ନୂଆଦିଲ୍ଲୀ: ଜେଏନୟୁ ୟୁନିଭରସିଟିରେ ଘଟିଥିବା ଗଣ୍ଡଗୋଳ ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି।ଗଣ୍ଡଗୋଳ ପରେ ପରେ ବିଳମ୍ବିତ ରାତି ଯାଏଁ ବାମପନ୍ଥୀ ନେତା ଡି. ରାଜା, ସୀତାରାମ ୟେଚୁରୀ, ବୃନ୍ଦା କାରାତ, ଆପ୍ ନେତା ସଞ୍ଜୟ ସିଂହ, ସୋମନାଥ ଭାରତୀ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଡ୍ରା, ଅଳକା ଲାମ୍ବା ଆଦି ନେତାନେତ୍ରୀ ଘଟଣା ସ୍ଥଳକୁ ଯାଇ ଛାତ୍ର ରାଜନୀତିକୁ ସଂପୂର୍ଣ୍ଣ ରାଜନୀତି କରଣ କରି ସାରିଲେଣି।ଜେଏନୟୁ ଘଟଣାକୁ ନେଇ ସମାଜର ବିଭିନ୍ନ ବର୍ଗର ଲୋକ ଟ୍ୱିଟ ଆଦି କରି ମତ ମଧ୍ୟ ପ୍ରକାଶ କରୁଛନ୍ତି।ତେବେ, ଏ’ ଭିତରେ ଫିଲ୍ମ ମେକର ଅନୁରାଗ କାଷ୍ୟପ ଜେଏନୟୁରେ କ’ଣ ଚାଲିଛି ବୋଲି ଟ୍ୱିଟ କରିବା ସହ ଏହା ଅମିତ ଶାହା, ନରେନ୍ଦ୍ର ମୋଦୀ ଏବଂ ବିଜେପି ଦ୍ୱାରା ଗୁଣ୍ଡାରାଜ ବୋଲି ଲେଖିଛନ୍ତି।ତେବେ ସେ ଏହି ଟ୍ବିଟ ସହ ନ୍ୟୁୟର୍କ ଟାଇମ୍ସ, ୱାସିଂଟନ ପୋଷ୍ଟ, ଗାର୍ଡ଼ିଆନ ଆଦି ବିଦେଶୀ ମିଡିଆଙ୍କୁ ଟ୍ୟାଗ୍ କରିଛନ୍ତି।ସେ ଯାହାବି ହେଉ, ଗଣତନ୍ତ୍ରରେ ସମସ୍ତଙ୍କୁ ମତ ପ୍ରକାଶ କରିବାର ଅଧିକାର ରହିଛି।କିନ୍ତୁ, ଅଭିବ୍ୟକ୍ତି ଆଜାଦି ନାମରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଗୁଣ୍ଡା ଭାବେ ସଜାଇ ବିଦେଶୀ ମିଡିଆକୁ ଜଣାଇ ହେବା କେତେ ଦୂର ଠିକ୍?/-ଦେବଦତ୍ତ ରଥ