Home ଓଡ଼ିଶା ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟଭୀତ କି ? : ଖାରବେଳ

ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟଭୀତ କି ? : ଖାରବେଳ

442

ବିଜେଡି ସଂସଦୀୟ ଦଳ ବୈଠକରେ ପଛୁଆ ଜାତି, ଏନପିଆର, ଏନଆରସି ଆଭିମୁଖ୍ୟ ମାମଲାରେ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ସାମ୍ବାଦିକ ସମ୍ମିଳନୀ
ଭୁବନେଶ୍ୱର, ୨୮/୦୧ (ଓଡ଼ିଆ ପୁଅ) : ଆସନ୍ତା ସଂସଦର ଅଧିବେଶନ ଅବ୍ୟବହିତ ପୂର୍ବରୁ ରାଜ୍ୟ ଶାସକ ବିଜେଡି ତରଫରୁ ଉଠା ଯିବାକୁ ଥିବା ପ୍ରସଙ୍ଗ ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ।

ବିଜେଡି ସଂସଦୀୟ ଦଳର ବୈଠକ ପରେ ସାଂସଦ ପିନାକୀ ମିଶ୍ରଙ୍କ ଗଣମାଧ୍ୟମକୁ ସୂଚନା ପରିପ୍ରେକ୍ଷୀରେ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଓବିସି ମାମଲାରେ ନିଜ ଉପରେ ଥିବା ସାମ୍ବିଧାନିକ ଦାୟିତ୍ୱକୁ ଦୀର୍ଘ ୨୦ ବର୍ଷ ହେଲା ବିଜେଡି ପାଳନ ନ କରି ମିଛ ନାଟକ କରୁଛି। ଜନଗଣନାରେ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ ବିବ୍ରତ ହେଉଛି ? ଏନପିଆର ମାମଲାରେ କିଛି ନ ଜାଣି ନଈ ନ ଦେଖୁଣୁ ବିଜେଡି କପଡା ଖୋଲିବା ପରିସ୍ଥିତିରେ ପହଂଚି ଯାଇଛି।

ପ୍ରତି ଦଶ ବର୍ଷରେ ଜନଗଣନା କରାଯାଏ ଓ ଜନଗଣନାର ବିବରଣୀ ପ୍ରସ୍ତୁତି ଏକ ଚିରାଚରିତ ପ୍ରକ୍ରିୟା। ସଂପୃକ୍ତ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିତ ଓ ବିବ୍ରତ ହେଉଛି। ଆଧାର, ଟଙ୍କିକିଆ ଚାଉଳ ନେବା ପାଇଁ, ସ୍କୁଲ କଲେଜ ନାମଲେଖା, ଡ୍ରାଇଭିଙ୍ଗ ଲାଇସେନ୍ସ ଆଦିରେ ବାପା ମାଆଙ୍କ ନାଁ ଦରକାର ପଡେ। ହେଲେ ବିଜେଡି କାହିଁକି ଏନପିଆର ବେଳେ ବାପା ମାଆ ନାଁ ରଖିଲେ ବିରୋଧ କରୁଛି ? ଅନୁପ୍ରବେଶକାରୀଙ୍କ ସମର୍ଥନରେ ଆସି ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ବିଜେଡି ଭୟରେ ଏପରି କହୁଛି କି ବୋଲି ଶ୍ରୀ ସ୍ୱାଇଁ ପ୍ରଶ୍ନ କରିଛନ୍ତି।

ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ସରକାରଙ୍କର ଓବିସି ଓ ଏସଇବିସି ବର୍ଗ ପାଇଁ ପ୍ରତିବଦ୍ଧତା ନଥିବାର ବଳିଷ୍ଠ ପ୍ରମାଣ ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି। ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି। ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ପଛୁଆ ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି। ତାମିଲନାଡୁ ଭଳି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଇନ୍ଦ୍ରା ସ୍ୱହନୀ ଓ ଭାରତ ସରକାରଙ୍କ କେସ ମାମଲାରେ ମାନ୍ୟବର ସୁପ୍ରିମକୋର୍ଟ ବିଶେଷ ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ନିଦ୍ଦିଷ୍ଟ ସୀମା ଠାରୁ ଅଧିକ ହୋଇପାରିବ ବୋଲି ରାୟ ଦେଇଛନ୍ତି।

ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାବିସ ସରକାର ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ଓ ଏହା ମାନ୍ୟବର ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କର ସୀମା ଉପରେ ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ। ରାଜ୍ୟରେ ୧୯୯୩ ମସିହା ଠାରୁ ଓଡିଶା ଷ୍ଟେଟ୍ କମିଶନ ଫର୍ ବ୍ୟାକୁଆର୍ଡ କ୍ଲାସେସ୍ ଆକ୍ଟ ପାସ୍ ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କର ପଛୁଆ ଜାତିଙ୍କ ପାଇଁ ସମ୍ବେଦନହୀନତା କାରଣରୁ ଏ ଯାଏ କମିଶନ ଗଠନ ହୋଇ ପାରି ନାହିଁ। ତୁରନ୍ତ ଏହି ବ୍ୟାକୁଆର୍ଡ କ୍ଲାସ୍ କମିଶନ ଗଠନ କରି ବୈଜ୍ଞାନିକ ଓ ତଥ୍ୟ ସମ୍ବଳିତ ରିପୋର୍ଟ ଆଧାରରେ ଜନସଂଖ୍ୟ।।ରେ ଭାଗ ଅନୁସାରେ ଅଧିକ ପ୍ରତିଶତ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ପଦକ୍ଷେପ ନେବାକୁ ଶ୍ରୀ ସ୍ୱାଇଁ ଦାବି କରିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ ଶ୍ରୀ ଯତିନ ମହାନ୍ତି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.