Home ଓଡ଼ିଶା ବାଲିଗୁଡା: କରୋନା ପାଇଁ ବେପାର ମାନ୍ଦା: କିଲୋ ୫୦ ଟଙ୍କାରେ ବି ଚିକେନ୍‌ନେବାକୁ ଲୋକେ ଅମଙ୍ଗ

ବାଲିଗୁଡା: କରୋନା ପାଇଁ ବେପାର ମାନ୍ଦା: କିଲୋ ୫୦ ଟଙ୍କାରେ ବି ଚିକେନ୍‌ନେବାକୁ ଲୋକେ ଅମଙ୍ଗ

252

ବାଲିଗୁଡା, ୧୭।୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଚାରିଆଡ଼େ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ସଂକ୍ରମଣ ଏବେ ବିଶ୍ୱବାସୀଙ୍କ ନିଦ ହଜାଇସାରିଲାଣି। ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଏପରିସ୍ଥଳେ ଲୋକମାନେ କରୋନା ଭୟରେ ମାଂସ ଖାଇବା ବନ୍ଦ କରିଦେଇଛନ୍ତି। କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଞ୍ଚଳରେ କରୋନା ଯୋଗୁ ଚିକେନ୍‌ବେପାର ମାନ୍ଦା ହୋଇଛି। ବ୍ରଏଲର କୁକୁଡ଼ା ପ୍ରତି ଲୋକଙ୍କ ଆଦର କମିବାରେ ଲାଗିଛି। ତେଣୁ ଦୋକାନୀ ଗୋଟିଏ କୁକୁଡ଼ାକୁ ୫୦ରୁ ୧୦୦ଟଙ୍କାରେ ବିକ୍ରି କରୁଛନ୍ତି। ବେପାର ହେଉ ନ ଥିବା ଯୋଗୁ ଦୋକାନୀମାନେ ବହୁ କ୍ଷତି ସହୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ରହିଥିବା କିଛି କୁକୁଡ଼ା ଦୋକାନ ଶନିବାର ବନ୍ଦ ହୋଇଥିବା ଦେଖିବାକୁ ମିଳିଛି। ଅପରପକ୍ଷେ କରୋନା ଭାଇରସଠାରୁ ଦୂରେଇ ରହିବାର ଏକମାତ୍ର ବିକଳ୍ପ ହିଁ ସଚେତନତା। ତେଣୁ ସ୍ଥାନୀୟ ଏନ୍‌ଏସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସଚେତନତା ପାଇଁ ଏକ ପ୍ରଚାର ଗାଡ଼ି ସମଗ୍ର ସହର ପରିକ୍ରମା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.