ବାଲିଗୁଡା, ୨୦/୧ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ ) ବାଲିଗୁଡା ଅତରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ରେ ସୋମବାର ଦିନ ମାଓ ନେତା ସବ୍ୟସାଚୀ ପଣ୍ଡା ହାଜର ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଂଚଳରେ ରାସ୍ତା ରେ ବିସ୍ପୋରଣ ମାମଲାରେ ଜିଆର କେସ ଏସଟି ୫/୧୭ ଏବଂ ଏସଟି ୬/୧୭ ଭିନ୍ନ ଭିନ୍ନ ଦୁଇଟି ପୋଲିସ ଓ ସିଆରପି ପକ୍ଷରୁ ମାମଲା ରୁଜୁ ହୋଇ ଥିଲା। ସେହି କେସରେ ସବ୍ୟସାଚୀ ପଣ୍ଡା ଙ୍କ ନାମ ରେ ଚାର୍ଜ ଫ୍ରେମ ହୋଇଛି। ସେହିପରି ଏସଟି ୧୨୨/୧୬ ଓ ୧୩୫/୧୬ ଘଟଣା ରେ ସୋମବାର ଦୁଇ ଜଣ ସାକ୍ଷୀ ପ୍ରଦାନ କରିଛନ୍ତି।
ସୂଚନା ଯେ, ବାଲିଗୁଡା କୋର୍ଟ ରେ ମାଓ ନେତା ସବ୍ୟସାଚୀ ପଣ୍ଡା ଙ୍କ ନାମ ରେ ୨୧ଟି ମାମଲାର ବିଚାରଣ ଚାଲିଛି। ସବ୍ୟସାଚୀ ପଣ୍ଡା ଙ୍କ ଓକିଲ ଦିପକ ପଟନାୟକ କହିଛନ୍ତି ଯେ ସବ୍ୟସାଚୀ ପଣ୍ଡା ଙ୍କ ର ଦୁଇଟି ମାମଲା ରେ ଚାର୍ଜଫ୍ରେମ ହୋଇଛି ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ଏବଂ ସେହି ଦାରିଙ୍ଗବାଡି ଥାନା ଅଂଚଳର କେସ ରେ ଦୁଇ ଜଣ ସାକ୍ଷୀ ପ୍ରଦାନ କରିଛନ୍ତି। ସବ୍ୟସାଚୀ ପଣ୍ଡା ଙ୍କ ବାଲିଗୁଡା କୋର୍ଟ ରେ ମାମଲା ବିଚାରଣ ଥିବା ଦୁଷ୍ଟିରୁ ପୋଲିସ ପକ୍ଷରୁ ସୁରକ୍ଷା କଡା କଡ଼ି କରାଯଇଥିଲା।