Home ଓଡ଼ିଶା Jio ଲଞ୍ଚ କଲା ‘ନୂଆ ଅଲ ଇନ୍ ୱାନ ପ୍ଲାନ’ ୩୦୦% ଅଧିକ ଫାଇଦା ମିଳିବ...

Jio ଲଞ୍ଚ କଲା ‘ନୂଆ ଅଲ ଇନ୍ ୱାନ ପ୍ଲାନ’ ୩୦୦% ଅଧିକ ଫାଇଦା ମିଳିବ : ୬ ଡିସେମ୍ବର ୨୦୧୯ ରୁ ଲାଗୁ

624

ନୂଆ ଦିଲ୍ଲୀ ୫-୧୨ (ଓଡ଼ିଆ ପୁଅ) ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ବୁଧବାର ଦିନ ‘NEW ALL-IN-ONE PLANS’ ର ଘୋଷଣା କରିଛି। ୧ ଡିସେମ୍ବରରୁ ରିଲାଏନ୍ସ ଜିଓ ଘୋଷଣା କରିଥିଲା କି ସେ ନୂଆ ଅଲ-ଇନ ୱାନ ପ୍ଲାନ୍ସକୁ ଲଞ୍ଚ କରିବାକୁଯାଉଛି। ଏହି ପ୍ଲାନରେ ଜିଓର ଗ୍ରାହକମାନଙ୍କୁ ୩୦୦% ଅଧିକ ବେନିଫିଟ୍ସ ଦିଆଯାଉଛି ବୋଲି କମ୍ପାନୀ ତରଫରୁ କୁହାଯାଉଛି। କମ୍ପାନୀ ନିଜର ପ୍ରେସ ରିଲିଜରେ କହିଛି କି ଜିଓ ବିଶ୍ଵର ସବୁଠାରୁ କମ ଦରରେ ସର୍ବୋତ୍ତମ ସେବା ପ୍ରଦାନ କରିବାର ପ୍ରତିଶୃତିକୁ ବଳବତ୍ତର ରଖିଛି। କମ୍ପାନୀର ଇଣ୍ଡଷ୍ଟ୍ରିରେ ଏହା ସବୁଠାରୁ ଭଲ ଏବଂ ଶସ୍ତା ପ୍ଲାନ। ଏହି ପ୍ଲାନ୍ସ ୬ ଡିସେମ୍ବର ୨୦୧୯ ରେ ଲାଇଭ ହେବ ଏବଂ ଏଥିରେ ସମସ୍ତ ଉପସ୍ଥିତ ଟକପଏଟ୍ସ କିଣାଯାଇ ପାରିବ। NEW ALL-IN-ONE PLANS ଅନୁଯାୟୀ ଜିଓ ଗ୍ରାହକମାନଙ୍କୁ ପ୍ରତ୍ୟେହ୧.୫GB ଡାଟା ଦେବ।

ଜାଣନ୍ତୁ ପ୍ଲାନ୍ସ-
(୧) ୧୯୯ ଟଙ୍କାର ପ୍ଲାନ – ଏହି ପ୍ଲାନର ଭ୍ୟାଲିଡ଼ିଟି ଏକ ମାସର ହେବ। ତା’ ଅନୁଯାୟୀ ଜିଓରୁ ଜିଓ ଅନଲିମିଟେଡ କଲ୍ସ କରା ଯାଇପାରିବ। ଜିଓରୁ ଅନ୍ୟ ନେଟୱର୍କ ଉପରେ ଆପଣ ୧,୦୦୦ ମିନଟ କଥା ହୋଇ ପାରିବେ।
(୨) ୩୯୯ ଟଙ୍କାର ପ୍ଲାନ- ଏହି ପ୍ଲାନରେ ଆପଣଙ୍କୁ ଦୈନିକ ୧.୫GB ଡାଟା ମିଳିବ। ଏହାର ଭ୍ୟାଲିଡ଼ିଟି ୨ ମାସର ହେବ। ତା’ ଅନୁଯାୟୀ ଜିଓ ରୁ ଜିଓ ଅନଲିମିଟେଡ କଲ୍ସ କରା ଯାଇପାରିବ। ଜିଓରୁ ଅନ୍ୟ ନେଟୱର୍କ ଉପରେ ଆପଣ ୨,୦୦୦ ମିନଟ କଥା ହୋଇ ପାରିବେ।
(୩) ୫୫୫ ଟଙ୍କା ପ୍ଲାନ- ଏହି ପ୍ଲାନର ଭ୍ୟାଲିଡ଼ିଟି ୩ ମାସ। ତା’ ଅନୁଯାୟୀ ଜିଓ ରୁ ଜିଓ ଅନଲିମିଟେଡ କଲ୍ସ କରା ଯାଇପାରିବ। ଜିଓରୁ ଅନ୍ୟ ନେଟୱର୍କ ଉପରେ ଆପଣ ୩,୦୦୦ ମିନଟ କଥା ହୋଇ ପାରିବେ।
(୪) ୨,୧୯୯ ଟଙ୍କାର ପ୍ଲାନ- ଏହାର ଭ୍ୟାଲିଡ଼ିଟି ୧୨ ମାସର ହେବ। ତା’ ଅନୁଯାୟୀ ଜିଓ ରୁ ଜିଓ ଅନଲିମିଟେଡ କଲ୍ସ କରା ଯାଇପାରିବ। ଜିଓରୁ ଅନ୍ୟ ନେଟୱର୍କ ଉପରେ ଆପଣ ୧୨,୦୦୦ ମିନଟ କଥା ହୋଇ ପାରିବେ।
ଧ୍ୟାନ ରଖିବେ ଏହାର ଏକ ମାସର ଅର୍ଥ ଏଠାରେ ୨୮ ଦିନ। କିନ୍ତୁ ୧୨ ମାସ ଅର୍ଥ ୩୬୫ ଦିନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.