Home ଜିଲ୍ଲା ପରିକ୍ରମା ଭଦ୍ରକ ଡାକ ମଣ୍ଡଳରେ ସାଧାରଣ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

ଭଦ୍ରକ ଡାକ ମଣ୍ଡଳରେ ସାଧାରଣ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

121

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଡାକ ମଣ୍ଡଳରେ ସାଧାରଣ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇ ଯାଇଛି । ଏହି ସାଧାରଣ ଗ୍ରାହକ ସେବା କେନ୍ଦ୍ର ଗୁଡିକ ସମସ୍ତ ଅତ୍ୟାବଶ୍ୟକୀୟ ସାର୍ବଜନୀନ ସେବା, ସାମାଜିକ କଲ୍ୟାଣ ଯୋଜନା, ସ୍ୱାସ୍ଥ୍ୟ, ଅର୍ଥ, ଶିକ୍ଷା, କୃଷି ଏବଂ ଆହୁରି ଅନେକ ସେବା ଦେଶର ଗ୍ରାମ ସୂଦୁର ଅଞ୍ଚଳରେ ବାସ କରୁଥିବା ଜନତାଙ୍କ ପାଖରେ ପହଞ୍ଚାଇବାର ମାଧ୍ୟମ ହେଉଛି ଡାକ ବିଭାଗ । ଏହା ଦ୍ୱାରା ସମସ୍ତ ଜନସାଧାରଣଙ୍କୁ ଏକ ଆର୍ôଥକ ଓ ପ୍ରଯୁକ୍ତି ଭିତ୍ତିକ ସମାଜର ଅଂଶ କରିବାରେ ସରକାରଙ୍କ ଲକ୍ଷ୍ୟ ପୂରଣରେ ସହାୟକ ହେବ । ସାଧାରଣ ଗ୍ରାହକ ସେବା କେନ୍ଦ୍ର ପାଇଁ ସରକାରଙ୍କ ଅଧ୍ୟାଦେଶର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ସରକାରଙ୍କୁ ଜନତାଙ୍କ ନିକଟରେ ପହଞ୍ଚାଇବା । ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ଅନ୍ତର୍ଗତ ଲୋକାଭିମୁଖୀ ସେବା ଓ ରାଜ୍ୟ ଭିତ୍ତିକ ସେବାକୁ ସାଧାରଣ ଗ୍ରାହକ ସେବା କେନ୍ଦ୍ରର ସେବାରେ ସାମିଲ କରାଯାଇଛି । ଦେଶର ପ୍ରତ୍ୟେକ ଗ୍ରାମ ଓ ଦୂର ଦୁରାନ୍ତରେ ବାସ କରୁଥିବା ଜନତାଙ୍କ ନିକଟରେ ପହଞ୍ଚାଇବାକୁ ସାଧାରଣ ଗ୍ରାହକ ସେବା କେନ୍ଦ୍ର ଦ୍ୱାରା ଭାରତୀୟ ଡାକର ଏକ ପ୍ରୟାସ ବୋଲି ଏହି କେନ୍ଦ୍ରକୁ ଉଦ୍‌ଘାଟନ କରି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କେନ୍ଦ୍ରରେ ପାନକାର୍ଡ ଆବେଦନ, ପାସପୋର୍ଟ ଆବେଦନ, ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସାଧାରଣ ଆବଣ୍ଟନ ଯୋଜନା, ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ, ଆୟୁଷ୍ମାନ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଶ୍ରମ ମନ ଧନ ଯୋଜନା, ଜୀବନ ପ୍ରମାଣପତ୍ର, ବିମାନ, ବସ ଓ ରେଳ ଟିକଟ ସଂଗ୍ରହ, ନୂତନ ଭୋଟ ପରିଚୟପତ୍ର ଏବଂ ସଂଶୋଧନ, ଶ୍ରମିକ ପଞ୍ଜିକରଣ ଓ ପ୍ରମାଣପତ୍ର, ବିଭିନ୍ନ ପରିବହନ ସେବା, ମୋବାଇଲ ଓ କେବୁଲ ବିଲ, ଫାଷ୍ଟ ଟ୍ୟାଗ ସେବା, ଋଣ ପାଇଁ ଦରଖାସ୍ତ, ବୀମା ପୈଠ, ବିଭିନ୍ନ ପ୍ରକାରର ଆୟକର ବିଭାଗ କାର୍ଯ୍ୟ ଇତ୍ୟାଦି ମିଳି ପାରିବ । ଆଜି ଏହି ସେବାକୁ ଭଦ୍ରକ ଡାକ ମଣ୍ଡଳରେ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ମହାଡାକପାଳ ସୁବାସ ଚନ୍ଦ୍ର ବର୍ମା ଭଦ୍ରକ ମୁଖ୍ୟ ଡାକଘର ସ୍ଥିତ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ । ମୋବାଇଲ ରିଚାର୍ଜ କରି ପ୍ରଥମ ଗ୍ରାହକ କଳ୍ପତରୁ ପରିଡ଼ା, ଇଲେକ୍ଟ୍ରି ବିଲ ପ୍ରଦାନ କରି କଳାକାର ଶତପଥୀ ପ୍ରଥମ ଗ୍ରାହକ ଭାବେ ଏହାର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଡାକ ମଣ୍ଡଳ ଅଧୀକ୍ଷକ ସର୍ବେଶ୍ୱର ମିଶ୍ର, ସହାୟକ ଅଧୀକ୍ଷକ ଶୁଭ୍ରକାଶ ନାୟକ, ଡାକପାଳ ଅନିରୁଦ୍ଧ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.