Home ଅପରାଧ ମୁଁ କଣ ବଞ୍ଚିବି.. ସେମାନଙ୍କୁ ଛାଡ଼ିବନି: ଉନାଉ ପିଡ଼ି଼ତା

ମୁଁ କଣ ବଞ୍ଚିବି.. ସେମାନଙ୍କୁ ଛାଡ଼ିବନି: ଉନାଉ ପିଡ଼ି଼ତା

558

ନୂଆଦିଲ୍ଲୀ: ଏଣେ ତେଲେଙ୍ଗାନାରେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତ ୪ ଜଣଙ୍କୁ ପୋଲିସ ଏନକାଉଣ୍ଟର୍ କରିଥିବାକୁ ନେଇ ସାରା ଦେଶରେ ଖୁସି ପ୍ରକଟ କରାଯାଉଥିବା ବେଳେ ତେଣେ ଉନାଉ ପିଡ଼ି଼ତା ଏବେ ଦିଲ୍ଲୀ ସବଦରଜଙ୍ଗ ହସ୍ପିଟାଲରେ ଜୀବନ ସହିତ ସଂଘର୍ଷ କରୁଛି।ଯୁବତୀଙ୍କ ୯୦ % ଶରୀର ଜଳି ଯାଇଥିବା ବେଳେ ତାଙ୍କର ବଞ୍ଚିବା ସମ୍ଭାବନା ବହୁତ କମ ବୋଲି କହିଛନ୍ତି ଡାକ୍ତର।ମେଡିକାଲ ଭିତରେ ସେନ୍ସରେ ଥିବା ସମୟରେ ଦୋଷୀଙ୍କୁ ଆଦୌ ଛାଡ଼ିବ ନାହିଁ ବୋଲି ଭାଇଙ୍କ ଆଗରେ କହିବା ସହ ସେନ୍ସ ଯିବା ଯାଏଁ କ’ଣ ମୁଁ ବଞ୍ଚିଯିବି? ବୋଲି ଡାକ୍ତରଙ୍କୁ ବାରମ୍ବାର ପଚାରୁଥିଲେ ପିଡ଼ି଼ତା।ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରି ତା’ର ଭିଡିଓ କରି ବ୍ଲାକମେଲ କରିବା ସହ ପରେ ସାଙ୍ଗମାନଙ୍କ ସହ ମିଶି ଗଣଦୁଷ୍କର୍ମ କରିବା ଅଭିଯୋଗରେ ୨୦୦୮ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ଅଭିଯୁକ୍ତ ଗତ ଡିସେମ୍ବର ୩ ତାରିଖରେ ଜମାନତରେ ଆସିବା ମାତ୍ରେ ପିଡ଼ି଼ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ।/ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.