Home କନ୍ଧମାଳ ପଂଚଦଣ୍ଡ ପରିଚାଳନା ସମିତିର ବୈଠକ

ପଂଚଦଣ୍ଡ ପରିଚାଳନା ସମିତିର ବୈଠକ

270

ବାଲିଗୁଡା, ୨୩/୨୮ (ଓଡ଼ିଆ ପୁଅ) – ବାଲିଗୁଡା ପଂଚୁଦଣ୍ଡ ପରିଚାଳନା ସମିତିର ସ୍ଥାନୀୟ କଟପଡି ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସମିତିର ସଭାପତି ରାଜ କିଶୋର ଦାସଙ୍କ ସଭାପତିତ୍ୱରେ ବୈଠକ ହୋଇଛି। ଏଥିରେ ୨୦୧୯ର ଆୟବ୍ୟୟ ଉପରେ ଆଲୋଚନା କରାଯାଇଥିଲା ଓ ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ପ୍ରସ୍ତାବ ଆଗତ ହୋଇଥିଲା କିନ୍ତୁ ପୁରୁଣା କମିଟିହିଁ ରହିଛନ୍ତି ଓ ଏହି ବର୍ଷ ସମିତିର ବରିଷ୍ଠ ସଭ୍ୟ ତଥା ଉପଦେଷ୍ଟା ସୁରେଶ ଚନ୍ଦ୍ର ମହାନ୍ତିଙ୍କୁ ସମିତିର ସଂପୂର୍ଣ୍ଣ ପରିଚାଳନା ଭାର ତୁଲାଇବାକୁ ସହମତି ପ୍ରକାଶ ପାଇଛି।

ଆସନ୍ତା ଦଣ୍ଡଯାତ୍ରାରେ ବାଲିଗୁଡା ପଂଚୁଦଣ୍ଡ ପରିଚାଳନା ସମିତି ଆନୁକୁଲ୍ୟରେ ଅଷ୍ଟଶମ୍ଭୁ କରିବା ପାଇଁ ଧାର୍ଯ୍ୟ କରାଯାଇଛି ଓ ଏହା ଆସନ୍ତା ଏପ୍ରିଲ ମାସ ୫ ତାରିଖ ରବିବାର ଦିନ କରାଯିବ। ଏହି ଅଷ୍ଟଶମ୍ଭୁର ମୁଖ୍ୟ ଆକର୍ଷଣ ଅଷ୍ଟଶମ୍ଭୁ ମିଳନ ସଂନ୍ଧ୍ୟା ୫ଟାରେ ସ୍ଥାନୀୟ ବଜାର ଛକ ଠାରେ ଅନୁଷ୍ଠିତ ହେବ। ସମିତି ତରଫରୁ ଏଥି ନିମନ୍ତେ ବ୍ୟାପକ ପ୍ରସ୍ତୁତି ସହ କିଭଳି ଶୁରୁଖୁରୁ କାର୍ଯ୍ୟକ୍ରମ ହେବ ତାହା ଆଲୋଚନା କରାଯାଇଥିଲା। ସମିତିର ସମ୍ପାଦକ କିଶୋର ଚନ୍ଦ୍ର ପାଳ, ବଂଶୀଧର ପଣ୍ଡା, ଗୌର ଚନ୍ଦ୍ର ଶୁଆର, ଶିବରାମ ପ୍ରଧାନୀ, ଏନେସି ଉପାଦକ୍ଷ ଲୋକନାଥ ପାଢୀ, ସୁବାଷ କହଁର, ଦୁଖୀ ଶ୍ୟାମ ମହାରଣା, ସୂର୍ଯ୍ୟ ସାହୁ, ତ୍ରୀନାଥ ପଣ୍ଡା, ଶ୍ରୀନିବାସ ଦୋରା, କୁନୁ ପାଢୀ ପ୍ରଶାନ୍ତ କୁମାର ସାହୁ, ସଞ୍ଜୀବ ଦାସ, ରମେଶ ନାୟକ, ରଶ୍ମି ରଂଜନ ମହାରଣା, ଭଗବାନ ପଣ୍ଡା, ପ୍ରଦୀପ ପାଳ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.