ବଲାଙ୍ଗୀର ୪-୫ (ଓଡ଼ିଆ ପୁଅ//ସନ୍ତୋଷ ନାୟକ) କୋଭିଡ-୧୯ ମହାମାରୀ କୁ ନେଇ ସାରା ଦେଶ ଏବେ ଚିନ୍ତିତ ଅବସ୍ଥାରେ ଥିବା ବେଳେ ବଲାଙ୍ଗୀରରେ ଗୋଟିଏ ଦିନରେ ଦୁଇ ଜଣଙ୍କ ପୃଥକ, ପୃଥକ ଆତ୍ମହତ୍ୟା କରିଥିବା ଦେଖାଯାଇଛି। ବଲାଙ୍ଗୀରରେ ଗୋଟିଏ ଦିନରେ ଦୁଇଟି ଝୁଲନ୍ତା ଶବ ଉଦ୍ଧାର କରାଯାଇଛି, ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ରହିଛନ୍ତି।
ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଏଫ.ସି.ଆଇ ଗୋଦାମ ନିକଟରେ ଥିବା ଏକ ଗଛରୁ ଜଣେ ୨୭ ବର୍ଷୀୟ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ସଦର ପୋଲିସ। ମୃତ ଯୁବକ ଜଣକ ବଲାଙ୍ଗୀର ସହର ସାଲେପାଲି ପଡ଼ାର ଶିବ ଥାପା ବୋଲି ଜଣାଯାଇଛି। ବେକରେ ଗାମୁଛା ଗୁଡେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଶବ ନିକଟରେ ଏକ ସାଇକେଲ ପଡିଥିବା ଦେଖାଯାଇଛି। ତେବେ ମୃତ୍ୟୁର କାରଣ ଜଣା ପଡ଼ିନାହିଁ।
ଠିକ ସେହିପରି ସାଲେପାଲି ନିକଟରେ ଥିବା ଖୁଜେନପାଲି ପଂଚାୟତ ଅନ୍ତର୍ଗତ ବଗବଡୀ ଗ୍ରାମର ସ୍କୁଲ ନିକଟରେ ଥିବା ଆମ୍ବଗଛ ରୁ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ବଗବାଡୀ ଅଞ୍ଚଳର ଡୋଲାମଣି ସାହୁ ଙ୍କ ସ୍ତ୍ରୀ ଭାନୁମତି ସାହୁ ବୋଲି ଜଣାଯାଇଛି। ତାଙ୍କର ଏକ ସାତ ବର୍ଷ ର ପୁଅ ମଧ୍ୟ ରହିଛି। ମହିଳା ଜଣଙ୍କ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁର କାରଣ ତଦନ୍ତ ଆରମ୍ଭ ହୋଇଛି ବୋଲି ପୋଲିସ ସୂଚନା ମିଳିଛି। ଉଭୟ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।