Home ଆନ୍ତର୍ଜାତୀୟ ୧୩ କୋଟିର ମାଛ! ଜାଣନ୍ତୁ ଏହାର କ’ଣ ବିଶେଷତ୍ତ୍ୱ …

୧୩ କୋଟିର ମାଛ! ଜାଣନ୍ତୁ ଏହାର କ’ଣ ବିଶେଷତ୍ତ୍ୱ …

563

ଟୋକିଓ/ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଜାପାନର ଜଣେ ବ୍ୟାପାରୀ କିୟୋଶୀ କିମୁରା ଟୁନା ମାଛକୁ ୧୮ ଲକ୍ଷ ଡଲାରରେ କିଣିଛନ୍ତି। ଏହାର ଭାରତୀୟ ମୁଦ୍ରାରେ ମୂଲ୍ୟ ପ୍ରାୟ ୧୩ କୋଟି! ‘ଟୁନା କିଙ୍ଗ’ ନାମରେ ପ୍ରସିଦ୍ଧ ଜାପାନ ବ୍ୟବସାୟୀ କିୟୋଶୀ କିମୁରା ନୂଆ ବର୍ଷ ଅବସରରେ ନିଲାମ ହୋଇଥିବା ଏକ ଟୁନା ମାଛକୁ ୧୮ ଲକ୍ଷ ଡଲାର ଅର୍ଥାତ୍ ପ୍ରାୟତଃ ୧୩ କୋଟି ଟଙ୍କାରେ କିଣିଛନ୍ତି। କିୟୋଶୀ ରାଜଧାନୀ ଟୋକିଓର ମାଛ ହାଟରେ ରବିବାରଦିନ ୨୭୬ କିଲୋଗ୍ରାମ ଓଜନର ଟୁନା ମାଛର ସବୁଠାରୁ ଅଧିକ ବୋଲି ଲଗାଇଥିଲେ। କୌଣସି ଟୁନା ମାଛ ପାଇଁ ଲଗାଯାଇଥିବା ଆଜିପର୍ଯ୍ୟନ୍ତ ଏହା ଦ୍ୱିତୀୟ ସବୁଠାରୁ ବଡ଼ ବୋଲି। କିୟୋଶୀ ଗତ ବର୍ଷ ୨୭୮ କିଲୋର ଟୁନା ମାଛକୁ ୩୧ ଲକ୍ଷ ଡଲାର ଅର୍ଥାତ୍ ପ୍ରାୟତଃ ୨୨ କୋଟି ଟଙ୍କାରେ କିଣିଥିଲେ। ଟୁନା କିଣିବା ପରେ କିୟୋଶୀ କହିଛନ୍ତି କି ଏହି ମାଛ କୁ ନିଜର ରେଷ୍ଟୁରାଣ୍ଟ ଗ୍ରାହକଙ୍କୁ ପରଷିବେ। କିୟୋଶୀଙ୍କର ରେଷ୍ଟୁରାଣ୍ଟରେ ଜାପାନର ବିଶେଷ ଥାଳି ଶୁସି ଗ୍ରାହକମାନଙ୍କୁ ପରୋଶା ଯାଇଥାଏ। ଯେଉଁଥିରେ ଚାଉଳ ସହିତ ସମୁଦ୍ର ମାଛ ମିଶାଇ ଦିଆଯାଇଥାଏ। ସମୁଦ୍ର ମାଛ ଟୁନାର ସମ୍ପୂର୍ଣ୍ଣ ଦୁନିଆରେ ବହୁତ ଡିମାଣ୍ଡ ଅଛି।

ଏହାର ବିଶେଷତ୍ତ୍ୱ କ’ଣ

ଟୁନା ମାଛ କେବଳ ସ୍ବାଦିଷ୍ଟ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭପ୍ରଦ। ପ୍ରମୁଖ ରୂପରେ ସମୁଦ୍ରରେ ମିଳୁଥିବା ଏହି ମାଛରେ ପୋଷକ ତତ୍ତ୍ୱ ବହୁ ମାତ୍ରାରେ ଭରି ରହିଥାଏ। ଏହି ମାଛରେ ଅନେକ ପୌଷ୍ଟିକ ଆହାର ଥାଏ। ଟୁନା ମାଛର ଅନେକ ପ୍ରଜାତି ମିଳିଥାନ୍ତି। ଏହି ମାଛ ଆକାରରେ ଏକ ଫୁଟରୁ ନେଇକରି ପନ୍ଦର ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଟୁନା ମାଛରେ ଓମେଗା-୩, ଭିଟାମିନ ବି ଏବଂ ଅନ୍ୟ ବହୁତ ଜରୁରୀ ପୋଷକ ତତ୍ବ ମିଳିଥାଏ।

ସ୍ତନ କ୍ୟାନସର, ହୃଦୟ ରୋଗ ଏବଂ ଓଜନ କମ କରିବା ପାଇଁ ଟୁନା ମାଛର ଉପଯୋଗ କରାଯାଇଥାଏ। ଏହି ମାଛରେ ଭିଟାମିନ ଡି ମଧ୍ୟ ଭରପୁର ମାତ୍ରାରେ ମିଳିଥାଏ। ଟୁନା ରେ ଭିଟାମିନ ଇ ଏବଂ ସେଲିନିୟମ ରହିଥାଏ, ଯାହା କି ପେଟର କ୍ୟାନସର ଭଲ କରାବାରେ ସହାୟକ ହୋଇଥାଏ। ଏଥିରେ ଥିବା ଓମେଗା ୩ ବ୍ରେଷ୍ଟ କ୍ୟାନସର କମ କରିବା ପାଇଁ ସହାୟକ ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.