Home ଅପରାଧ ଜେଲ୍ ଗଲେ ଦୁଷ୍କର୍ମ ଅଭିଯୁକ୍ତ ପୁଲସ ଅଧିକାରୀ

ଜେଲ୍ ଗଲେ ଦୁଷ୍କର୍ମ ଅଭିଯୁକ୍ତ ପୁଲସ ଅଧିକାରୀ

218

ଭୁବନେଶ୍ୱର୪ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜଣେ ମହିଳାଙ୍କୁ ପୁରୀ ଜିଲ୍ଲା ବଳଙ୍ଗା ଥାନା ଏଏସଆଇ ଚିତ୍ତରଞ୍ଜନ ଦାସ ତାଙ୍କ ବାସଭବନକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ରେ ଗିରଫହୋଇ ଆଜି ନିମାପଡା ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା ।ନିମାପଡା ଜେଏମଏଫସି କୋଟ ଏଏସଆଇଙ୍କ ଜାମିନ ଆବେଦନକୁ ଖାରଜ କରିବାରୁ ତାଙ୍କୁ ଜେଲକୁ ପଠାଯାଇଛି । ସୁଚନାଯୋଗ୍ୟ-ଆଜି ପୁରୀ ଏସ.ପି ଉମାଶଙ୍କର ଦାଶ କହିଛନ୍ତି ଯେ ଦୁଷ୍କର୍ମ ପୀଡ଼ିତା ନିଜର ବୟାନ ବଦଳାଇଛନ୍ତି। ଧାରା ୧୬୪ ରେ ବୟାନ ରେକର୍ଡ ବେଳେ ପୀଡ଼ିତା ତାଙ୍କ ସହ ଦୁଷ୍କର୍ମ ହୋଇ ନ ଥିବା କହିଛନ୍ତି। ମାତ୍ର ପୁରୀ ଏସପିଙ୍କ ବୟାନକୁ ଖଣ୍ଡନ କରିଛନ୍ତି ପୀଡ଼ିତା। ସେ କହିଛନ୍ତି ଏଏସ୍ଆଇ ଚିତ୍ତରଂଜନ ଦାସ ତାଙ୍କ ସହ ଦୁଷ୍କର୍ମ କରିଛନ୍ତି। ଯେହେତୁ ଘଟଣାକୁ ତିନି ମାସ ବିତିଯାଇଛି ତେଣୁ ସେ ଡାକ୍ତରୀ ମାଇନା କରାଇବାକୁ ମନା କରିଥିଲେ । ଏଥିସହ ସେ ଏସପି ମିଛ କହୁଛନ୍ତି ବୋଲି ଗଣମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ପୋଲିସ ଏବଂ କୋର୍ଟରେ ଯାହା ବୟାନ ଦେବେ ତାହା ଆଧାରରେ ତଦନ୍ତ କରାଯିବ । ଡିଏସପିଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଯାଉଛି ।ଆବଶ୍ୟକ ପଡ଼ିଲେ ଏଏସଆଇଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୁଚନା ଦେଇଛନ୍ତିଏସପି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.