Home Coronavirus Outbreak ୯୧ ରୁ ୯୪ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାଣନ୍ତୁ

୯୧ ରୁ ୯୪ ନମ୍ବର କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଜାଣନ୍ତୁ

328

ଭୁବନେଶ୍ୱର ୨୬-୪ (ଓଡ଼ିଆ ପୁଅ) : ଶୁକ୍ରବାରଦିନ ଭଦ୍ରକର ୪ ଜଣ ନୂଆ କରୋନା ପଜିଟିଭ୍ ଚିହିନଟ ହୋଇଥିଲେ। ଏହି ୪ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ରାଜ୍ୟ ସରକାର ଦେଇଛନ୍ତି। ସେମାନେ ସମସ୍ତେ କୋଲକାତା ଫେରନ୍ତା।
ତେବେ ଜାଣନ୍ତୁ ଏମାନଙ୍କ ବିଷୟରେ

୯୧ ନଂ କରୋନା ଆକ୍ରାନ୍ତ –
୪୧ ବର୍ଷୀୟ ଯୁବକ। ଭଦ୍ରକ ଜିଲ୍ଲା ତିହିଡି ମଠସାହିରେ ଘର। ସେ କୋଲକାତାର ବେଲଗଛିଆରୁ ବାଇକରେ ଆସିଥିଲେ। ତାଙ୍କ ସହିତ ତାଙ୍କର ସାଂଙ୍ଗ ଆସିଥିଲେ। ଏପ୍ରିଲ ୧୮ ତାରିଖରେ ସେ ଭଦ୍ରକରେ ପହଞ୍ଚିଥିଲେ। ଏପ୍ରିଲ ୧୮ରୁ ୧୯ ତାରିଖରେ ଭଦ୍ରକ ସହରରେ ସାଙ୍ଗଙ୍କ ସହ ରହିଥିଲେ। ଏପ୍ରିଲ ୨୦ ତାରିଖରେ ସାଇକେଲରେ ତିହିଡି ପହଞ୍ଚିଥିଲେ। ଏହାପରେ ତିହିଡିରେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଥିଲେ। ତାଙ୍କ ଶରୀରରେ କୌଣସି କରୋନା ଲକ୍ଷଣ ନ ଥିଲା କିନ୍ତୁ ରକ୍ତ ଓ ସ୍ୱାବ ଟେଷ୍ଟ ପାଇଁ ନିଆଯାଇଥିଲା। ତେବେ ୨୪ ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।


୯୨ ନଂ କରୋନା ଆକ୍ରାନ୍ତ –

୪୧ ବର୍ଷୀୟ ଯୁବକ। ତିହିଡି କାନପୁର ପୀରହାଟର। ସେ ସାହିଖଣ୍ଡ, କୁଆଖିଆରୁ ଅଟୋରେ ଅନ୍ୟ ୧୦ ଜଣଙ୍କ ସହ ଯାଜପୁର ଟାଉନ ଯାଇଥିଲେ। ଯାଜପୁର ଟାଉନରୁ ଚାଲିଚାଲି ଏପ୍ରିଲ ୧୨ରେ ଘରେ ପହଞ୍ଚିଥିଲେ। ୧୩ରୁ ୨୩ ତାରିଖ ପର୍ଯ୍ୟନ୍ତ କାନପୁରରେ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ। ଲକ୍ଷଣ ବିହିନ। ତାଙ୍କର ସାମ୍ପୁଲ ସଂଗ୍ରହ କରାଯାଇଥିଲା। ଗତ ୨୪ ତାରିଖରେ ଆସିଥିବା ରିପୋର୍ଟ ଆସିଲା। ପଜିଟିଭ୍ ଆସିଲା। ଏହା ପରେ ତାଙ୍କୁ ୨୪ ତାରିଖରେ କଟକ ଅଶ୍ୱିନୀରେ ଭର୍ତ୍ତି କରାଯାଇଛି।


୯୩ ନଂ କରୋନା ଆକ୍ରାନ୍ତ –

୨୯ ବର୍ଷୀୟ ଯୁବକ। ଭଦ୍ରକ ଜିଲ୍ଲା ଧାମନଗରର। ସେ କୋଲକାତାର ବହୁବଜାରରୁ ଏକ ଭଡ଼ା ଗାଡ଼ିରେ ବାପାଙ୍କ ସହ ଆସିଥିଲେ। ତାଙ୍କ ସହ ଆଉ ୬ ଜଣ ସେହି ଗାଡ଼ିରେ ଆସିଥିଲେ। ମାର୍ଚ୍ଚ ୨୭ ତାରିଖରେ ସେ ଧାମନଗର ପହଞ୍ଚିଥିଲେ। ମାର୍ଚ୍ଚ ୨୮ ତାରିଖରେ ସେ ବାଇକରେ ବାପାଙ୍କ ସହ ଘରକୁ ଆସିଥିଲେ। ୨୮ ମାର୍ଚ୍ଚରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ ଧାମନଗର ଖଡ଼ିପଡ଼ାରେ ହୋମ କ୍ୱାରେଣ୍ଟିନ୍‌ରେ ରହିଥିଲେ। ତାଙ୍କଠାରେ ଲକ୍ଷଣ ନ ଥିଲା। ଟ୍ରାଭେଲ ହିଷ୍ଟ୍ରି ପାଇଁ ସାମ୍ପଲ ସଂଗ୍ରହ କରାଯାଇଥିଲା। ସାମ୍ପଲ ପଜିଟିଭ ପରେ ୨୪ରେ କଟକ ଅଶ୍ୱିନୀ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।


୯୪ ନଂ କରୋନା ଆକ୍ରାନ୍ତ –

୨୪ ବର୍ଷୀୟ ଯୁବକ। ଧାମନଗର କଲ୍ୟାଣୀର। ୧୬ରୁ ୨୦ ଏପ୍ରିଲ ଯାଏଁ କୋଲକାତା ବାହୁବଜାରରୁ ଚାଲିଚାଲି ଆସିଥିଲେ। କଲ୍ୟାଣୀ ପଞ୍ଚାୟତରେ ୨୧ ପର୍ଯ୍ୟନ୍ତ ସେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିଥିଲେ। ତାଙ୍କଠାରେ ଲକ୍ଷଣ ନ ଥିଲା। ୨୪ ତାରିଖରେ ପଜିଟିଭ ଚିହ୍ନଟ ହୋଇଥିଲେ। କଟକ ଅଶ୍ୱିନୀ ହସ୍ପିଟାଲକରେ ଭର୍ତ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.