ଟିଟିଲାଗଡ ୨୧-୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ୱାର୍ଡ ନଂ, ୧୪ ନିବାସୀ ରାଜୀବ ବାଗ (ବ-୩୫) ଗତ ୨୦୧୫ ଡିସେମ୍ବର ମାସରେ ହଠାତ ଜଣ୍ଡିସ ବା କାମଳ ରେ ଆକ୍ରାନ୍ତ ହୋଇ ଶୋଚନୀୟ ମୃତ୍ୟୁ ର ଶିକାର ହୋଇଥିଲେ।
ସେ ପରିବାର ର ଜଣେ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇଥିବା ବେଳେ ବିଧବା ସ୍ତ୍ରୀ ଓ ଗୋଟିଏ ଦଶ ବର୍ଷ ର ଝିଅ ଓ ସାତ ବର୍ଷ ର ପୁଅଟିଏ ଏକୁଟିଆ ହୋଇଯାଇଥିଲେ। ତେବେ ଆର୍ଥିକ ଗରିବ ଶ୍ରେଣୀର ହୋଇଥିବା ବେଳେ ଓ ସରକାରୀ ନିୟମ ଅନୁଯାୟୀ ବି.ପି.ଏଲ ତାଲିକା ଭୁକ୍ତ ହୋଇ ସୁଦ୍ଧା ସରକାର ଙ୍କ ପରିବାର ମଙ୍ଗଳଯୋଜନା ଅନ୍ତର୍ଗତ କୋଡ଼ିଏ ହଜାର ଟଙ୍କା ସହାୟତା ପାଇଁ ଆବେଦନ କରି ଆଜି ସୁଦ୍ଧା ପାଇପାରିନାହାନ୍ତି। ତେବେ ଏ ନେଇ ବଲାଙ୍ଗୀର ଜିଲ୍ଲାପାଳ ଙ୍କ ନିକଟରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ହେଲେ କୌଣସି ସୁଫଳ ପାଇପାରିନାହାନ୍ତି। ଏ ନେଇ ତୁରନ୍ତ ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରୀ ଦୃଷ୍ଟି ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବି ପ୍ରକାଶ ପାଇଛି।