ନୂଆ ଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ନାଗରିକତା ସଂଶୋଧନ ଆଇନ୍ (CAA) ଏବଂ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (NRC) ବିରୁଦ୍ଧରେ ଦିଲ୍ଲୀର ଉତ୍ତର-ପୂର୍ବ ଜିଲ୍ଲାରେ ବିରୋଧ ପ୍ରଦର୍ଶନ ଚାଲିଛି। ସୂତ୍ର ମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ ହେଡ କନେଷ୍ଚବଳଙ୍କ ସମେତ ୪ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ନର୍ଥ-ଇଷ୍ଟ ଦିଲ୍ଲୀରେ ହୋଇଥିବା ହିଂସା ସମୟରେ ପୋଲିସ ଉପରେ ଗୁଳି ଚଳାଇଥିବା ଲାଲ ଟି-ସାର୍ଟ ପିନ୍ଧିଥିବା ବ୍ୟକ୍ତିର ପରିଚୟ ମିଳିଛି। କୁହାଯାଉଛି କି ଗୁଳି ଚଳାଇଥିବା ବ୍ୟକ୍ତିର ନାମ ଶାହରୁଖ ଅଟେ।
ସୂଚନା ମୁତାବକ ଗୋକୁଳପୁରୀରେ ଦୁଇ ସମୂହ ମଧ୍ୟରେ ସଂଘର୍ଷ ସମୟରେ ଦିଲ୍ଲୀ ପୋଲିସର ହେଡ କନେଷ୍ଟବଳ ରତନ ଲାଲର ମୃତ୍ୟୁ ହୋଇଯାଇଛି। ରତନ ଲାଲ ରାଜସ୍ଥାନର ସୀକରର ମୂଲ ବାସିନ୍ଦା ଥିଲେ। ସେ ୧୯୯୮ ରେ ଦିଲ୍ଲୀ ପୁଲିସରେ କନଷ୍ଟେବଳ ଭାବରେ ସାମିଲ ହୋଇଥିଲେ। ରତନ ଲାଲ ଏସିପି ଗୋକୁଲପୁରୀର କାର୍ଯ୍ୟାଳୟରେ ନିଯୁକ୍ତ ଥିଲେ। ସେ ତାଙ୍କ ପତ୍ନୀ ଏବଂ ୩ ସନ୍ତାନଙ୍କ ସହିତ ରହୁଥିଲେ।
ହେଡ କନଷ୍ଟେବଳଙ୍କର ମୃତ୍ୟୁ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଲୋକମାନଙ୍କୁ ଶାନ୍ତି ବନାଇ ରଖିବା ପାଇଁ ଅପିଲ କରିଛନ୍ତି। କେଜରୀୱାଲଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା, ଗୋପାଲ ରାୟ, ପଙ୍କଜ ଗୁପ୍ତା, ସଂଜୟ ସିଂହ ଆଦି ମଧ୍ୟ ଟ୍ୱିଟ କରି ଲୋକମାନଙ୍କୁ ଶାନ୍ତି ବନାଇ ରଖିବା ପାଇଁ ଅପୀଲ କରିଛନ୍ତି।
ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ପ୍ରଦର୍ଶନକାରୀମାନେ ଦୁଇ ଘରେ ନିଆଁ ଲଗେଇଲେ
ଉତ୍ତର-ପୂର୍ବ ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁର ଅଞ୍ଚଳରେ ପ୍ରଦର୍ଶନକାରୀମାନେ ଦୁଇଟି ଘରେ ନିଆଁ ଲଗେଇଦେଇଥିଲେ। ଏହାଫଳରେ ଚିନ୍ତା ଆହୁରି ବଢ଼ିଯାଇଛି। ଏହି ଅଞ୍ଚଳରେ ସୋମବାରଦିନ କ୍ରମାଗତଭାବେ ଦ୍ୱିତୀୟ ଦିନ ସିଏଏ ସମର୍ଥକ ଏବଂ ବିରୋଧୀ ସମୂହ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରଦର୍ଶନକାରୀମାନେ ପରଷ୍ପର ଉପରେ ପଥର ଫୋପାଡ଼ିବା ଆରମ୍ଭ କରିଥିଲେ। ପୋଲିସ ପ୍ରଦର୍ଶନକାରୀମାନଙ୍କୁ ଘଉଡ଼ାଇବା ପାଇଁ ଆଶୁ ଗ୍ୟାସ ଛାଡ଼ିଥିଲା। ପୋଲିସ ଦୁଇ ଗୋଷ୍ଠୀଙ୍କୁ ଶାନ୍ତ କରାଇବାକୁ ମଧ୍ୟ ପ୍ରୟାସ କରିଥିଲା। ଅଧିକାରିମାନଙ୍କ ଅନୁଯାୟୀ ପ୍ରଦର୍ଶନକାରୀମାନଙ୍କ ଦ୍ୱାରା ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଆସିଥିବା ଦମକଳର ଏକ ଗାଡ଼ିକୁ ମଧ୍ୟ କ୍ଷତି ପହଁଚାଇଥିଲେ।
https://twitter.com/BDUTT/status/1231940614318514177