ପାଟଣା ୨୩-୫ (ଓଡ଼ିଆ ପୁଅ/ସନ୍ତୋଷ ପତି) – ଥାନା ଭିତରେ ଜଣେ ଯୁବକଙ୍କୁ ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ଲାଠିରେ ଓ ଗୋଡ଼ରେ ଗୋଇଠା ମାରିଥିବା ଘଟଣାରେ ପାଟଣା ଥାନା ଅଧିକାରୀଣୀ ସଂଧ୍ୟାରାଣୀ ଜେନାଙ୍କୁ ପୋଲିସ ଡିଜି କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏନେଇ ଡିଜି ଟ୍ୱିଟ ଯୋଗେ ସୂଚନା ଜଣାଇଛନ୍ତି। ଏକ ଜମି ବାଡ଼ି ବିବାଦ କୁ ନେଇ ଦୁଇ ପରିବାର ମଧ୍ୟରେ ଗତ ମାର୍ଚ୍ଚ ୨୫ ତାରିଖରେ ପାଟଣା ଥାନାରେ ଅଭିଯୋଗ ହୋଇଥିଲା ଅଭିଯୋଗ ପରେ ଥାନା ଅଧିକାରୀଣି ସନ୍ଧ୍ୟାରାଣୀ ଜେନା ସାହାରପଡା ବ୍ଲକ ତାଳସରୁଆ ଗ୍ରାମର ରାଜୁ ମହାନ୍ତଙ୍କୁ ଥାନାକୁ ଆଣି ଲାଠିରେ ଏବଂ ଗୋଇଠା ମାରି ନିର୍ଦ୍ଧୁମ ବାଡେଇଥିଲେ ଏ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା। ମାଡ଼ ମାରିବା ଭିଡିଓ ଭାଇରାଲ ପରେ କେନ୍ଦୁଝର ଏସ.ପି ଘଟଣାର ତଦନ୍ତ ପାଇଁ ଘଟଗାଁ ଏସ. ଡି.ପି.ଓ ରବିନ୍ଦ୍ର ମଲ୍ଲିକଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ପୋଲିସ ଡି.ଜି ପାଟଣା ଥାନା ଅଧିକାରୀଣୀଙ୍କୁ ନିଲମ୍ବିତ କରିଛନ୍ତି।