Home ଓଡ଼ିଶା କରୋନା ତାଲାବନ୍ଦ ଓ କାଳବୈଶାଖି ଅଦିନିଆ ବର୍ଷାରେ ଚାଷୀ ମୁଣ୍ଡରେ ଚଡ଼କ ଚଳିତ ଖରିଫ ଚାଷପାଇଁ...

କରୋନା ତାଲାବନ୍ଦ ଓ କାଳବୈଶାଖି ଅଦିନିଆ ବର୍ଷାରେ ଚାଷୀ ମୁଣ୍ଡରେ ଚଡ଼କ ଚଳିତ ଖରିଫ ଚାଷପାଇଁ ଚାଷୀଙ୍କୁ ସ୍ୱତନ୍ତ୍ର ସହାୟତା ଦିଆଯାଉ – କିଷାନ କଂଗ୍ରେସ

163

ଭୁବନେଶ୍ୱର, ୨୩/୫ (ଓଡ଼ିଆ ପୁଅ) – ଗତ ରବି ଫସଲ ଅମଳ ସମୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖି, ବାତ୍ୟା ଓ କୁଆପଥର ମାଡ଼ରେ ପନିପରିବା, ଫୁଲ, ଫଳ, ଡାଲି ଓ ତୈଳବୀଜ ଜାତୀୟ ଫସଲର ବ୍ୟାପକ ଭାବରେ ନଷ୍ଟ ହୋଇଛି। ଏଥି ସହିତ କରୋନା କଟକଣା ତାଲାବନ୍ଦ ଫଳରେ ରବି ଓ ଗ୍ରୀଷ୍ମ ଋତୁରେ ଫସଲରେ ଅମଳ ଓ ସୁ ବିପଣନରେ ଘୋର ବାଧାପ୍ରାପ୍ତ ଘଟିଛି। ଅନେକ ସ୍ଥାନରେ କ୍ଷେତରେ ଫସଲ ପଚି ସଢ଼ିଯାଇଥିବା ଯୋଗୁଁ ଚାଷୀ ବହୁ ଗୁରୁତର କ୍ଷତି ସହିଛନ୍ତି। ବର୍ତ୍ତମାନ ଖରିଫ ଚାଷ ଆରମ୍ଭ ବେଳକୁ ଚାଷୀ ମୁଣ୍ଡରେ ଚଡ଼କ। ଚାଷ ପାଇଁ ଅର୍ଥ ନାହିଁ। ଅନ୍ୟପଟେ କରୋନା କଟକଣା ଓ ଅଦିନିଆ ବର୍ଷା ଓ ବାତ୍ୟା ଚାଷୀଙ୍କ ପାଇଁ କାଳ ସାଜିଛି। ଏଭଳି ସଙ୍ଗୀନ ପରିସ୍ଥିତିରେ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଚାଷୀଙ୍କୁ ବିଭିନ୍ନ କୃଷିଭିତ୍ତିକ ସହାୟତା ଯୋଗାଇଦେବା ଅତ୍ୟନ୍ତ ଜରୁରୀ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ବିଶେଷ କରି ଚାଷୀଙ୍କୁ ନିର୍ଦ୍ଧାରିତ ସମୟରେ ଆବଶ୍ୟକ ପରିମାଣର ପ୍ରାମାଣିକ ଧାନ, ମକା, କପା, ଚିନାବାଦାମ, ଅଦା, ହଳଦୀ ଓ ହରଡ଼ ବିହନ ପ୍ରଭୃତି ଯୋଗାଇ ଦେବା ସହ ୫୦ ପ୍ରତିଶତ ରିହାତିରେ ରାସାୟନିକ ଓ ଜୈବିକ ସାର ଓ କୀଟନାଶକ ଔଷଧ ଯୋଗାଣ, ଆଗାମୀ ଫସଲ ଅମଳ ପର୍ଯ୍ୟନ୍ତ ପ୍ରତି ଚାଷୀ ପରିବାରକୁ ମାସିକ ୧୦ ହଜାର ଟଙ୍କା ସ୍ୱତନ୍ତ୍ର ଆର୍ôଥକ ସହାୟତା, ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସମସ୍ତ ଚାଷୀଙ୍କଠାରୁ ସମ୍ପୂର୍ଣ୍ଣ କୃଷିଋଣ ଛାଡ଼, ପ୍ରତି ଚାଷୀ ପରିବାରକୁ ୫୦ ଲକ୍ଷଟଙ୍କା ପର୍ଯ୍ୟନ୍ତ କୃଷକ ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ, ଚାଷ ପାଇଁ ପ୍ରତି ଲିଟର ଡିଜେଲରେ ଚାଷୀଙ୍କୁ ୨୦ ଟଙ୍କା ରିହାତି ଓ ସମସ୍ତ କୃଷି ଶ୍ରମିକମାନଙ୍କୁ ବର୍ଷ ତମାମ ନିଶ୍ଚିତ କୃଷିଭିତ୍ତିକ କାର୍ଯ୍ୟରେ ନିୟୋଜିତ, ଚାଷ କାର୍ଯ୍ୟ ପାଇଁ ମାଗଣା ବିଜୁଳି, ଋଣୀ ଓ ଅଣଋଣୀ ଚାଷୀଙ୍କୁ ଫସଲ ବୀମାରେ ସୁନିଶ୍ଚିତ କରିବା ଓ ନିକଟରେ ଅମ୍ପନ ବାତ୍ୟା ଦ୍ୱାରା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଡାଲି ଓ ତୈଳବୀଜ, ଡାଳୁଅ ଧାନ, ଫଳ ଓ ପନିପରିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ୨୦ ହଜାର ଟଙ୍କା ଏବଂ ବରଜ ଭାଙ୍ଗି ପଡ଼ିଥିବା ପାନ ଚାଷୀଙ୍କୁ ଅତ୍ୟନ୍ତ ପକ୍ଷେ ୧୫ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଶ୍ରୀ ପଟ୍ଟନାୟକ ଓ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଶଶି ଭୂଷଣ ପାତ୍ର, ସୁଧିର ପରିଚ୍ଛା, ସୁବାଷ ରାଉତ, ସାଧାରଣ ସମ୍ପାଦକ ବିଷ୍ଣୁ ମୋହନ ରଥ, ନିମେଇଁ ଚରଣ ଜେନା, କାର୍ତ୍ତିକ ଚନ୍ଦ୍ର ଦାସ, ଯଶୈାଦା ନନ୍ଦନ ସିଂହ, ନିରଞ୍ଜନ ବେହେରା, ନିତ୍ୟାନନ୍ଦ ପଣ୍ଡା, କୃଷ୍ଣ ଚନ୍ଦ୍ର ନେପାକ, ବୃନ୍ଦାବନ ଖଟେଇ, ଅରବିନ୍ଦ ସାମଲ, ଉମେଶ ସାହୁ, ସନ୍ତୋଷ ସାହୁ ପ୍ରମୁଖ କର୍ମକର୍ତ୍ତାମାନେ ଏହି ମର୍ମରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପଠାଇବା ସହ ତୁରନ୍ତ ଉପରୋକ୍ତ ବିଷୟଗୁଡ଼ିକ ପ୍ରତି ଗୁରୁତ୍ୱ ଦେବାକୁ ଦୃଢ଼ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.