Home ଓଡ଼ିଶା ରଣପୁରରେ ୧୦୪ ତମ ବିଜୁ ଜୟନ୍ତୀ ପାଳନ ଓ ସ୍ୱେଛାକୃତ ରକ୍ତଦାନ ଶିବିର

ରଣପୁରରେ ୧୦୪ ତମ ବିଜୁ ଜୟନ୍ତୀ ପାଳନ ଓ ସ୍ୱେଛାକୃତ ରକ୍ତଦାନ ଶିବିର

87

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୭/୦୩-ସାରା ରାଜ୍ୟରେ ବିଜୁ ଜୟନ୍ତୀ ପାଳନ ହେଉଥିବା ବେଳେ ସେଥିରୁ ବାଦ ପଡିନି ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ । ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ସ୍ୱେଛାକୃତ ରକ୍ତଦାନ ଶିବିର କରାଯାଇ ୧୨୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ଜଣା ପଡିଛି । ମା ମଣିନାଗ ପୀଠରେ ମାର୍ଚ୍ଚ ୭ ତାରିଖ ଅପରାହ୍ନରେ ୧୦୪ତମ ବିଜୁ ଜୟନ୍ତୀ ପାଳନ କରାଯାଇଅଛି । ଏଥିରେ ବଜୁ ଜନତା ଦଳର ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ରଣପୁରର ପୁର୍ବତନ ବିଧାୟକ ତଥା ପୁର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର, ବିଜୁ ଜନତା ଦଳର ରଣପୁର ବ୍ଲକ୍ ସଭାପତି ପାଣ୍ଡବ ସେଠୀ, ଏନ୍‌.ଏ.ସି ଅଧ୍ୟକ୍ଷା ସବିତା ଦାସ, ବ୍ଲକ୍ ଅଧ୍ୟକ୍ଷା ନିରୁପମା ପ୍ରଧାନ, ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା, ଏନ୍‌.ଏ.ସି ଉପାଧକ୍ଷ ପ୍ରିୟବ୍ରତ ପ୍ରହରାଜ, ଇଂ.ଦେବାଶିଷ ପଟ୍ଟନାୟକ, ପ୍ରତିଭା ମହାନ୍ତି, ଶଚ୍ଚିକାନ୍ତ ଷଡଙ୍ଗୀ, କିଶୋର ରାଉତରାୟ, ଦୀପକ୍ ସାସମଲ୍ ପ୍ରମୁଖ ବିଜୁ ଜନତା ଦଳର ୧ ହଜାରରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ ।

୰ କଳିଙ୍ଗ ଷଣ୍ଢ ବିଜୁ ପଟ୍ଟନାୟକଙ୍କର ଜୀବନ ଶୈଳୀ ଆଦର୍ଶ ଉପରେ ସମସ୍ତ ବକ୍ତାମାନେ ନିଜର ବକ୍ତବ୍ୟ ରଖିଥିଲେ । ମାନ୍ୟବର ବିଧାୟକ ସତ୍ୟନାରାୟଣ ପ୍ରଧାନ ଓ ମାନ୍ୟବର ପୁର୍ବତନ ରାଜ୍ୟସଭା ସାଂସଦ ତଥା ମାନ୍ୟବର ପୁର୍ବତନ ବିଧାୟକ ରବିନାରାୟଣ ମହାପାତ୍ର ବିଜୁ ପଟ୍ଟନାୟକଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରି କେଉଁଭଳି ଭାବରେ ବ୍ରିଟିଶ୍ ସରକାରଙ୍କ ସମୟରେ ପାଇଲଟ୍ ଭାବରେ ଯୋଗଦାନ କରି ସ୍ୱାଧିନତା ଆନ୍ଦୋଳନରେ କିପରି ଦୃଢ ଭୁମିକା ନିର୍ବାହ କରିଥିଲେ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ତେଣୁ ତାଙ୍କରି ଆଦର୍ଶରେ ବିଜୁ ଜନତା ଦଳ ଗଠନ ହୋଇଥିବାରୁ ମାନ୍ୟବର ନବୀନ ପଟ୍ଟନାୟକଙ୍କର ହାତମୁଠାକୁ ଟାଣ କରି ସମସ୍ତେ ଏକତାବଦ୍ଧ ରହିବା ପାଇଁ ଆହ୍ୱାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.