Home କେନ୍ଦୁଝର ଡିମିରିଆ ଓ ହାବଳେଶ୍ୱର ଘାଟରୁ ବେଆଇନ ବାଲି ଉଠାଣ, ଜାଲ କାଗଜପତ୍ରରେ ଚାଲିଛି ପରିବହନ

ଡିମିରିଆ ଓ ହାବଳେଶ୍ୱର ଘାଟରୁ ବେଆଇନ ବାଲି ଉଠାଣ, ଜାଲ କାଗଜପତ୍ରରେ ଚାଲିଛି ପରିବହନ

202

ହାଟଡିହି-୧୯/୫, ହାଟଡିହି ତହସିଲ ଅଧିନସ୍ଥ ଡିମିରିଆ ଓ ହାବଳେଶ୍ୱର ବାଲି ଘାଟରୁ ବେଆଇନି ଭାବେ ବାଲି ଉଠାଣ ହେଉଥିବାବେଳେ ଜାଲ କାଗଜପତ୍ରରେ ବାଲି ପରିବହନ ହେଉଥିବା ଅଭିଯୋଗ ହେଉଛି । ବହୁ କମ ପରିମାଣର ବାଲି ଉଠାଣ ଲାଗି ଅନୁମତି ନେଇ ଦୈନିକ ଶହଶହ ଟ୍ରିପ ବାଲି ଚାଲାଣ ହେଉଥିବାବେଳେ ତହସିଲ କର୍ତ୍ତୁପକ୍ଷ ସବୁ ଜାଣି ଅଜଣା ହେବା ପ୍ରଶାସନର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି । ଲକଡାଉନ ସମୟରେ ବିଭିନ୍ନ ଜିଲ୍ଲାରେ ବାଲି ଉଠାଣ ବନ୍ଦ ହୋଇଯାଇଥିବାରୁ ଏହାର ଫାଇଦାନେଇ ବାଲି ମାଫିଆମାନେ ଜାଲ କାଗଜପତ୍ରରେ ବାଲି ପରିବହନ କରୁଥିବା ଜଣାଯାଇଛି । ହାବଳେଶ୍ୱର ବାଲିଘାଟକୁ ସରକାରୀ ସ୍ଥରରେ ଲିଜ ଦିଆଯାଇଥିଲେ ମଧ୍ୟ ବହୁ କମ ପରିମାଣର ବାଲି ଉଠାଣ ଲାଗି ଅନୁମତି ନେଇଛନ୍ତି । କିନ୍ତୁ ଦୈନିକ ଏହି ଘାଟରୁ ଶହଶହ ଟ୍ରିପ ବାଲି ଭଦ୍ରକ, ବନ୍ତ ଓ ଆଗରପଡା ଅଞ୍ଚଳକୁ ଚାଲାଣ ହେଉଛି । ତହସିଲ ପରମିଟ ବ୍ୟବହାର ନକରି ଏଠାରେ ଗାଁର ଏକ କମିଟି ନାମରେ ରସିଦ ବହି ଛପାଇଦେଇ ତାହାକୁ ପରମିଟ ଆକରରେ ଦେଉଥିବା ଦେଖିବାକୁ ମିଳିଛି । ସେହିପରି ଡିମିରିଆ ଘାଟରେ ମଧ୍ୟ ସମାନ ଅବସ୍ଥା । ଏଠାରେ ଜାଲ ପରମିଟ ଦିଆଯାଇ ବାଲି ଚୋରା ଚାଲାଣ ହେଉଛି । ଯେଉଁ ପରମିଟ ଦିଆଯାଉଛି ସେଥିରେ ତହସିଲଦାରଙ୍କ ଦସ୍ତଖତ ନଥିବାବେଳେ ଆଉ କିଛି ପରମିଟରେ ଜାଲ ଦସ୍ତଖତ କରାଯାଇ ଥିବା ଶୁଣିବାକୁ ମିଳୁଛି । ଏହି ବାଲିଘାଟଟି ମଥୁରାପୁର ବୈତରଣୀ ପୋଲ ନିକଟରେ ଥିବାରୁ ବାଲି ଉତ୍ତୋଳନକାରୀ ମାନେ ଏହି ପୋଲର ଅତି ନିକଟରୁ ବାଲି ଉତ୍ତୋଳନ କରିବାଦ୍ୱାରା ପିଲର ଦବିଯାଇଥିବା ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ । ଏପରିକି ବୈତରଣୀ ପୋଲର ପିଲର ନିକଟରୁ ଠାରୁ ବାଲି ଉତ୍ତୋଳନ ନକରିବା ପାଇଁ ଲିଜଧାରୀଙ୍କୁ ବାରଣ ମଧ୍ୟ କରୁନାହିଁ । ଏହି ଅଞ୍ଚଳକୁ ଶହଶହ ଗାଡି ବାଲିପାଇଁ ଆସୁଥିବାବେଳେ ଚାଳକ ମାନଙ୍କର ବେପରୁଆ ଓ ଦ୍ରୁତଗତିରେ ଗାଡି ଚାଳନା ଯୋଗୁଁ ଅନେକ ସମୟରେ ଧନଜୀବନ ହାନୀ ଘଟୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.