Home ଜଗତସିଂହପୁର ଷ୍ଟେସନ୍‌ରୋଡ – ତାଳପଡା କେନାଲବନ୍ଧ ରାସ୍ତା ବିପଦ ସଙ୍କୁଳ

ଷ୍ଟେସନ୍‌ରୋଡ – ତାଳପଡା କେନାଲବନ୍ଧ ରାସ୍ତା ବିପଦ ସଙ୍କୁଳ

258

ଜଗତସିଂହପୁର – ୦୪/୦୧/୨୦ (ଓଡ଼ିଆ ପୁଅ) – ରାହାମା ଷ୍ଟେସନ ରୋଡରୁ ତାଳପଡା ରାସ୍ତାକୁ ସଂଯୋଗ କରିଥିବା ୧୩(କ) କେନାଲ ବନ୍ଧ ଢ଼ଳେଇ ରାସ୍ତା ସାଧାରଣ ଯାତ୍ରୀ ଏବଂ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସଂକୁଳ ହୋଇପଡିଛି। ରାହାମା ଶିଶୁ ବିଦ୍ୟାମନ୍ଦିରର ଅନତି ଦୂରରେ ଏହି ରାସ୍ତାରେ ଏକ ଗର୍ଭ ସୃଷ୍ଟି ହୋଇଥିବାରୁ ଅଧରକାଂଶ ସମୟ ମୋଟରବାଇକ୍ ଆରୋହି ଏବଂ ସାଇକେଲରେ ଯାଉଥିବା ବ୍ୟକ୍ତି ଓ ଛାତ୍ର ଦୁର୍ଘଟଣାର ଶିକାର ହେଉଥିବା ଲକ୍ଷ୍ୟ କରା୍‌ାଇଛି। ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଜନସାଧାରଣ ପଣ୍ଡୁଆ, ଗୋରଡ, ବଣିତୋ, ବୋଧେଇ, ଗରେଇ, ସାଇଲୋ, ତାଳପଡା ଆଦି ବିଭିନ୍ନ ପଂଚୟତରୁ ରାହାମା ବଜାରକୁ ଯିବା ଆସିବା କରିଥାନ୍ତି। ମଣିଜଙ୍ଗା ଜଳ ସଂପଦ ବିଭାଗ ଦ୍ୱାରା ଏହି ରାସ୍ତାର ଢ଼ଳେଇ କାର୍ଯ୍ୟ ହୋଇଥିଲା। ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁ ସ୍ଥାନେ ସ୍ଥାନେ ଏହି ରାସ୍ତା ଖାଳଖମାରେ ପୂର୍ଣ୍ଣ ହୋଇ ଜନସାଧାରଣଙ୍କ ଯାତାୟତରେ ବିପଦ ସଂକୁଳ ହୋଇପଡିଛି। ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଲେ ଆମ ବିଭାଗରେ କେନାଲ ରାସ୍ତା ପାଇଁ ଟଙ୍କା ଆସୁନି, ଆମେ ଆର୍‌.ଡି. ବିଭାଗକୁ ହସ୍ତାନ୍ତର କରିଛୁ, ସେମାନେ ବୁଝିବେ। ସ୍ଥାନୀୟ ଲୋକ ପ୍ରତିନିଧିଙ୍କର ଏଥିପ୍ରତି ଦୃଷ୍ଟି ନଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ। ବିଭାଗୀୟ ଉଚ୍ଚ ପଦସ୍ଥ ଅଧରକାରୀ ଏହି ରାସ୍ତାର ତୁରନ୍ତ ମରାମତି ପାଇଁ ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.