ନୂଆଦିଲ୍ଲୀ୬ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଦେଶରେ ମହିଳାଙ୍କ ସୁରକ୍ଷା ଏକ ଗମ୍ଭୀର ପ୍ରସଙ୍ଗ ହୋଇଛି । ରାଜସ୍ଥାନର ସିରୋହିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୋକ୍ସୋ ଲାଗିଥିବା ବଳାତ୍କାରୀଙ୍କ ରାଜକ୍ଷମା ମାଗିବା ଅଧିକାର ନାହିଁ ବୋଲି କହିଛନ୍ତି। ସେହିପରି ବହୁଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିନୟ ଶର୍ମାକୁ ଫାଶୀ ମିଳିବ ବୋଲି ଜଣାପଡିଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରାଯାଇଛି। କ୍ଷମା ଆବେଦନ ଖାରଜ ହେବା ପରେ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ଫାଇଲ୍ ଫେରାଇ ଦେଇଛନ୍ତି।