟରେ ସାକ୍ଷାତ କରି ଟିଟିଲାଗଡରେ ୧୩୨ କେଭି ଗ୍ରିଡ ସ୍ଥାପନ କରିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହା ସହ ବର୍ତ୍ତମାନ ହେଉଥିବା ଘନଘନ ଅଘୋଷିତ ବିଦ୍ୟୁତ୍ କାଟକୁ ମଧ୍ୟ ବନ୍ଦ କରିବାପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଶକ୍ତିମନ୍ତ୍ରୀ କ୍ୟାପଟେନ ମିଶ୍ର ଏହା ଟିଟିଲାଗଡ ବାସୀଙ୍କ ଏକ ଯଥାର୍ଥ ଦାବି ବୋଲି କହିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଟିଟିଲାଗଡ ବିଧାୟିକାଙ୍କ ସହ ଆଲୋଚନା ଓ ବିଚାରବିମର୍ଶ କରି ଯଥାଶୀଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଦାବିପତ୍ର ପ୍ରଦାନ ସମୟରେ ଟିଟିଲାଗଡ ବିକାଶ ସେନାର ବରିଷ୍ଠ ସଦସ୍ୟ ହରପ୍ରତାପ ଦାସ, ଅଭିନାଶ ବଗର୍ତ୍ତୀ, ମଞ୍ଜିତ୍ ସିଂ ବରିହା, ଚନ୍ଦନ ପଣ୍ଡା, ଶୁଭମ୍ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ୧୩୨ କେଭି ଗ୍ରୀଡ଼ ସବଷ୍ଟେସନ ସ୍ଥାପନ କରିବାକୁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ