Home ଓଡ଼ିଶା ପୋଲିସ ଉପସ୍ଥିତିରେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ : ବିଜେଡି ଗୁଣ୍ଡା ବୋଲି ଲାଗିଲାନି କି ୩୦୭...

ପୋଲିସ ଉପସ୍ଥିତିରେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ : ବିଜେଡି ଗୁଣ୍ଡା ବୋଲି ଲାଗିଲାନି କି ୩୦୭ ଦଫା ? : ବିଜେପି

387

ଭୁବନେଶ୍ୱର, ୧୬/୦୧ (ଓଡ଼ିଆ ପୁଅ): ଗତ ୨ ଦିନ ତଳେ ପୋଲିସ ସାମ୍ନାରେ ଜଣେ ଶିଖ ବ୍ୟକ୍ତିଙ୍କୁ କିଛି ଅସାମାଜିକ ଗୁଣ୍ଡାମାନେ ମାଡ ମାରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା ଅପରାଧୀଙ୍କ ଭିତରେ ବିଜେଡିର ପୂର୍ବତନ କର୍ପୋରେଟରଙ୍କ ପୁତୁରା ଏବଂ ତାଙ୍କ ସାଙ୍ଗମାନଙ୍କ ସଂପୃକ୍ତି ଥିବାରୁ ପୋଲିସ ସେମାନଙ୍କ ଉପରେ ଦଫା କମ ଲଗାଇ ଜାମିନ ଦେବାର ଷଡଯନ୍ତ୍ର କରିଥିଲା। ଶାସକ ଦଳ ଇଙ୍ଗିତରେ କମିସନରେଟ ପୋଲିସ ଏଠି ଜନସାଧାରଣଙ୍କୁ ସୁରକ୍ଷା ଦେବା ପରିବର୍ତେ ଅପରାଧୀଙ୍କୁ ଘଂଟ ଘୋଡାଇଚାଲିଛି। ଏଭଳି ଘଟଣା ରାଜଧାନୀରେ ପୋଲିସ ସମ୍ମୁଖରେ ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଡ. ସାମନ୍ତସିଂହାର କହିଛନ୍ତି ଯେ, ଶିଖ୍ ବ୍ୟକ୍ତିଙ୍କୁ ହିଁ ପୋଲିସ ଉପସ୍ଥିତିରେ ଯେମିତି ମାଡ ମରାଯାଇଛି। ଠିକ୍ ସେହିପରି ଯାହାକୁ ଓଡିଶାରେ ମାଡ ଖାଇବାର ଇଛା ସେ ପୋଲିସର ଜରୁରୀକାଳୀନ ନମ୍ବର ୧୦୦କୁ ଡାଏଲ କରି ପୋଲିସ ସାମ୍ନାରେ ମାଡ ଖାଇବ। ଜନୈକ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ତଳକୁ ଡାକି ଗୁଣ୍ଡାମାନଙ୍କ ଦ୍ୱାରା ମାଡ ଖୁଆଇବା ଏକ ବିଦ୍ଧିବଦ୍ଧ ଯୋଜନା ଥିଲା। ରାଜ୍ୟରେ ପୋଲିସ ଆଜି ବିଜେଡିର ଦଲାଲ ଭାବେ କାମ କରୁଛି। ଗତକାଲି ରାତି ଅଧରେ ବିଜେଡି ବିଧାୟକ ଅନନ୍ତ ଜେନା ଏବଂ ଡିସିପି ଅନୁପ କାନୁନଗୋ ପୀଡିତ ଘରକୁ ଯିବା ଘଟଣାରୁ ସ୍ପଷ୍ଟ ଜଣାପଡୁଛି କି, ପୋଲିସ ସହାୟତାରେ ବିଧାୟକ ପୀଡିତକୁ ଧମକାଇ ଘଟଣାକୁ ଚପେଇ ଦେବା ପାଇଁ ଯାଇଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବିଧାୟକ ଏବଂ ନେତାମାନଙ୍କୁ ସହନଶୀଳତାର ପାଠ ପାଢାଉଛନ୍ତି। ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ଚିଠି ଲେଖୁଛନ୍ତି। ସେ କହୁଛନ୍ତି ଜନତା ହେଉଛନ୍ତି ସେବ୍ୟ ଏବଂ ଆମେ ତାଙ୍କ ସେବକ। କିନ୍ତୁ ଏଠି ଶାସକ ବିଜେଡିର ନେତାମାନେ ହିଂସା ସୃଷ୍ଟି କରି ଅପରାଧୀଙ୍କୁ ସୁରକ୍ଷା ଯୋଗାଉଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଘରକୁ ଗୋବର ମାଡ କଲେ ୩୦୭ ଦଫା ଲାଗୁଛି। କିନ୍ତୁ ପୋଲିସ ଉପସ୍ଥିତିରେ ମରଣାନ୍ତକ ଆକ୍ରମଣ କଲେ ବିଜେଡି ଗୁଣ୍ଡାଙ୍କୁ ରାତି ଅଧରେ ଜାମିନ ମିଳୁଛି। ଏହା ହେଉଛି କମିସନରେଟ ପୋଲିସର ପାରିବାପଣିଆ। ଓଡିଶାବାସୀଙ୍କୁ ସୁରକ୍ଷା ଯୋଗାଇ ପାରିବନି ବୋଲି ପୋଲିସ ପ୍ରଶାସନ ସ୍ପଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁହଁ ଖୋଲିବା ଦରକାର ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି।

ଏହି ପ୍ରତିନିଧୀ ଦଳରେ ଭୁବନେଶ୍ୱର ମଧ୍ୟ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଭଟଲି ବିଜେପି ବିଧାୟକ ପ୍ରାର୍ଥୀ ଇରାଶୀଷ ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.