ଭୁବନେଶ୍ୱର ୮.୨ (ଓଡ଼ିଆ ପୁଅ) -କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଏକ ଯୋଜନା ଵଧ ଷଡଯନ୍ତ୍ର ବୋଲି କଂଗ୍ରେସ କହିଛି। ଆଜି ପୂର୍ବାହ୍ନ ରେ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ଙ୍କ ନେତୃତ୍ୱ ରେ ପିସିସି ର ଏକ ସ।ତ ଜଣିଆ ତଥ୍ୟ ଅନୁସନ୍ଧାନ କାରୀ ଦଳ ରଞ୍ଜନ ଙ୍କ ପରିବାରକୁ ଭେଟିବା ସହିତ ଘଟଣା ସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ।
ଘଟଣା ସ୍ଥଳର ପାରିପାର୍ଶିକସ୍ଥିତି ଏବଂ ସାଧାରଣ ଜନତାଙ୍କ ପ୍ରତିକ୍ରିୟା ଓ ସୂଚନା ଅଧିକାର ରେ ତଥ୍ୟ ମାଗିବା ଯୋଗୁ ସରକାରୀ ଦଳ ରାଜନେତା ଓ ସରକାରୀ କର୍ମଚାରୀ ଅତ୍ୟନ୍ତ ଚାପରେ ଥିଲେ ତେଣୁ ରଞ୍ଜନଙ୍କୁ ଯୋଜନା ବଧ ଭାବରେ ହତ୍ୟା କରାଯାଇଛି ବୋଲି ଅନୁସନ୍ଧାନକାରୀ ଦଳ ର ବରିଷ୍ଠ ସଦସ୍ୟ ଆଇନଜୀବୀ ତଥା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି। ଅନ୍ୟତମ ସଦସ୍ୟ ଜିନେଶ ଦାସ ରାଜ୍ୟ ରେ ବିଭିନ୍ନ ସମସ୍ୟା ଓ ଅଧିକାର ପାଇଁ ଲଢ଼ୁଥିବା କର୍ମୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅଇନ ଆଣନ୍ତୁ ବୋଲି ଦାବି କରିଥିଲେ। ଏହି ଘଟଣା କ୍ରାଇମ୍ଇବ୍ରାଞ୍ଚ ତଦନ୍ତ ଦାବି କରିବା ସହିତ ଆସନ୍ତା ସପ୍ତାହ ରେ କଂଗ୍ରେସ ପ୍ରତିନିଧି ଦଳ ଏହି ଘଟଣା କୁ ପୋଲିସ ଡିଜି ଙ୍କୁ ଭେଟିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ଏହି ତଥ୍ୟ ଅନୁସନ୍ଧାନକାରୀ ଦଳରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚିନ୍ମୟ ବେହୁରିଆ ଅମିତା ବିଶ୍ୱାଳ, ବିଭ୍ରାସୁ ଲେଙ୍କା, ଦୀପକ ମହାପାତ୍ର, ପ୍ରଫୁଲ ଦାସ, ଉମେଶ ପାଢ଼ୀ, ବିଷ୍ଣୁ ପ୍ରିୟା ଚାନ୍ଦ, ସଞ୍ଜୟ ରାଉତ, ମୀର ମୁରଶିଦ, ସମ୍ବିତ ଶ୍ରୀଚନ୍ଦନ, ପ୍ରମୋଦ ସ୍ୱାଇଁ, ପ୍ରମୁଖ ସାମିଲ ହୋଇଥିଲେ।