ବାଲିଗୁଡା, ୨୭/୧୨. (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନ୍ଧମାଳର ସାତୋଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଚାର୍ଯ୍ୟ କଲୋନୀରେ ରହୁଥିବା ଫରେଷ୍ଟର କୈଳାଶ ଚନ୍ଦ୍ର ସାହୁଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ତାଙ୍କର ପଣସ ପଡ଼ି, ଗୁଳିମରାପଦା, ନୂଆସାହି, ଇଲେକ୍ଟ୍ରିସାହି, ସାରଙ୍ଗଗଡ଼ ସମେତ ବହୁ ଜାଗାରେ ଫୁଲବାଣୀ ଡ଼ିଏସପି ରବୀନ୍ଦ୍ର ସୁନାଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ ଆଜି ସକାଳୁ ଚଢ଼ାଉ କରିଥିଲେ। ଚଢ଼ାଉ କରିଛି ଓଡ଼ିଶାର ବ୍ରହ୍ମପୁର, ପୁରୀ, ଭୁବନେଶ୍ୱର, କଳାହାଣ୍ଡି, ଜିଲ୍ଲା ମାନଙ୍କରେ ଅସ୍ଥାବର ସମ୍ପତ୍ତି ଥିବା ତଥ୍ୟ ହାସଲ କରିଛି ଭିଜିଲାନ୍ସ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ସରକାରୀ ଜମି ମାନଙ୍କ ବେଆଇନ ଭାବରେ ଅଟାଳିକ ନିର୍ମାଣ କରିଥିବା ତଥ୍ୟ ହାସଲ କରିଛି ଭିଜିଲାନ୍ସ। ଫରେଷ୍ଟର ଶ୍ରୀ ସାହୁ ସାଧାରଣ ଜଣେ ଫରେଷ୍ଟର ହୋଇ କୋଟିକୋଟି ଟଙ୍କା ର ଅଟ୍ଟାଳିକାର ମାଲିକ ହୋଇଥିବା ନେଇ ଭିଜିଲାନ୍ସ ଠାରେ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା ଶ୍ରୀ ସାହୁ ତୁମୁଡ଼ିବନ୍ଧ ଓ କ.ନୂଆଗାଁ ଫରେଷ୍ଟର ରେଞ୍ଜ ରେ ରହିଥିବା ସମୟରେ ବହୁ ଘୋଟଲା କରିଥିବା ଅଭିଯୋଗ ହୋଇଥିଲା। ଫୁଲବାଣୀ ଡ଼ିଏସପି ରବୀନ୍ଦ୍ର ସୁନାଙ୍କନେତୃତ୍ୱରେ ଏକ ୭ଜଣିଆ ଟିମ ଆଜି ଚଢ଼ାଉ କରିଥିଲେ।