Home କେନ୍ଦୁଝର ଲକ୍ ଡାଉନ୍ ସମୟରେ ଗରିବ ଖଟିଖିଆଙ୍କୁ କାମ ଯୋଗାଇଲେ ଜିଲ୍ଲାପରିଷଦ ସଦସ୍ୟା ଜୟନ୍ତୀ ବାନାରା

ଲକ୍ ଡାଉନ୍ ସମୟରେ ଗରିବ ଖଟିଖିଆଙ୍କୁ କାମ ଯୋଗାଇଲେ ଜିଲ୍ଲାପରିଷଦ ସଦସ୍ୟା ଜୟନ୍ତୀ ବାନାରା

108

ବଡ଼ବିଲ, ତା ୨୩ ମେ(ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଯୋଡ଼ା ବ୍ଲକର ଗରିବ ଖଟିଖିଆ ଦିନମଜୁରିଆ ଲୋକମାନଙ୍କୁ ଲକ୍ ଡାଉନ୍ ସମୟରେ କାମ ଯୋଗାଇଲେ ୨୬ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ଜୟନ୍ତୀ ବାନାରା । ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ନିୟମ ଲାଗୁ କରାଇଛନ୍ତି । ଏହି ନିୟମକୁ ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ସମସ୍ତ ଲୋକ ପାଳନ କରୁଛନ୍ତି । ଏହି ଲକ୍ ଡାଉନ୍ ଦ୍ବାରା ଗରିବ ଖଟିଖିଆ ଦିନମଜୁରିଆ ଲୋକମାନଙ୍କ ପାଖରେ କୌଣସି କାମ ନଥିବାରୁ ବହୁ ଅସୁବିଧାରେ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ପ୍ରକାଶ ଯେ ଏହି ଲକ୍ ଡାଉନ୍ ସମୟରେ ବିଭିନ୍ନ ଖଣି, କାରଖାନା, ଭଳି ଅନେକ ଶ୍ରମ କାର୍ଯ୍ୟ ଭଳି ସଂସ୍ଥା ବନ୍ଦ ହୋଇଯାଇଛି । ଯାହାକୁ ନେଇ ଏଅଞ୍ଚଳର ଅନେକ ଖଟିଖିଆ, ଦିନମଜୁରିଆ, ଲେବର ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଯାହା ଫଳରେ ଉକ୍ତ ଲୋକମାନେ ନିଜ ଓ ପରିବାରଙ୍କ ଭରଣ ପୋଷଣ କରିବା ବହୁତ କଷ୍ଟକର ହେଉଛି । ରାଜ୍ୟ ସରକାରଙ୍କ ଘୋଷଣା ଦ୍ଵାରା ମନରେଗା, ରାସ୍ତାକାମ, ଜିଆରଏସ, ଇନ୍ଦିରା ଆବାସ ଯୋଜନା ସହ ଚାଷ କାର୍ଯ୍ୟ ହେଇପାରିବ । ଘୋଷଣା ପରେ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତାହାକୁ ନେଇ ଯୋଡ଼ା ବ୍ଲକ ସେରେଣ୍ଡା ପଞ୍ଚାୟତରେ ସଭ୍ୟା ଜୟନ୍ତୀ ବାନାରା , ସରପଞ୍ଚ ସଙ୍ଗୀତା ଚାତମ୍ବା, ନାଅବସରପଞ୍ଚ ମୁନା ବାନାରା, ଓ ସମିତି ସଭ୍ୟ ନାନୀକା ସିଦୁ ମିଳିତ ଭାବେ ଯୋଡ଼ା ବ୍ଲକରୁ ମନରେଗା ଯୋଜନାର ବିଭିନ୍ନ କାର୍ଯ୍ୟ ହାତକୁ ଆଣିଛନ୍ତି । ସେହି କାର୍ଯ୍ୟ ଗୁଡିକୁ ସେରେଣ୍ଡା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚାଲୁ କରାଇଛନ୍ତି । ବିଭିନ୍ନ ସ୍ଥାନରେ ପୋଖରୀ ଖନନ, ରାସ୍ତା କାର୍ଯ୍ୟ ଓ ଚାଷ କାର୍ଯ୍ୟ ଆରମ୍ଭ କରାଇ ସେଠାରେ ଲୋକମାନଙ୍କୁ କାମ ଯୋଗାଇ ଦେଇଛନ୍ତି । ଅନେକ ଦିନ ପରେ ନିୟମିତ ରୋଜଗାର ପାଇଁ କାମ ପାଇବାରୁ ସେଠାକାର ଲୋକମାନେ ବହୁତ ଖୁସି ଅନୁଭବ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.