Home ଜିଲ୍ଲା ପରିକ୍ରମା କରୋନା  ସତର୍କତା: ସାମୁହିକ ନମାଜ ପାଠ ପରିବର୍ତ୍ତେ ଘରେ ନମାଜ ପାଇଁ ଅନୁରୋଧ

କରୋନା  ସତର୍କତା: ସାମୁହିକ ନମାଜ ପାଠ ପରିବର୍ତ୍ତେ ଘରେ ନମାଜ ପାଇଁ ଅନୁରୋଧ

151

ଯାଜପୁର୧୯ା୩(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନାର ସଂକ୍ରମଣକୁ ପ୍ରତିହତ କରିବା ଊଦ୍ଦେଶ୍ୟରେ ଯାଜପୁର ଜିଲ୍ଲାରେ ଥିବା ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ନ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିବେଦନ କରିଚ୍ଥନ୍ତି ।  ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଏକ ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଜିଲ୍ଲାପାଳ ଶ୍ରୀ ଦାସ ଅଧ୍ୟକ୍ଷତା କରରିବା ସହ  ସମ୍ପ୍ରତ୍ତି କରୋନା ପାଇଁ ରାଜ୍ୟ ସରକାର ଯେଊଁ ମାର୍ଗ ଦର୍ଶିକା ଜାରି କରିଚ୍ଥନ୍ତି, ତାହାରି ଆଧାରରେ ପ୍ରତ୍ୟେକ ସଚେତନ ହେବାକୁ ଅନୁରୋଧ କରିଥିଲେ ।  ସରକାରଙ୍କ ନିର୍ଦ୍ଦେଶ ଓ ମାର୍ଗଦର୍ଶିକା ଅନୁସାରେ ଯାଜପୁରର ସମସ୍ତ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯିବା ସହ ବୈତରଣୀ କୂଳରେ ହେବାକୁ ଥିବା ମହାବାରୁଣୀକୁ ନିଷେଧ ଓ ମହାବାରୁଣୀ ସ୍ଥଳ ନିକଟରେ ୧୪୪ ଧାରା ବଳବତ୍ତର ରହିଚ୍ଥି ।  ଯେ ହେତୁ ଏହି କରୋନା ଭାଇରସ ଗହଳିପୂର୍ଣ୍ଣ ଅଞ୍ଚଳରେ ଅଧିକ ସଂକ୍ରମଣର ସମ୍ଭାବନା ରହିଥାଏ ;  ତେଣୁ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ, ଏକତ୍ରିତ ହେବା ଊପରେ ମଧ୍ୟ କଟକଣା ରହିଚ୍ଥି ।  ଏହାକୁ ପ୍ରତ୍ୟେକ ମସଜିଦର କର୍ମକର୍ତ୍ତା ନିଜେ ହୃଦୟଙ୍ଗମ କରିବା ସହ ଅନ୍ୟ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଇବାକୁ ଶ୍ରୀ ଦାସ ନିବେଦନ କରିଥିଲେ ।  ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା କରୋନା ଏକ ମାରାତ୍ମକ ରୋଗ ହୋଇଥିବାରୁ ବିଶ୍ୱର ସମସ୍ତ ଦେଶ ବର୍ତ୍ତମାନ ଚିନ୍ତିତ ।  ଏହି ପରିପ୍ରେକ୍ଷୀରେ ଆମେ ପ୍ରତ୍ୟେକ ନିଜ ସ୍ତରରେ ଊଦ୍ୟମ କରିବା ଯେପରି କୈାଣସି ଅଞ୍ଚଳରେ ଏହା ନ ବ୍ୟାପେ ବୋଲି ସେ କହିଥିଲେ ।    ଯେ ହେତୁ ଏହା ଜନ ଗହଳି ସ୍ଥାନରେ ଅଧିକ ବ୍ୟାପେ, ତେଣୁ ଘରେ ରହି ମଧ୍ୟ ନମାଜ କରି ସୁରକ୍ଷିତ ରହିବାକୁ ସେମାନେ ମୁସଲିମ  ଭାଇ ମାନଙ୍କୁ ପରାମର୍ଶ ଦେଇଥିଲେ ।  ସରକାରଙ୍କ ପକ୍ଷରୁ ବା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ପର‌୍ୟ୍ୟନ୍ତ ଏହା  ସମଗ୍ର ଜିଲ୍ଲାରେ ଅନୁପାଳନ କରାଯିବ ବୋଲି ସ୍ଥିର କରାଯାଇଛି ।  ଏ ସଂପର୍କରେ ଡାକ ବାଜି ଓ ଅନ୍ୟାନ୍ୟ ମାଧ୍ୟମରେ ସମସ୍ତଙ୍କୁ ସୂଚନା ପ୍ରଦାନ କରାଯିବ ବୋଲି ସେମାନେ ସୂଚନା ଦେଇଥିଲେ । ଜିଲ୍ଲାର ଅନ୍ୟ ମସ୍‌ଜିଦ ଗୁଡିକରେ ମଧ୍ୟ ଅନୁରୂପ ବ୍ୟବସ୍ଥା ପାଇଁ ଜିଲ୍ଲାପାଳ ସମସ୍ତ ତହସିଲଦାର ଓ ଥାନା ଆଇ.ଆଇ.ସି. ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି ।  ସେମାନେ ସ୍ଥାନୀୟ ମସ୍‌ଜିଦର ମୁଖ୍ୟଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ଶ୍ରୀ ଦାସ ପରାମର୍ଶ ଦେଇଚ୍ଥନ୍ତି ।  ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଏସ୍‌.ଡି.ପି.ଓ. ରବିନ୍ଦ୍ର ଜେନା, ଯାଜପୁର ଥାନା ଆଇ.ଆଇ.ସି. ଆଶିଷ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.