ନୂଆଦିଲ୍ଲୀ ୨୬-୪ (ଓଡ଼ିଆ ପୁଅ) : କରୋନାଭାଇରସ୍ ପ୍ରଭାବରେ ଅର୍ଥନୈତିକ ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଇପାରନ୍ତି। ଏହାର ପ୍ରଭାବ ମଧ୍ୟ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଅବସର ବୟସ ଉପରେ ପଡ଼ିପାରେ ବୋଲି ଏକ ଇଂରାଜୀ ୱେବ ପୋର୍ଟାଲ ରିପୋର୍ଟ କରିଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ଅବସର ବୟସକୁ ୫୦ କରିପାରନ୍ତି। ଏହି ରିପୋର୍ଟରେ ଏହାର ବିଭିନ୍ନ କାରଣ ଉପରେ ତର୍କ ଦିଆଯାଇଛି।
କେନ୍ଦ୍ର ସରକାର ବର୍ତ୍ତମାନ ୫୦ ବର୍ଷ ବୟସରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ମୋଟା ଅଙ୍କର ଦରମା ଦେଉଛନ୍ତି। କେନ୍ଦ୍ର ସରକାର ଭୌଗୋଳିକ ଦୂରତ୍ତ୍ୱକୁ ନଜରରେ ନରଖି, ଚୁକ୍ତିଭିତ୍ତିକ ଶସ୍ତା ଦରରେ ଦକ୍ଷ ପ୍ରତିଭାମାନଙ୍କୁ ନିଯୁକ୍ତି ଦେବାକୁ ସୁଯୋଗ ଦେଇପାରନ୍ତି। ଏହା ଫଳରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ଏବଂ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ୫୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ସାମାଜିକ ଦୂରତା ବଜାୟ ରଖିବା କାରଣ ଦର୍ଶାଇ ବାଧ୍ୟତାମୂଳକ ଅବସର ଗ୍ରହଣ ପାଇଁ ନିର୍ଦେଶ ଦେଇପାରନ୍ତି।
ସେହି କର୍ମଚାରୀମାନେ ଅବସର ନେବା ଦିନରେ ପେନ୍ସନ୍ ପେମେଣ୍ଟ ଅର୍ଡର (ପିପିଓ) ପାଇବେ କିନ୍ତୁ କରୋନାଭାଇରସ୍ ଜନିତ ଅର୍ଥନୈତିକ ସଙ୍କଟ ଦୂର ହେବା ପରେ ଅବସରକାଳୀନ ସୁବିଧା ମିଳିବ।
ହାବାର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ଷ୍ଟିଫେନ୍ କିସଲରଙ୍କ ନେତୃତ୍ୱରେ ଉକ୍ତ ବିଶ୍ୱବିଦ୍ୟାଳୟର ଗବେଷକମାନେ କହିଛନ୍ତି ଯେ କରୋନା ଭାଇରସ୍କୁ ଦମନ କରିବା ପାଇଁ ଯେ ପର୍ଯ୍ୟନ୍ତ ଟିକା କିମ୍ବା ଅନ୍ୟ କିଛି ଉପଚାର ବାହାରି ନାହିଁ (୨୦୨୨ ରେ ଆଶା କରାଯାଉଛି) ସେ ପର୍ଯ୍ୟନ୍ତ କରୋନାଭାଇରସ୍ ରୁ ନିଜକୁ ବଞ୍ଚାଇ ରଖିବା ପାଇଁ ସାମାଜିକ ଦୂରତ୍ତ୍ୱ ଆବଶ୍ୟକ। ଅର୍ଥାତ୍ କରୋନାଭାଇରସ୍ ମହାମାରୀକୁ ମୁକାବିଲା କରିବା ପାଇଁ କାର୍ଯ୍ୟାଳୟରେ ସାମାଜିକ ଦୂରତା ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ହେବ ଏବଂ ତାହା ୨୦୨୨ ପର୍ଯ୍ୟନ୍ତ ଜାରି ରହିପାରେ।
କେନ୍ଦ୍ର ସରକାରୀ କାର୍ଯ୍ୟାଳୟରେ ତଳ ସ୍ଥରର କର୍ମଚାରୀଙ୍କ ଘନତ୍ତ୍ୱ ତିନି ଦଶନ୍ଧି ପୂର୍ବରୁ ଯାହା ଥିଲା, ବର୍ତ୍ତମାନ ତିନି ଗୁଣ ବଢ଼ିଛି। ଏହା ଫଳରେ ଗୋଟିଏ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କଠାରୁ ଅନ୍ୟ କର୍ମଚାରୀଙ୍କ ପର୍ଯ୍ୟନ୍ତ ୬ ଫୁଟ କିମ୍ବା ତା’ଠାରୁ ଅଧିକ ଦୂରତା ରଖିବା କେନ୍ଦ୍ର ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ।
ତେଣୁ, ଗୁରୁବାର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ କେନ୍ଦ୍ରର ସରକାରୀ ବିଭାଗକୁ କୁହାଯାଇଛିଯେ, କର୍ମଚାରୀଙ୍କ ଭିଡ଼କୁ ଏଡ଼ାଇବା ପାଇଁ ତଥା ନିରାପଦ ସାମାଜିକ ଦୂରତା ନିୟମକୁ କାର୍ଯ୍ୟକାରୀ କରିବା ପାଇଁ। ଡେପୁଟି ସେକ୍ରେଟାରୀ ସ୍ତରରୁ ତଳକୁ ଏକ ତୃତୀୟାଂଶରୁ ଅଧିକ କର୍ମଚାରୀଙ୍କୁ କାର୍ଯ୍ୟାଳୟକୁ ଡକାଯିବ ନାହିଁ।
ଅନ୍ୟ କର୍ମଚାରୀମାନେ ସାମାଜିକ ଦୂରତା ପାଳନ କରି ଘରୁ “ୱ୍ୱାର୍କ ପ୍ରମ ହୋମ” କରିପାରିବେ। କିନ୍ତୁ “ୱ୍ୱାର୍କ ପ୍ରମ ହୋମ” ସ୍ୱଳ୍ପ ସମୟ ପାଇଁ ସରକାରଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିପାରେ, କିନ୍ତୁ ଦୀର୍ଘକାଳୀନ ପାଇଁ ଏହି କାର୍ଯ୍ୟ ସଂସ୍କୃତିକୁ ବଦଳାଇବ ଯାହା ଏପର୍ଯ୍ୟନ୍ତ ଆମ ସରକାରଙ୍କ ଦ୍ୱାରା ଅନୁକରଣ କରାଯାଇନାହିଁ। ଯଦିଓ ଗୃହରୁ କାମ, ଦୀର୍ଘ ସମୟ ମଧ୍ୟରେ କର୍ମଚାରୀଙ୍କ ଉତ୍ପାଦନ କ୍ଷମତା, ଲଜିଷ୍ଟିକ୍ ଖର୍ଚ୍ଚ ଏବଂ ଅଫିସ୍ ସ୍ପେସ୍ ଦୃଷ୍ଟିରୁ ସଞ୍ଚୟ କରିଥାଏ। କିନ୍ତୁ ଗୃହରୁ କାର୍ଯ୍ୟ ସଂସ୍କୃତି ବର୍ତ୍ତମାନର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସହଜ ନୁହେଁ। ସେହି ପୁରାତନ କର୍ମଚାରୀମାନେ ମଧ୍ୟ ଆଧୁନିକ ଜ୍ଞାନକୌଶଳ ସହିତ ନିଜକୁ ଖାପ ଖୁଆଇବା ପାଇଁ କଷ୍ଟକର ହୋଇପାରେ, ଯାହା ଗୃହରୁ କାର୍ଯ୍ୟ ସଂସ୍କୃତି ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ସେହି କର୍ମଚାରୀମାନଙ୍କ ପାଇଁ, ଯେଉଁ କର୍ମଚାରୀମାନେ ଅତ୍ୟାବଶ୍ୟକ ନୁହଁନ୍ତି କିମ୍ବା ଘରୁ କାମ କରିବାକୁ ସକ୍ଷମ ନୁହଁନ୍ତି, ଏବଂ ସେହି କର୍ମଚାରୀ, ଯେଉଁମାନେ ଲକଡାଉନ୍ ହଟିବା ପରେ ଚାକିରୀ ହରାଇବାର ଆଶଙ୍କା ଅଧିକ ବୋଲି ଆଶା କରାଯାଉଛି।
ଏହା ବ୍ୟତୀତ ୫୦ ବର୍ଷରୁ ଅଧିକ ବୟସର କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଏମାନଙ୍କ ମଧ୍ୟରେ ମଧୁମେହ, ଶ୍ୱାସକ୍ରିୟା ଜନିତ ସମସ୍ୟା, ବୃକକ୍ ରୋଗ ଏବଂ ଅନ୍ୟାନ୍ୟ ଜୀବନ ପ୍ରତି ବିପଦ ଥିବା ଅବସ୍ଥା ରହିଛି, କାରଣ ସେମାନେ କରୋନାଭାଇରସ୍ ସଂକ୍ରମଣରେ ଅଧିକ ଆକ୍ରାନ୍ତ ହୋଇପାରନ୍ତି ଏବଂ ସେମାନଙ୍କର ଜୀବନ ପ୍ରତି ବିପଦ ଅଛି, ସେମାନେ ବର୍ତ୍ତମାନ ଡାକ୍ତରୀ ପ୍ରମାଣପତ୍ର ବିନା ଛୁଟି ନେଇପାରନ୍ତି ବୋଲି କାର୍ମିକ ମନ୍ତ୍ରଣାଳୟର ଉପରୋକ୍ତ ଆଦେଶରୁ ଜଣାପଡିଛି।
ଏକ ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ ୫୦ ବର୍ଷ ବୟସରେ ପହଞ୍ଚୁଥିବା ଭାରତୀୟ ଲୋକମାନେ ଜ୍ଞାନ ଏବଂ ଶାରୀରିକ ଦକ୍ଷତା ହ୍ରାସର ଶିକାର ହୋଇଥାନ୍ତି। ଯେହେତୁ ଘରୁ କାମ ବର୍ତ୍ତମାନର ଆବଶ୍ୟକତାରେ ପରିଣତ ହୋଇଛି, ତେଣୁ ସରକାର ସେହି ବୟସ୍କ କର୍ମଚାରୀଙ୍କ ବଦଳରେ ଚୁକ୍ତିଭିତ୍ତିକ ଆଧାରରେ ଦେଶର ଭୌଗୋଳିକ ଦୂରତା କୁ ନଦେଖି ଉପଯୁକ୍ତ ପ୍ରତିଭାମାନେ ନିଯୁକ୍ତି ପାଇବାର ସୁଯୋଗ ପାଇ ପାରିବେ।
ବିଶେଷଜ୍ଞମାନେ କହିଛନ୍ତି ଯେ ଭାରତର ଅର୍ଥନୈତିକ ଅଭିବୃଦ୍ଧି କରୋନାଭାଇରସ୍ ଲକଡାଉନ୍ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ଆସନ୍ତା ଦୁଇ ବର୍ଷ, ସମଗ୍ର ଦେଶରେ, ବେତନ ହ୍ରାସ ଏବଂ ଛଟେଇ କେବଳ ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ନୁହେଁ ସରକାରୀ କାର୍ଯ୍ୟରେ ମଧ୍ୟ COVID-୧୯ ର ପ୍ରଭାବ ଅନୁଭୂତ ହେବ।
ଏପର୍ଯ୍ୟନ୍ତ ସରକାର ଏହା ଉପରେ କୌଣସି ଘୋଷଣା କରିନାହାଁନ୍ତି। କିନ୍ତୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧିକୁ ରଦ୍ଦ କରିଛନ୍ତି ଏହାଛଡ଼ା ଜାନୁୟାରୀ ୧, ୨୦୨୦ ରୁ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ କୌଣସି ବକେୟା ଅର୍ଥ ପ୍ରଦାନ କରାଯିବ ନାହିଁ। ଏହି ୧୮ ମାସର ଏହା ଫଳରେ ୭୦, ୦୦୦ କୋଟିରୁ ଅଧିକ ସଞ୍ଚୟ ହୋଇପାରେ ବୋଲି ଏକ ସରକାରୀ ସୂତ୍ରରୁ ପ୍ରକାଶ।
ପରିସ୍ଥିତି କିପରି ହେବ ତାହା ଉପରେ ନିର୍ଭର କରେଯେ, ୫୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କ ଅବସର ଉପରେ ସରକାର କିପରି ପଦକ୍ଷେପ ନେବେ।
ରିପୋର୍ଟରେ ମାଧ୍ୟମରେ ସୂତ୍ରରୁ ପ୍ରକାଶଯେ, ଅବସର ବୟସକୁ ୫୦ ବର୍ଷକୁ ହ୍ରାସ କରିବା ବହୁତ କଠିନ ପଦକ୍ଷେପ ମନେହୁଏ, କିନ୍ତୁ ଏପରି ସମୟରେ କଠୋର ପଦକ୍ଷେପ ନିଆଯାଇପାରେ।