Home କେନ୍ଦୁଝର ନିମ୍ନମାନର ଖାଦ୍ୟକୁ ନେଇ ଡଅଁର କ୍ୱାରେଣ୍ଟାଇନ ସେଣ୍ଟରରେ ଅସନ୍ତୋଷ

ନିମ୍ନମାନର ଖାଦ୍ୟକୁ ନେଇ ଡଅଁର କ୍ୱାରେଣ୍ଟାଇନ ସେଣ୍ଟରରେ ଅସନ୍ତୋଷ

196

ହାଟଡିହି-୧୯/୫, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ପଞ୍ଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେଥିପାଇଁ ଆଜି ୪୫ଜଣ ଅନ୍ତେବାସୀ ଖାଦ୍ୟ ଗ୍ରହଣ ନକରିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନଙ୍କ ଅଭିଯୋଗ ଅନୁଯାଇ ଏଠାରେ ସରକାରଙ୍କ ତାଲିକା ଅନୁଯାଇ ଖାଦ୍ୟ ପରିବେଷଣ କରାଯାଉ ନାହିଁ । ଅଧିକାଶଂ ସମୟରେ ଭାତ ଡାଲମା ଖଟା ଦିଆଯିବା ସହ ଚା ଜଳଖିଆ ଠିକ ଭାବେ ଦିଆଯାଉ ନାହିଁ । ଆଜି ଭାତ ସହିତ ଡାଲି, ଭଜା ଓ ବୋଇତାଳୁ ଘାଣ୍ଟ ଦିଆଯିବାରୁ ଅନ୍ତେବାସୀମାନେ ଏହାକୁ ବିରୋଧ କରିଥିଲେ । ସେହିପରି ଅନ୍ତେବାସୀ ମାନଙ୍କୁ ଏସ୍କପାଏରୀ ବିସ୍କୁଟ ଦିଆଯଇଥିବାରୁ ଏହାକୁ ସେମାନେ ବିରୋଧ କରିଥିଲେ । ଏସମ୍ପର୍କରେ ସେମାନେ ସରପଞ୍ଚଙ୍କୁ ଜଣାଇବାରୁ ସରପଞ୍ଚ ତାଙ୍କୁ ଓଲଟା ଗାଳିଗୁଲଜ କରିବା ସହିତ ଅନ୍ୟ ପଞ୍ଚାୟତର କ୍ୱାରେଣ୍ଟାଇନକୁ ପଠାଇଦେବୁ ବୋଲି ଧମକ ଚମକ ଦେଉଥିବାନେଇ ଅଭିଯୋଗ କରିଛନ୍ତି । ଅନ୍ତେବାସୀମାନେ ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ କରିଛନ୍ତି । ଆଜି ଖାଦ୍ୟ ପରିବେଷଣ ବେଳେ ଅନ୍ତେବାସୀମାନେ ଖାଦ୍ୟ ଗ୍ରହଣ ନକରିବାରୁ ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ତେବାସୀମାନେ ତୁରନ୍ତ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇଥିଲେ । ହାଟଡିହି ବିଡିଓ ଜୟଦେବ ଦାସ ତୁରନ୍ତ ଜଣେ କନିଷ୍ଠଯନ୍ତ୍ରୀ ଓ ଜଣେ ଜିଆରଏସଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଖବରପାଇ ସ୍ଥାନୀୟ କିଛି ନେତୃବୃନ୍ଦ ତୁରନ୍ତ କ୍ୱାରେଣ୍ଟାଇନରେ ପହଞ୍ଚି ଅନ୍ତେବାସୀ ମାନଙ୍କୁ ବୁଝାସୁଝା କରିବାପରେ ତାଲିକା ଅନୁଯାଇ ଖାଦ୍ୟ ପେୟର ବ୍ୟବସ୍ଥା କରାଯିବାର ପ୍ରତିଶୃତି ଦେବାପରେ ଯାଇ ଅନ୍ତେବାସୀମାନେ ଖାଦ୍ୟ ଗ୍ରହଣ କରିଥିଲେ । ଏ ସମ୍ପର୍କରେ ସରପଞ୍ଚ ହିସି ହେମ୍ରମଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସବୁ ଠିକଠାକ ଦିଆଯାଉଥିଲା ଟିକେ ଭୁଲ ବୁଝାମଣାରୁ ଏପରି ହୋଇଛି । ଆଜି ଆମ ରୋଷେୟା ପୁରୀ, ଭୋଗିନୀ ବଦଳରେ ଉପମା ଭୋଗିନୀ ଦେଇଦେବାରୁ ପିଲାମାନେ ରାଗିଥିଲେ ପରେ ତାଙ୍କୁ ବୁଝାସୁଝା କରାଇ ଦେଇଛୁ ବୋଲି କହିଛନ୍ତି । ଆସନ୍ତାକାଲି ଠାରୁ ସରକାରଙ୍କ ମେନୁ ଅନୁଯାଇ ଖାଦ୍ୟ ପ୍ରଦାନ କରିବୁ ବୋଲି ସରପଞ୍ଚ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.