ଯାଜପୁର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଗୁରୁବାରଠାରୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷ ଦେଇଥିବା ପରୀକ୍ଷାର୍ଥୀଙ୍କର ଖାତା ଦେଖା ଆରମ୍ଭ ହୋଇଛି । କୋରାଇ ଶିକ୍ଷା ମଣ୍ଡଳର ଉକ୍ତ ସେଂଟରରେ ୧୭ଟି ୟୁନିଟ ଶିକ୍ଷକ ଖାତା ଦେଖା ଲାଗି ନିୟୋଜିତ ହୋଇଥିବା ବେଳେ ପ୍ରତି ୟୁନିଟରେ ୨୫ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି । ତୃତୀୟ ଭାଷା ହିନ୍ଦି ନିମନ୍ତେ ଗୋଟିଏ ୟୁନିଟ ଥିବା ବେଳେ ବାକି ସମସ୍ତ ବିଷୟ ଲାଗି ଦୁଇଟି ଲେଖାଏଁ ୟୁନିଟ ନିୟୋଜିତ ଅଛନ୍ତି । ଉକ୍ତ ଖାତା ଦେଖା ଅପ୍ରେଲ ୧୦ ତାରିଖ ଯାଏଁ ଚାଲିବା ସହିତ କରୋନା ଲାଗି ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେଂଟର ସୁପରିନଟେ୍େଣ୍ଡଂଟ ରବିନ୍ଦ୍ର କୁମାର ସାହୁ ସୁଚନା ଦେଇଛନ୍ତି ।