Home ଓଡ଼ିଶା ଘରୋଇକରଣ ଆଡକୁ ମୁହାଁଉଛ ବିଏସଏନଏଲ! – ଓଡିଶାରେ ୧୪୦୩ ଓ କେନ୍ଦୁଝରରେ ୩୬ କର୍ମଚାରୀ ଭିଆରଏସ...

ଘରୋଇକରଣ ଆଡକୁ ମୁହାଁଉଛ ବିଏସଏନଏଲ! – ଓଡିଶାରେ ୧୪୦୩ ଓ କେନ୍ଦୁଝରରେ ୩୬ କର୍ମଚାରୀ ଭିଆରଏସ ନେବେ

594

କେନ୍ଦୁଝର, ୨୮ ଜାନୁୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଦେଶର ଏକ ପ୍ରମୁଖ ଲାଭଜନକ ସଂସ୍ଥାଭାବେ ପରିଗଣିତ ରାଷ୍ଟ୍ରାୟାତ ଭାରତ ସଂଚାର ନିଗମରେ ହଠାତ୍ ସ୍ୱେଛାକୃତ ଅବସର ଗ୍ରହଣ ଯୋଜନା ଲାଗୁ ହେବା ପରେ ନିଗମ ଘରୋଇକରଣ ଆଡକୁ ମୁହାଁଉଥିବା ଏବଂ ଏହାର ପ୍ରକ୍ରିୟା ଆରମ୍ଭ ହୋଯାଇଥିବା କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଲାଭଦାୟକ ନିଗମକୁ କ୍ଷତିରେ ଚାଲୁଥିବା ଦର୍ଶଯାଇ ଏହାକୁ ଘରୋଇ ସଂସ୍ଥା ହାତରେ ଟେକିଦେବାକୁ ମସୁଧା କରାଯାଇଥିବା କୁହାଯାଉଛି। ଏହି ପ୍ରକ୍ରିୟାର ପ୍ରାରମ୍ଭରେ ନିଗମ ପକ୍ଷରୁ ସ୍ୱେଛାକୃତ ଅବସର ଗ୍ରହଣ ଯୋଜନା ଲାଗୁ କରାଯାଇଥିବା ବେଳେ ଅନେକ ଛଟେଇ ହେବାର ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଇତିମଧ୍ୟରେ ଦେଶରେ ପ୍ରାୟ ୯୨ ହଜାର କର୍ମଚାରୀ ସ୍ୱେଛାକୃତ ଅବସର ନେବା ଅପେକ୍ଷାରେ ଥିବା ସୂଚନା ମିଳିଥିବା ବେଳେ ଓଡିଶାରେ ଏହାର ସଂଖ୍ୟା ୧୪୦୩ ରହିଅଛି। ଏହି ସ୍ୱେଛାକୃତ ଅବସର ଗ୍ରହଣ ଯୋଜନାରେ କେନ୍ଦୁଝର ଜିଲ୍ଲାରେ ୩୬ ଜଣ କର୍ମଚାରୀ ରହିଛନ୍ତି ଯେଉଁମାନେ ଜାନୁୟାରୀ ମାସ ୩୧ତାରିଖରେ ଅବସର ନେବେ ବୋଲି ବିଏସଏନଏଲ କର୍ମଚାରୀ ସଂଘ କେନ୍ଦୁଝର ଶାଖାର ସଭାପତି ଅଭିମନ୍ୟୁ ସ୍ୱାଇିଁ ଙ୍କ ଠାରୁ ସୂଚନା ମିଳିଛି। ଅନ୍ୟ ପକ୍ଷରେ ନିଗମରେ କର୍ମଚାରୀ ସଂଖ୍ୟା ଅଧିକ ରହିଥିବାରୁ ତାହାକୁ ହ୍ରାସ କରିବା ପାଇିଁ ସ୍ୱେଛାକୃତ ଅବସର ଯୋଜନା ଲାଗୁ କରାଯାଇଥିବା କୁହାଯାଉଥିଲେ ମଧ୍ୟ ଏହା ଫଳରେ ଆଗାମୀ ଦିନରେ ନିଗମରେ କର୍ମଚାରୀ ସଙ୍କଟ ଦେଖା ଦେବା ଏକ ପ୍ରକାର ନିଶ୍ଚିତ ହୋଇଛି। ନିଗମରେ ପ୍ରାୟ ଦେଢ ଲକ୍ଷ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ୯୨ ହଜାର କର୍ମଚାରୀ ସ୍ୱେଛାକୃତ ଅବସର ନେବାକୁ ଯାଉଛନ୍ତି। ଯାହାକି ଅଧାରୁ ଅଧିକ। ଏହା ଫଳରେ ନିଗମରେ କର୍ମଚାରୀ ସଙ୍କଟ ଦେଖା ଦେବାକୁ ଯାଉଥିବା ବେଳେ ଉପଭୋକତାଙ୍କୁ ସେବା ଯୋଗାଇବାରେ ସମସ୍ୟା ଯେ ସୃଷ୍ଟି ଏହାକୁ ଏଡାଇ ଦିଆଯାଇ ନପାରେ।

ଓଡିଶାରେ ନିଗମରେ କାର୍ଯ୍ୟରତ ୨୭୩୪ ଜଣ କର୍ମଚାରୀ ରହିଛନ୍ତି ଯାହା ମଧ୍ୟରେ ଗ୍ରୃପ ଏ ବର୍ଗରେ ୧୮୪, ଗ୍ରୃପ ବି ବର୍ଗରେ ୮୨୩, ଗ୍ରୃପ ସି ବର୍ଗରେ ୧୪୨୧ ଏବଂ ଗ୍ରୃପ ଡି ବର୍ଗରେ ୩୦୬ କର୍ମଚାରୀ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୧୪୦୩ ଜଣ କର୍ମଚାରୀ ଅର୍ଥାତ ଅର୍ଦ୍ଧାଧିକ କର୍ମଚାରୀଏହି ସ୍ୱେଛାକୃତ ଅବସର ଯୋଜନାରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଅନୁରୁପ ଭାବେ କେନ୍ଦୁଝର ଟେଲିକମ ଜିଲ୍ଲାରେ ଗ୍ରୃପ ଏ, ବି, ସି, ଡି, ବର୍ଗରେ ମୋଟ ୭୨ ଜଣ କର୍ମଚାରୀ ରହିଥିବା ବେଳେ ତନ୍ମଧ୍ୟରୁ ୩୬ ଜଣ କର୍ମଚାରୀ ସ୍ୱେଛାକୃତ ଅବସର ଗ୍ରହଣ କରିବେ। ଅବଶିଷ୍ଟ ୩୬ କର୍ମଚାରୀ ଙ୍କ ମଧ୍ୟରୁ ୧୧ ଜଣ ଏଥିପାଇିଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୫ ଜଣ କର୍ମଚାରୀ ଭାରତ ସଂଚାର ନିଗମ ଲଃି ଦ୍ୱାରା ନିଯୁକ୍ତି ପ୍ରାପ୍ତ କର୍ମଚାରୀ ଅଟନ୍ତି। କିନ୍ତୁ ନିଗମକୁ ଘରୋଇ ସଂସ୍ଥା ହାତରେ ଟେକି ଦିଆଗଲେ ମନମାନୀ ଯେ ବଢିବ ଏବଂ ଉପଭୋକତା ଶୋଷିତ ହେବେ ଏହି ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଏଆର ଇଣ୍ଡିଆ ପରେ ହୁଏତ ବି ଏସ୍‌ଏନଏଲର ପାଳି ପଡିବ ବୋଲି ଆଲୋଚନା ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.