Home ଓଡ଼ିଶା ଦିବାରାତ୍ର କ୍ରିକେଟ୍ ମ୍ୟାଚ୍ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି  ଆରମ୍ଭ

ଦିବାରାତ୍ର କ୍ରିକେଟ୍ ମ୍ୟାଚ୍ ପାଇଁ ଆଜିଠାରୁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି  ଆରମ୍ଭ

319

କଟକ୫ା୧୨(ଓଡିଆ  ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଡିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ୍‌ର ୩ୟ ତଥା ଅନ୍ତିମ ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ଦିବାରାତ୍ର କ୍ରିକେଟ୍ ମ୍ୟାଚ୍ ପାଇଁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ଆଜିଠାରୁ ଆରମ୍ଭ ହେବ। ଡିସେମ୍ବର ୧୫ ପର‌୍ୟ୍ୟନ୍ତ ଏହି ଅନ୍‌ଲାଇନ୍ ଟିକଟ ବିକ୍ରି ଜାରିରହିବ। ଏଥର ଦର୍ଶକଙ୍କ ପାଇଁ ଅନ୍‌ଲାଇନ୍‌ରେ ​ମୋଟ ୮୧୫୦ଟି ଟିକଟ ବିକ୍ରି କରାଯିବାର ବ୍ୟବସ୍ଥା ରହିଛି। ଏଥର ୨ଟି ୱେବ୍‌ସାଇଟ୍‌ରୁ ଅନ୍‌ଲାଇନ୍ ଟିକଟ ବୁକିଂ କରିହେବ। ଆଜିଠାରୁ www.paytm.com ଓ www.insider.in ଏହି ୨ଟିଯାକ ୱେବ୍‌ସାଇଟ୍ କାର୍ଯ୍ୟକ୍ଷମ ହେବ।ବାତ୍ୟା ଫଣି ଯୋଗୁଁ ୭ନଂ ଗ୍ୟାଲେରୀ କ୍ଷତିଗ୍ରସ୍ତ ହୋଇଥିବାରୁ ଏହା ଦୁର୍ବଳ ହୋଇ ପଡ଼ିଥିବାରୁ ମ୍ୟାଚ୍‌ରେ ଏହା ଖାଲି ରହିବ। ଫଳରେ ଷ୍ଟାଡିୟମ୍‌ରେ ପ୍ରାୟ ସାଢ଼େ ୩୮ ହଜାର ଆସନ ରହିବ। ଏଥିରୁ ୮୧୫୦ଟି ଟିକଟ ଅନ୍‌ଲାଇନ୍‌ରେ ଏବଂ ବାକି ଷ୍ଟାଡିୟମ୍‌ର ଏକାଧିକ କାଉଣ୍ଟରରେ ବିକ୍ରି କରାଯିବ। କାଉଣ୍ଟରରେ ୧୯ରୁ ଟିକଟ ବିକ୍ରି କରାଯିବ। ​ତେବେ କାଉଣ୍ଟରରେ କେତେ ସଂଖ୍ୟକ ଟିକଟ ମିଳିବ; ତାହା ସ୍ପଷ୍ଟ ହୋଇନାହିଁ। ଏହି ୨ଟି ୱେବ୍‌ସାଇଟ୍ ସହ paytm ଆପ୍ ଓ insider.in ଆପ୍ ଦ୍ବାରା ମଧ୍ୟ ଅନ୍‌ଲାଇଟ୍ ଟିକଟ ବୁକିଂ କରା ଯାଇପାରିବ। ତେବେ କ୍ରିକେଟପ୍ରେମୀଙ୍କ ସବୁଠାରୁ ଦୁଇ ପସନ୍ଦର ଗ୍ୟାଲେରୀ ୧ ଓ ୩ନଂ ପାଇଁ ଅନ୍‌ଲାଇନ୍ ଟିକଟ ବୁକିଂର ବ୍ୟବସ୍ଥା ନାହିଁ। ଗ୍ୟାଲେରୀ ନଂ ୨ ଓ ୪ର ଟିକଟ ମୂଲ୍ୟ ୫୦୦ ଟଙ୍କା ରଖା ଯାଇଥିବା ବେଳେ ଦର୍ଶକଙ୍କୁ ୧୮ ପ୍ରତିଶତ ଜିଏସ୍‌ଟି ଅତିରିକ୍ତ ଦେବାକୁ ପଡ଼ିବ। ଉଭୟ ଗ୍ୟାଲେରୀର ୩୦୦୦ ଲେଖାଏଁ ଟିକଟ ଅନ୍‌ଲାଇନ୍‌ରେ ବିକ୍ରି କରାଯିବ। ୬ନଂ ଗ୍ୟାଲେରୀର ଟିକଟ ମୂଲ୍ୟ ୪୦୦ ଟଙ୍କା ରଖା ଯାଇଥିବା ବେଳେ ଏହାର ମୋଟ ୧୫୦୦ ଟିକଟ ବିକ୍ରି କରାଯିବ। ଏହି ଗ୍ୟାଲେରୀ ପାଇଁ ଜିଏସ୍‌ଟି ଦେବାକୁ ପଡ଼ିବନାହିଁ। ନ୍ୟୁ ପାଭିଲିଅନ୍‌ର ୫୦ଟି ଟିକଟ ଅନ୍‌ଲାଇନ୍‌ରେ ବିକ୍ରି ପାଇଁ ରଖା ଯାଇଥିବା ବେଳେ ଏହାର ମୂଲ୍ୟ ୫୦୦୦ ଟଙ୍କା+୧୮ ପ୍ରତିଶତ ଜିଏସ୍‌ଟି ରଖାଯାଇଛି। ସ୍ପେଶିଆଲ୍ ଏନ୍‌କ୍ଲୋଜରର ‘ଏ’ ବ୍ଲକ୍ ପାଇଁ ୫୦୦ ଟିକଟ ଅନ୍‌ଲାଇନ୍‌ରେ ବିକ୍ରି କରାଯିବ। ଏହାର ମୂଲ୍ୟ ୩୦୦୦ ଟଙ୍କା ୧୮ ପ୍ରତିଶତ ଜିଏସ୍‌ଟି ରଖାଯାଇଛି। ଗ୍ୟାଲେରୀ ନଂ ୪ରେ ଥିବା ଏସି ବକ୍ସର ୧୦୦ଟି ଟିକଟ ଅନ୍‌ଲାଇନ୍‌ରେ ବିକ୍ରି କରାଯିବ ଏବଂ ଏହାର ମୂଲ୍ୟ ୫୦୦୦ ଟଙ୍କା+୧୮ ପ୍ରତିଶତ ଜିଏସ୍‌ଟି ରଖାଯାଇଛି। ଅନ୍‌ଲାଇନ୍ ଟିକଟ ବୁକ୍ କରିଥିବା ଦର୍ଶକ ସେମାନଙ୍କ ଭାଉଚର ଦେଖାଇ ଡିସେମ୍ବର ୧୯, ୨୦ ଓ ୨୧- ୩ ଦିନ ଧରି କେମ୍ବ୍ରିଜ୍ ସ୍କୁଲ୍ ପରିସରରୁ ଟିକଟ ସଂଗ୍ରହ କରିପାରିବେ। କାଉଣ୍ଟରରେ ୧୯ରୁ ଟିକଟ ବିକ୍ରି କରାଯିବ। ​ତେବେ କାଉଣ୍ଟରରେ କେତେ ସଂଖ୍ୟକ ଟିକଟ ମିଳିବ; ତାହା ସ୍ପଷ୍ଟ ହୋଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.