Home Coronavirus Outbreak କନ୍ଧମାଳରେ ୧୪୪ ଧାରା: ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ମନା….

କନ୍ଧମାଳରେ ୧୪୪ ଧାରା: ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ମନା….

481

କନ୍ଧମାଳ, ୧୭/୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ସତର୍କ ରହିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଜିଲାରେ ୧୪୪ ଧାରା ଘୋଷଣା କରିଛନ୍ତି। କୌଣସି ସ୍ଥାନରେ ଭିଡ ନ କରିବା ସହ ୫ ଜଣରୁ ଊର୍ଦ୍ଧ୍ୱ ଲୋକ ଜମାହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ଦାରିଙ୍ଗବାଡି ତହସିଲଦାର ତଥା ଏକଜୁଟିଭ ମାଜିଷ୍ଟେଟ ନିତିଶ କୁମାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ ସଦଳବଳେ କଫି ବଗିଚା ସମେତ ମିଡିୟୁବାନ୍ଦା ଜଳପ୍ରପାତରେ ପହଞ୍ଚି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଜିଲା ପ୍ରଶାସନର ୧୪୪ଧାରା ଜାରି କରି ଏକ ବଡ ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ସେହିପରି ମାଜିଷ୍ଟେଟ ତ୍ରୀପାଠୀ ପୋଲିସ ନେଇ ଦାରିଙ୍ଗବାଡିର ସମସ୍ତ ହୋଟେଲରେ ପହଞ୍ଚି ଆଉ ନୂତନ ପର୍ଯ୍ୟଟକଙ୍କୁ ହୋଟେଲରେ ନ ରଖିବା ଏବଂ ଭିଡ ନ କରିବାକୁ ହୋଟେଲ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.