Home ଜିଲ୍ଲା ପରିକ୍ରମା ୪୦୭ ମିନି ଟ୍ରକ ଧକ୍କା ରେ ଅଟୋ ରିକ୍ସା ଦୁର୍ଘଟଣା, ଜଣେ ମୃତ,୪ ଆହତ,୨...

୪୦୭ ମିନି ଟ୍ରକ ଧକ୍କା ରେ ଅଟୋ ରିକ୍ସା ଦୁର୍ଘଟଣା, ଜଣେ ମୃତ,୪ ଆହତ,୨ ଗୁରୁତର ଙ୍କୁ ବିଶାଖାପାଟଣା ହସପିଟାଲ ସ୍ଥାନାନ୍ତର

64

ମାଲକାନଗିରି,୭ା୩(ଓଡିଆ ପୁଅ ) ଏକ ଧାନବୋଝେଇ ୪୦୭ ମିନଟ୍ରକ ଧକ୍କାରେ ଅଟୋରିକ୍ସା ଦୁର୍ଘଟଣା ଘଟି ଘଟଣାସ୍ଥଳରେ ଜଣେ ବ୍ୟକ୍ତିର ମୃତ୍ୟୁ ହେବାସହିତ ୪ଜଣ ଆହତ ହୋଇଛନ୍ତି,ଦୁଇଜଣ ଗୁରୁତର ଙ୍କୁ ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆଜି ସକାଳେ ମାଲକାନଗିରି ଥାନା ତୁମସାପାଲି ପଚାଂୟତସ୍ଥ ପିଟାଗାଟା ଚିଡିପାଲି ଠାରୁ ଏକ ଅଟୋରିକ୍ସାରେ ସଭ୍ୟା ଛତ୍ରୀଆ(୨୩),ସନ୍ତୋଷି ସୁନାନୀ(୧୬), ରାମେ ମାଢି(୩୦),ମୁକା କବାସୀ(୪୫) ମାଲକାନଗିରି କୁ ଆସୁଥିବା ସମୟରେ ହଟାତ ଏମଭି୪୭ଠାରୁ ଏକ ଧାନବୋଝେଇ ୪୦୭ ମନିଟ୍ରକ ଦୃତଗତିରେ ପିଟାଗାଟା ଧାନମଣ୍ଡିକୁ ଯାଉଥିବା ବେଳେ ଚିଡିପାଲି ମଶାଣି ରାସ୍ତାରେ ନିକଟରେ ଅଟୋରିକ୍ସାକୁ ଧକ୍କାଦେଇଥିଲା । ଟ୍ରକ ଧକ୍କାରେ ଅଟୋରିକ୍ସାଟି କିଛି ଦୁରକୁ ଘୋଷାରି ହୋଇପାଳାଇ ଚାପିହୋଇ ଯାଇଥିଲା ।ସେହି ଅଟୋ ରେ ବସିଥିବା ଚିଡିପାଲି ଗ୍ରାମର ମୁକା କବାସୀ(୪୫) ଦୁରକୁ ଛିଟିକି ପଡି ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚିଡିପାଲି ଗ୍ରାମର ଅଶାକର୍ମୀ ରାମେ ମାଢି(୩୦), ପିଟାଗାଟା ଗ୍ରାମର ସଭ୍ୟା ଛତ୍ରୀୟା(୨୩),ଶାନ୍ତି ସୁନାନୀ(୧୬), ଏମଭି୪୭ଗ୍ରାମର ଅଟୋ ଚାଳକ ସୁବ୍ରତ ଭକ୍ତ(୩୦) ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇ ଟ୍ରକଚାଳକ ଗୁରୁ ମସ୍ତ୍ରୀ ଟ୍ରକ ଛାଡି ଜଙ୍ଗଲ ଭିତରକୁ ଦୈଡିପଳାଇ ଫେରାର ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ନିକଟସ୍ଥ ଗ୍ରାମବାସୀ ୧୦୮ଆମ୍ବୁଲାନ୍ସ ଓ ମାଲକାନଗିରି ଥାନାକୁ ଫୋନ କରି ଜଣାଇ ଥିଲେ,ଆମ୍ବୁଲାନ୍ସ ପହଁଚିବାରେ ବିଳମ୍ବ ହେବାରୁ ଗ୍ରାମ ବାସୀମାନେ ଏକ ଅଟୋଭଡା କରି ମାଲାକନଗିରି ହସପିଟାଲକୁ ଆହତ ମାନଙ୍କୁ ନେଇ ଚିକିତ୍ସା କରିଥିଲେ । ଦୁର୍ଘଟଣା ସ୍ଥଳରେ ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ,ସବଇନିସ୍ପେକ୍ଟର ରୁଦ୍ରମାଧାବ ମୁଦୁଲି,ଏଏସଆଇ ସତ୍ୟରାମ ହୋତା,ଧନୁର୍ଯ୍ୟୟ ମୁର୍ମୁ ପୁଲିସ ସଦଳବଳ ପହଁଚି ତଦନ୍ତ ଆରମ୍ଭ କରି ଦୁର୍ଘଟଣା ଘଟାଇଥିବା ୪୦୭ ମିନଟ୍ରକ କୁ ଜବତ କରିଛନ୍ତି । ଦୁର୍ଘଟଣାରେ ମୃତ ମୁକା କବାସୀଙ୍କ ମୃତଶରୀର କୁ ପୁଲିସ ଜବତ କରି ଶବବ୍ୟବଛେଦ ପାଇଁ ମାଲକାନଗିରି ଜିଲ୍ଲା ହସପିଟାଲକୁ ପଠାଇଛନ୍ତି । ମାଲକାନଗିରି ହସପିଟାଲରେ ଚିକିତ୍ସା ହେଉଥିବା ଆହତ ମାନଙ୍କ ମଧ୍ୟରୁ ଆଶାକର୍ମୀ ରାମେ ମାଢି ଓ ସଭ୍ୟା ଛତ୍ରୀୟା ଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ସେ ଦୁହେଁଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ ଡାକ୍ତର ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତର କରିଛନ୍ତି । ଏହି ଦୁର୍ଘଟଣା ସଂପର୍କରେ ଆହତ ଅଟୋଚାଳକ ସୁବ୍ରତ କହିଛନ୍ତି,ଆଜି ସକାଳେ ସେ ଏମଭି୪୭ ଗ୍ରାମରୁ ଅଟୋ ବାହର କରୁ ଥିବା ବେଳେ ୪୦୭ ମିନିଟ୍ରକଟି ଦୃତ ଗତିରେ ତାଙ୍କ ଗ୍ରାମରେ ପହଁଚି ଥିଲା । ଟ୍ରକ ଡ୍ରାଇଭର ଗୁରୁ ମସ୍ତ୍ରୀ ମଦ୍ୟପାନ କରି ବେପାରୁଆ ଭାବେ ଗାଡି ଚଳାଉଥିବାରୁ ତାଙ୍କୁ ଏପରି ଗାଡିଡଳାଅ ନାହିଁ, ଦୁର୍ଘଟଣା ଘଟି ପାରେ ବୋଲି ସୁବ୍ରତ ୪୦୭ ଟ୍ରକ ଡ୍ରାଇଭର ଗୁରୁ କୁ କହି ଚିଡିପାଲି ଗ୍ରାମ ରୁ ମୁକା କବାସୀ ,ଆଶାକର୍ମୀ ରାମେ ମାଡି ଓ ପିଟାଗାଟା ଗ୍ରମରୁ ସଭ୍ୟା,ସନ୍ତୋଷି ଙ୍କୁ ନେଇ ମାଲକାନଗିରି ଅଭି ମୁଖେ ଯାଉଥିବାରୁ ହଟାତ ସେହି ୪୦୭ ଟ୍ରକଟି ଦୃତ ଗତିରେ ସାମନା ପଟରୁ ମାଡିଆସୁଥିବାର ଦେଖି ଅଟୋ ଚାଳକ ଗାଡିଟିକୁ ରାସ୍ତାକଡକୁ ସାଇଡ କରି ରଖିଦେବା ସମୟରେ ସେହି ଟ୍ରକଟି ଧକ୍କାଦେଇ ଦୁର୍ଘଟଣା ଘଟାଇଥିଲା ବୋଲି ଅଟୋ ଚାଳକ କହିଛନ୍ତି । ଏହି ଦୁର୍ଘଟଣା ସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୬୯/୨୦, ଭାରତୀୟ ପିଙ୍ଗଳ କୋର୍ଡ ୨୭୯/୩୩୭/୩୩୮/୩୦୪(ଏ) ଦଫାରେ ମକଦୋମା ରୁଜୁକରାଯାଇ ଫେରାର ଗାଡିଚାଳକଙ୍କୁ ପୁଲିସ ଖୋଜା ଚଳାଇଛନ୍ତି । ମୃତ ମୁକା କବାସୀ ଙ୍କର ଘରକୁ ପତ୍ନୀ ଓ ଦୁଇଟି ପିଲା ଅଛନ୍ତି ,ସେ ଘରେ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାର ୁ ତାଙ୍କ ମୃତ୍ୟୁରେ ପରିବାର ଅସହାୟ ହୋଇପଡିଛନ୍ତି । ଦୁର୍ଘଟଣାରେ ମୃତଆହତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଚିଡିପାଲି ଓ ପିଟାଗାଟା ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.