Home ଓଡ଼ିଶା ବର୍ଷା କାରଣରୁ ଭାରତ ଶ୍ରୀଲଙ୍କା ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ରଦ୍ଦ

ବର୍ଷା କାରଣରୁ ଭାରତ ଶ୍ରୀଲଙ୍କା ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ରଦ୍ଦ

423

ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ବର୍ଷା କାରଣରୁ ଭାରତ ଶ୍ରୀଲଙ୍କା ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ରଦ୍ଦ ହୋଇଛି। ଗୌହାଟୀରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୩ଟି ମ୍ୟାଚର ଟି-୨୦ ସିରିଜ୍ ର ପ୍ରଥମ ମ୍ୟାଚ୍ ରେ ବର୍ଷା ଆରମ୍ଭ ହୋଇଥିଲା। ତେଣୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ ହେବ ବୋଲି ଆଶା କରାଯାଉଥିଲା। ଏହି ମ୍ୟାଚ୍ ଗୌହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳିବାର ଥିଲା। ଏହି ମ୍ୟାଚ୍ ରେ ଭାରତୀୟ ଟିମର ଅଧିନାୟକ ବିରାଟ କୋହଲୀ ଟସ ଜୀତିକରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। କିନ୍ତୁ ଟସର କିଛି ସମୟ ପରେ ପଡ଼ିଆରେ ବର୍ଷା ଆରମ୍ଭ ହୋଇଥିଲା। ଭାରତୀୟ ସମୟାନୁସାରେ ୭ ଟା ସମୟରେ ଶ୍ରୀଲଙ୍କା ଟିମକୁ ବଡ଼ ସ୍କୋର ବନାଇବା ପାଇଁ ଆଶା ରଖି ବ୍ୟାଟିଂ କରିବାକୁ ଓହ୍ଲାଇବାକୁ ଥିଲା, କିନ୍ତୁ ମ୍ୟାଚ୍ ନିଜର ନିର୍ଦ୍ଧାରିତରେ ଆରମ୍ଭ ହୋଇପାରି ନଥିଲା।

ଏ ପର୍ଯ୍ୟନ୍ତ ଏପରି ଦୁଇ ଟିମ୍ ର ମ୍ୟାଚ ଫଳାଫଳ

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବର୍ଷ ୨୦୦୯ ରେ ଏ ପର୍ଯ୍ୟନ୍ତ ସର୍ବମୋଟ ୧୬ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରେ ୧୧ଟି ମ୍ୟାଚ୍ ଭାରତୀୟ ଟିମ ଜୀତିଛି, କେବଳ ୫ ଥର ଶ୍ରୀଲଙ୍କା ଟିମ ଜୀତିବାର ସୌଭାଗ୍ୟ ପାଇଛି। ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଆଜି ପର୍ଯ୍ୟନ୍ତ ହୋଇଥିବା ୬ଟି ଦ୍ବିପକ୍ଷୀୟ ଟି-୨୦ ସିରିଜ୍ ରେ ଗୋଟିଏ ମଧ୍ୟ ଶ୍ରୀଲଙ୍କାର ଟିମ ସିରିଜ୍ ଜୀତିପାରିନାହିଁ। ଅବଶ୍ୟ, ଗୋଟିଏ ସିରିଜ୍ ରେ ଦୁଇଟି ମ୍ୟାଚର ଟି-୨୦ ସିରିଜ୍ ୧-୧ ରେ ବରାବର ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.